ଆସୁଛି ଏହିସବୁ ଦମ୍ଦାର ସ୍ମାର୍ଟଫୋନ୍: ଫଟୋଗ୍ରାଫି ଲଭର୍ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
ନୂଆଦିଲ୍ଲୀ: ଆସୁଛି ଏହିସବୁ ଦମ୍ଦାର ଫୋନ୍। ସବୁ ସୁପର ଫାଷ୍ଟ 5G ସେବା ସହିତ ଲଞ୍ଚ ହୋଇପାରେ। ତେବେ କେତେକ ମୋବାଇଲ୍ ଦମ୍ଦାର୍ କ୍ୟାମେରା ରହିଛି । ଆସନ୍ତୁ ଜାଣିବା ଲଞ୍ଚ୍ ହେବାକୁ ଥିବା ଏହି ସ୍ମାର୍ଟପୋନ୍ଗୁଡ଼ିକ ବିଷୟରେ।
vivo x50 series
ଭିଭୋ ମୋବାଇଲ୍ କାମ୍ପାନୀ ନିଜର ନୂଆ X ସିରିଜ୍ର ଘୋଷଣା କରିଛି। ଏହି ମୋବାଇଲ୍ ଫ୍ଲାଗ୍ସିପ୍ ଲେବଲର ହେବ। ଏଥିରେ କ୍ୟାମେରା ସବୁଠାରୁ ଆକର୍ଷଣର କେନ୍ଦ୍ର ରହିବ। ଫଟୋଗ୍ରାଫି ଲଭରଙ୍କ ପାଇଁ ଫୋନ୍ଟି ଦମ୍ଦାର ହେବ। ଭିଭୋର ଏକ୍ସ ସିରିଜ୍ରେ X50 ଓ X50 Pro ଦୁଇଟି ଫୋନ୍ ଲଞ୍ଚ ହେବ। ଏହି ଦୁଇ ମୋବାଇଲ୍ର କ୍ୟାମେରା ପ୍ରୋଫେସ୍ନାଲ୍ ଗ୍ରେଡ୍ର ବୋଲି କମ୍ପାନୀ କହୁଛି। କମ୍ପାନୀ ତରଫରୁ ଫୋନ୍ ଫିଚର ବିଷୟରେ ବେଶି କିଛି ସୂଚନା ମିଳିନଥିବା ବେଳେ ଭିଭୋ ଇଣ୍ଡିଆ ୱେବ୍ସାଇଟ୍ ଜାରି ହୋଇଥିବା ଟିଜର ମୁତାବକ ଦୁଇଟି ଫୋନ୍ 5G ଉପରେ ଆଧାରିତ ହେବ। ତେବେ କେବେ ଲଞ୍ଚ ହେବ ସେ ନେଇ ସୂଚନା ମିଳିନଥିବା ବେଳେ ଜୁଲାଇରେ ୧୬ରେ ଏହା ଲଞ୍ଚ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।
OnePlus Nord
ସ୍ମାର୍ଟଫୋନ୍ କମ୍ପାନୀ ୱାନ୍ପ୍ଲସ୍ ମଧ୍ୟ ଗ୍ରାହକଙ୍କୁ ସୁହାଇଲା ଭଳି ଏକ ଦମ୍ଦାର ସ୍ମର୍ଟଫୋନ୍ ଲଞ୍ଚ କରିବ। ଫୋନ୍ଟି ୱାନ୍ପ୍ଲସ୍ ନର୍ଡ ନାମରେ ଲଞ୍ଚ୍ ହେବ। ଏଥିରେ ଡୁଆଲ୍ ସିମ୍ ସହିତ ସୁପର ଫାର୍ଷ୍ଟ 5G ସେବା ରହିବ। ୪,୩୦୦ ଏମ୍ଏଏଚ୍ ବ୍ୟାଟେରୀ ସହିତ ଟ୍ରିପଲ୍ ରିୟର୍ କ୍ୟାମେରା ସେଟ୍ଅପ୍ ଦିଆଯିବ। କ୍ୱାଲ୍କମ୍ ସ୍ନାପଡ୍ରାଗନ ୭୬୫ଜି ଚିପ୍ସେଟ୍ ଉପରେ ଆଧାରିତ ହେବାକୁ ଥିବା ଫୋନଟି ୬.୫୫ ଇଞ୍ଚର ସୁପର ଆମୋଲେଡ୍ ଡିସ୍ପ୍ଲେରେ ଲଞ୍ଚ ହେବ ବୋଲି ଶୁଣିବାକୁ ମିଳୁଛି।
ସେହିଭଳି ଏଥିରେ ଟ୍ରିପଲ ରିୟର କ୍ୟାମେରା ରହିବ। ୬୪ ମେଗାପିକ୍ସେଲ୍ ପ୍ରାଇମେରି ସେନ୍ସର, ୧୬ ମେଗାପିକ୍ସେଲ୍ର ସେକେଣ୍ଡାରୀ ସେନ୍ସର ଓ ୨ ମେଗାପିକ୍ସେଲ୍ର ଟେରିଟାରୀ ସେନ୍ସର ରହିବ। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ସ୍ମାର୍ଟଫୋନ୍ଟି କ୍ୱାର୍ଡ କ୍ୟାମେରା ସେଟ୍ଅପ୍ରେ ଆସିପାରେ ବୋଲି ଚର୍ଚ୍ଚା ହେଉଛି।
iPhone 12 series
ଅନ୍ୟ କମ୍ପାନୀ ଭଳି ଆଇଫୋନ୍ ମଧ୍ୟ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି। iPhone 12 series ତିନୋଟି ସ୍ମାର୍ଟଫୋନ୍ ଲଞ୍ଚ କରିବ ବୋଲି ଖବର ଶୁଣିବାକୁ ମିଳୁଛି। iPhone 12, iPhone 12 Pro, ଓ iPhone 12 Pro MAX ନାମରେ କମ୍ପାନୀ ସ୍ମାର୍ଟଫୋନ୍ ଲଞ୍ଚ କରିବ। ଫୋନ୍ଗୁଡ଼ିକରେ ଚାର୍ଜର ଓ ଇୟରଫୋନ୍ ମିଳିବ ନାହିଁ। ଗ୍ରାହକ ଏହାକୁ ଅଲଗା ଭାବେ କିଣିବେ ବୋଲି ଖବର ଶୁଣିବାକୁ ମିଳୁଛି। ତେବେ ସ୍ମାର୍ଟଫୋନ୍ ମୂଲ୍ୟ କମ୍ କରିବା ପାଇଁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଥିଲା। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ସ୍ମାର୍ଟଫୋନ୍ଗୁଡ଼ିକ 5G ସେବା ଉପଲବ୍ଧି ଥିବାରୁ ଏଗୁଡ଼ିକର ଦାମ୍ ଅଧିକ ରହିପାରେ ବୋଲି ଶୁଣିବାକୁ ମିଳୁଛି।
Galaxy Note 20
ସାମ୍ସଙ୍ଗ ତରଫରୁ ମଧ୍ୟ ଦମ୍ଦାର 5G Galaxy Note 20 ସିରିଡ୍ ଲଞ୍ଚ୍ ହେବା ଖବର ଶୁଣିବାକୁ ମିଳୁଛି। ଏନେଇ କାମ୍ପାନୀ ଆସନ୍ତା ମାସରେ ଏକ ସାମ୍ବାଦିକ ସମ୍ମିଳନୀ କରିବ। ଯେଉଁଥିରେ ନୂଆ ଫୋନ୍ ନୋଟ୍ ସିରିଜ୍ର ଘୋଷଣା ହୋଇପାରେ।
ସାମ୍ସଙ୍ଗ୍ ନୋଟ୍ ସିରିଜ୍ 5G ହେବା ସହିତ ଏଥିରେ ମଧ୍ୟ ଜବରଦସ୍ତ କ୍ୟାମେରା ରହିବ। କିନ୍ତୁ ସ୍ନାପଡ୍ରଗନ ଚିପ୍ସେଟ୍ ବଦଳରେ କମ୍ପାନୀ ଏଥିରେ ନିଜର ଚିପ୍ସେଟ୍ ଏକ୍ସିନୋସ୍କୁ ବ୍ୟବହାର କରିବ। ଯାହା ଗ୍ରାହକଙ୍କୁ ଆସନ୍ତୁଷ୍ଟ କରିପାରେ। ଆମେରିକାରେ ସ୍ନାପ୍ଡ୍ରାଗନ୍ ଚିପ୍ସେଟ୍ ସହିତ ଲଞ୍ଚ୍ ହେବା ବେଳେ ଭାରତରେ ଏକ୍ସିନୋସ୍ରେ ଲଞ୍ଚ ହେବ ବୋଲି ଖବର ଶୁଣିବାକୁ ମିଳୁଛି।
ଦେଶରେ ବର୍ତ୍ତମାନ ଚାଇନା ବରୋଧୀ ପବନ ବହୁଥିବାରୁ ଚାଇନିଜ୍ ସ୍ମାର୍ଟଫୋନ୍କୁ ଭାରତୀୟ ଗ୍ରାହକ କେତେ ଆପଣେଇବେ ତାହା ଫୋନ୍ ଲଞ୍ଚ୍ ହେବା ପରେ ଜଣାପଡ଼ିବ। କିନ୍ତୁ ନିକଟରେ ୱାନ୍ପ୍ଲସ୍ ଲଞ୍ଚ୍ କରିଥିବା ସ୍ମାର୍ଟ ଟିଭ୍ ୨୪ ଘଣ୍ଟାରେ ଅନେକ ସେଲ୍ ହୋଇଥିଲା ବୋଲି କମ୍ପାନୀ ଦାବି କରିଛି। ୱାନ୍ପ୍ଲସ୍ ମୋବାଇଲ୍ର ମଧ୍ୟ ଭଲ ସେଲ୍ ହୋଇଥିବା ଜଣାପଡ଼ିଛି।