ଆଉ ଏକ ମହାମାରୀ ଭୟ ! ନୂଆ ଭାଇରସ୍ କବଳରେ ପଡ଼ି ଛଟପଟ ହେବେ ବିଶ୍ୱବାସୀ

ଚେତାବନୀ ଦେଲେ ବ୍ରିଟିଶ୍ ଭବିଷ୍ୟତ ବକ୍ତା

  • ମାନବ ସମାଜ ପାଇଁ ନୂଆ ବିପଦ
  • ପୁଣି ନୂଆ ଭାଇରସ୍ କବଳରେ ପଡ଼ି ଛଟପଟ ହେବେ ବିଶ୍ୱବାସୀ
  • ଭବିଷ୍ୟତବାଣୀ କଲେ କ୍ରେଗ୍ ହାମିଲଟନ୍ ପାର୍କର

ଅଦୃଶ୍ୟ ଭାଇରସ କବଳରେ ପଡ଼ି ଆଜି ତ୍ରାହି ତ୍ରାହି ଚିତ୍କାର କରୁଛି ପ୍ରବଳ ପରାକ୍ରମୀ ‍ବୋଲାଉଥିବା ମଣିଷ ସମାଜ । ଶହେ ବର୍ଷ ପୂର୍ବରୁ ଆତଙ୍କ ଖେଳାଇଥିବା ସ୍ପାନିସ୍ ଫ୍ଲୁ ପରେ ଦୁନିଆରେ ସବୁଠାରୁ ଭୟଙ୍କର ମହାମାରୀ କରୋନା ସାରା ବିଶ୍ୱବାସୀଙ୍କୁ କବଳିତ କରି ପକାଇଛି । ମହାମାରୀ ବିରୁଦ୍ଧରେ ଲଢ଼ି ଲଢ଼ି ୨୦୨୦ ବର୍ଷଟି ବିତିଯାଇଥିବା ବେଳ ବ୍ରିଟିଶ୍ ଭବିଷ୍ୟତବକ୍ତାଙ୍କ ଚେତାବନୀ ପୁଣି ଚିନ୍ତାରେ ପକାଇଛି । ଏତିକିରେ ଶେଷ ହୋଇନି ସଂଘର୍ଷ, ଆଗକୁ ଆହୁରି ମାଡ଼ି ଆସୁଛି ବିପଦ । କରୋନା ମହାମାରୀ ସମ୍ପର୍କରେ ଭଲ ଖବର ଦେଇଥିବା ବେଳେ ଆଉ ଏକ ନୂଆ ବିପଦର ଚେତାବନୀ ଦେଇଛନ୍ତି ବ୍ରିଟିସର ଭବିଷ୍ୟତ ବକ୍ତା ।

୨୦୨୧ରେ ମହାମାରୀ ଅଦୃଶ୍ୟ ଭାଇରସ୍ ନିୟନ୍ତ୍ରଣକୁ ଆସିବ। କରୋନା ମହାମାରୀ ଟିକିଏ ଥମିବା ପରେ ଚୀନରୁ ପୁଣି ଏକ ନୂଆ ଭାଇରସର ଉତ୍ପତ୍ତି ହେବ ବୋଲି ଭବିଷ୍ୟବାଣୀ କହିଛନ୍ତି ବ୍ରିଟିସର ଭବିଷ୍ୟତ ବକ୍ତା କ୍ରେଗ୍ ହାମିଲଟନନ୍ ପାର୍କର । ଭୟାବହ ସ୍ଥିତି ଆଡ଼କୁ ଗତି କରିବା ପୂର୍ବରୁ ହିଁ ଏହି ଭାଇରସକୁ ନିୟନ୍ତ୍ରଣ କରିହେବ । ଖୁବଶୀଘ୍ର ଟିକାକରଣ ଯୋଗୁଁ ପୁଣି ଥରେ ମଣିଷ ସମାଜ ସ୍ୱାଭାବିକ ଜୀବନ ବଞ୍ଚିପାରିବ। ଚଳିତ ବର୍ଷ ଖରା ଦିନ ଶେଷ ଆଡ଼କୁ ମହାମାରୀକୁ ମାତ ଦେଉଥିବା ଟିକା ଆସିଯିବ। ତେବେ କଡ଼ା କଟକଣା ସତ୍ୱେ ୟୁନାଇଟେଡ଼୍ କିଙ୍ଗଡମ ଓ ସ୍କଟଲାଣ୍ଡରେ ଭାଇରସର ପ୍ରଭାବ ରହିବ ବୋଲି ସେ ଆଗୁଆ ଚେତାଇ ଦେଇଛନ୍ତି।

ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଭ୍ୟାକ୍ସିନ ପାଇଁ ବଞ୍ଚିଯିବ । ମଣିଷ ସମାଜ ପାଇଁ ବରଦାନ ସଦୃଶ କାମ କରିବ ଅକ୍ସଫୋର୍ଡ଼ ଟିକା। ସ୍ୱଳ୍ପ ମୂଲ୍ୟ ତଥା ସହଜରେ ମେଡ଼ିସିନ୍ ଷ୍ଟୋରରେ ଉପଲବ୍ଧ ହେବା ସହ  ସମସ୍ତଙ୍କ ଭରସା ଜିତିବାରେ ସହାୟକ ହେବ। ଅକ୍ସଫୋର୍ଡ଼ ଟିକା ହିଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବ ବୋଲି ଭବିଷ୍ୟତବକ୍ତା ଦୃଢ଼ୋକ୍ତି କରିଛନ୍ତି । ବ୍ରିଟେନ୍ ବ୍ୟତୀତ, ଭାରତ ଓ ଆଫ୍ରିକାରଆ ଏହି ଟିକାର ସଫଳ ବ୍ୟବହାର କରାଯିବ। ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା  ଟିକାକରଣ ପରେ ମଧ୍ୟ କୋଭିଡ଼୍ ୧୯ ସବୁଦିନ ପାଇଁ ଶେଷ ହେବ ନାହିଁ। ଭାଇରସ୍ ଆପେ ଆପ ଅନ୍ୟ ରୂପରେ ପରିଣତ ହେବା ପରେ ଆଉ ଟିକାର ଆବଶ୍ୟକତା ପଡ଼ିବ ନାହିଁ ।ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୪୮ ପର୍ଯ୍ୟନ୍ତ କୋଭିଡ଼ ମହାମାରୀର ଉତ୍ପତ୍ତି ସମ୍ପର୍କରେ ବୈଜ୍ଞାନିକ ଜାଣପାରିବେ ନାହିଁ ବୋଲି ଭବିଷ୍ୟବାଣୀ କରିଛନ୍ତି ।

ତେବେ ବ୍ରିଟିଶ୍ ଭବିଷ୍ୟତ ବକ୍ତା ଭବିଷ୍ୟବାଣୀରେ କେତେ ସତ୍ୟତା ରହିଛି ତାହା ସମୟ କହିବ। ତେଣୁ ଏଭଳି ଭବିଷ୍ୟବାଣୀ ଉପରେ ଅନ୍ଧ ଭାବରେ ବିଶ୍ୱାସ କରିବା ଉଚିତ ନୁହେଁ। ହେଲେ ସଚେତନ ନାଗରିକ ପରି ଆଗାମୀ ସମୟ ପାଇଁ ଯଥେଷ୍ଟ ସଚେତନ ରହିବା ଜରୁରୀ ।

ସେହିପରି ୨୦୨୧କୁ ନେଇ କିଛି ଦିନ ପୂର୍ବରୁ ବୁଲଗେରିଆର ବାବା ଭାଙ୍ଗାଙ୍କ ଭିବଷ୍ୟତବାଣୀ ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା। ଚଳିତବର୍ଷ ବିଶ୍ୱ ଅନେକ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେବ ବେ।ଲି ସେ ଭବିଷ୍ୟବାଣୀରେ ସ୍ପଷ୍ଟ କରିଥିଲେ ଅନ୍ଧ ବାବା ।  ୨୦୨୧ରେ ଋଷର ପାଖାପାଖି ଅଞ୍ଚଳରେ ଉଲକା ପିଣ୍ଡ ଖସିବାର ସହ ପ୍ରାକୃତିକ ବିପର୍ଯ୍ୟୟ ପାଇଁ  ବିଶ୍ୱବାସୀ ଅସ୍ତବ୍ୟସ୍ତ ହେ।ଇଯିବେ। କେବଳ ଏତିକି ନୁହେଁ ବାବା ଭାଙ୍ଗାଙ୍କ ଦାବି ଅନୁସାରେ ଏହି ସମୟରେ ୟୁରେ।ପୀୟ ମହାଦ୍ୱୀପର ଅସ୍ତିତ୍ୱ ଶେଷ ହେ।ଇଯିବାର ଆଶଙ୍କା ରହିଛି। ପୁର। ବିଶ୍ୱରେ ଧ୍ୱଂସର ତାଣ୍ଡବଲୀଳା ଦେଖିବାକୁ ମିଳିବ। ଲେ।କେ ଧର୍ମ ଓ ଆସ୍ଥା ଆଧାରରେ ଭାଗ ଭାଗ ହେ।ଇଯିବେ ବୋଲି ଆଗୁଆ ଚେତାଇ ଦେଇଥିଲେ ।

You might also like