୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଡେରାଡୁନ୍‌: ଉତ୍ତରାଖଣ୍ଡର ନୈନିତାଲରେ ଏକ ଘରୁ ଏକ ବିରଳ ପ୍ରଜାତିର ସାପକୁ ଉଦ୍ଧାର କରାଯାଇଛି। ଏହି ସାପକୁ କୋରାଲ କୁକ୍ରି ବୋଲି କୁହାଯାଇଥାଏ। ସବୁଠାରୁ ଖାସ୍‌ କଥା ହେଉଛି ଏହି ସାପର ରଙ୍ଗ ସଂପୂର୍ଣ୍ଣ ଭାବେ ଲାଲ୍। ଏହି ସାପଟି ନୈନିତାଲର ଏକ ଘରେ ଲୁଚି ରହିଥିଲା। ଯାହାକୁ ବନ ବିଭାଗ ଟିମ୍‌ ଉଦ୍ଧାର କରିଛି।

ବନ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିରଳ ପ୍ରଜାତର ସାପକୁ ପ୍ରଥମେ ୧୯୩୬ ମସିହାରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଏହା ପରେ ଏହାର ବୈଜ୍ଞାନିକ ନାଁ ‘ଓଲିଗୋଡନ୍ ଖାରିଏନ୍ସିସ୍’ (Oligodone khariensis) ଦିଆଯାଇଥିଲା। ଏହି ସାପକୁ କୁକ୍ରି ମଧ୍ୟ କୁହାଯାଇଥାଏ। ଏହି ସାପର ଦାନ୍ତଗୁଡ଼ିକ ବ୍ଲେଡ଼ ପରି ଧାରୁଆ ହୋଇଥାଏ।

84 साल बाद नैनीताल में दिखा लाल रंग का दुर्लभ सांप, कुखरी जैसे दांत

ଡିଭିଜନାଲ ଫରେଷ୍ଟ ଅଫିସରଙ୍କ କହିବା ଅନୁଯାୟୀ, ‘ନୈନିତାଲ ଜିଲ୍ଲାର କୁରିଆଁ ଖଟା ଗାଁର ବାସିନ୍ଦା କବିନ୍ଦ୍ର କୋରଙ୍ଗା ଗତ ଶୁକ୍ରବାର ଦିନ ଏକ ସାପକୁ ଉଦ୍ଧାର କରିବା ପାଇଁ ଗୋଲା ଫରେଷ୍ଟ ରେଞ୍ଜ ଟିମ୍‌କୁ କହିଥିଲେ। ପରେ ଆମେ ସେଠାରେ ପହଞ୍ଚିଲାବେଳକୁ ଗ୍ରାମବାସୀ ସେହି ସାପଟିକୁ ଧରି ଏକ ପ୍ଲାଷ୍ଟିକ୍‌ ଅଖାରେ ବନ୍ଦ କରିଦେଇଥିଲେ।

ଫରେଷ୍ଟ ଅଫିସର ଆହୁରି ମଧ୍ୟ କହିଛନ୍ତି ଯେ ସାପକୁ ଘଟଣାସ୍ଥଳରୁ ଉଦ୍ଧାର କରିବା ପରେ ଆମ ଟିମ୍‌ ସାପଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଏକ ବିରଳ ସାପ ମଧ୍ୟରୁ ଅନ୍ୟତମ। ପରେ କୁକ୍ରି ସାପକୁ ନେଇ ଉଦ୍ଧାରକାରୀ ଟିମ୍‌ ଜଙ୍ଗଲରେ ଛାଡ଼ି ଦେଇଥିଲେ।

84 साल बाद नैनीताल में दिखा लाल रंग का दुर्लभ सांप, कुखरी जैसे दांत

ଡେରାଡୁନ୍‌ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(WII) ର ବନ୍ୟପ୍ରାଣୀ ବିଶେଷଜ୍ଞ ଭିପୁଲ ମୌର୍ଯ୍ୟା କହିଛନ୍ତି ଯେ ଲାଲ୍‌ କୋରାଲ କୁକ୍ରି ହେଉଛି ଏକ ବିରଳ ପ୍ରଜାତିର ସାପ। ଏହା ଉତ୍ତରାଖଣ୍ଡରେ ମାତ୍ର ଦୁଇଥର ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

You might also like