ନିଆରା ବାହାଘର: ୬୦ ଫୁଟ ଗଭୀର ଜଳରେ ହେଲା ବାହାଘର

ଦେଶର ସବୁଠୁ ନିଆରା ବାହାଘର

  • ଦେଶର ସବୁଠୁ ନିଆରା ବାହାଘର
  • ସାକ୍ଷୀ ରହିଲା ସମୁଦ୍ର
  • ୬୦ ଫୁଟ୍ ଗଭୀର ଜଳରେ ହେଲା ବାହାଘର
  • ପାଣି ଭିତରେ ୪୫ ମିନିଟ୍ ଏକାଠି ରହିଲେ ବର-କନ୍ୟା

ଚେନ୍ନାଇ: ଶୁଭ ବିବାହ। ଏହି ଗୋଟିଏ ଶଦ୍ଦ ହିଁ ସବୁ କିଛି ବୁଝାଇଦିଏ। ସମସ୍ତେ ନିଜ ନିଜର ବିବାହକୁ କିଛି ଅଲଗା ଓ ସ୍ମରଣୀୟ କରିବା ଲାଗି ଚେଷ୍ଟା କରନ୍ତି। ବିବାହ ଦିନ ସମସ୍ତଙ୍କ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନରେ ହିଁ ଦୁଇଟି ହୃଦୟର ମିଳନ ହୁଏ। ଆଉ ଏହି ଦିନରେ ଅଗ୍ନିଙ୍କୁ ସାକ୍ଷୀ ରଖି ପରସ୍ପର ସାତ ଜନ୍ମର ସାଥୀ ହେବା ଲାଗି ପ୍ରତିଶ୍ରୁତି ଦିଅନ୍ତି। ଆଉ ସେଇଥି ଲାଗି ତ ଏହି ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ।

ବିବାହ ଦିବସକୁ ସମସ୍ତେ ସ୍ମରଣୀୟ କରିବାକୁ ଚେଷ୍ଟା କରନ୍ତି, କରିବା ମଧ୍ୟ ସ୍ୱାଭାବିକ କଥା। ତେବେ ଥରେ ଚିନ୍ତା କରନ୍ତୁ ଯେବେ ୬୦ ଫୁଟ ଗଭୀର ପାଣି ତଳେ ବିବାହ ହୁଏ, କେମିତି ଥିବ ସେ ସମୟର ଦୃଶ୍ୟ? ହୁଏତ ଏ କଥା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯାଇଥିବେ…କାରଣ ଆଜିକାଲି ପ୍ରାୟ ସମସ୍ତେ ନିଜ ନିଜ ବିବାହ ଦିନକୁ ନିଆରା କରିବାକୁ ଇଚ୍ଛା କରନ୍ତି। କେବଳ ଯେ, ଇଚ୍ଛା କରନ୍ତି ତାହା ନୁହେଁ, ତାହା କରି ମଧ୍ୟ ଦେଖାଉଛନ୍ତି। ଏ କଥା ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଓ ଚକିତ ହୋଇ ଯାଇଥିବେ। କାରଣ ୬୦ ଫୁଟ ଗଭୀର ଜଳ ମଧ୍ୟରେ ବାହାଘର କେମିତି ହେବ? ଏହା କେମିତି ସମ୍ଭବ ହେବ?

ଆଜ୍ଞା ହଁ, ସମ୍ଭବ ହୋଇପାରିଛି। ସାଧାରଣତଃ ଆମେ ଅନେକ ବିବାହ ଦେଖିଛୁ, କିନ୍ତୁ ଦମ୍ପତିଙ୍କୁ କେବେ ସମୁଦ୍ରର ଗଭୀର ଜଳ ଭିତରେ ବିବାହ କରୁଥିବାର ଦେଖିଛନ୍ତି କି? ଏହାର ଉତ୍ତର ହୁଏତ ଜଣେ ନାଁ ହିଁ ଦେବ। କିନ୍ତୁ ତାମିଲନାଡୁରେ ଏମିତି ଏକ ନିଆରା ବିବାହ ହୋଇଛି, ଯେଉଁଠାରେ ବର ଓ କନ୍ୟା ୬୦ ଫୁଟ୍ ଗଭୀର ଜଳ ଭିତରକୁ ଯାଇ ପରସ୍ପରକୁ ବରଣ ମାଳା ପିନ୍ଧାଇଛନ୍ତି ଏବଂ ପାଣି ଭିତରେ ପାଖାପାଖି ୪୫ ମିନିଟ୍ ବିତାଇଛନ୍ତି। ଏହା ମଧ୍ୟରେ ଦୁହେଁ ସମୁଦ୍ରକୁ ସାକ୍ଷୀ ରଖି ପ୍ରତିଜ୍ଞା ନେଇଥିଲେ ଏବଂ ପାଣି ଭିତରେ ମଧ୍ୟ ସାତ ଘେରା ନେଇଥିଲେ।

ତେବେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଥିବେ। କିନ୍ତୁ ବାହାଘରର ସେହି ଭିଡ଼ିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ଆଉ କହିବେ ସତରେ ବୋଧୁଏ ଏ ବିବାହ ବିଶ୍ୱର ସବୁଠାରୁ ନିଆରା ବାହାଘର। କେବଳ ଯେ, ବାହାଘର ହେଲା ତାହା ନୁହେଁ, ସମୁଦ୍ରର ଅକାତ ପାଣି ମଧ୍ୟରେ ଉଭୟ ବର ଓ କନ୍ୟା ପରସ୍ପରକୁ ବରଣ ମାଳା ପିନ୍ଧାଇଛନ୍ତି ମଧ୍ୟ। ସତରେ ଥରେ ଚିନ୍ତା କରୁନ୍ତୁ କେମିତି ଦରିଆର ସାତତାଳ ପାଣି ତଳେ ହେଲା ବାହାଘର। ତେବେ ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

କେମିତି ପାଣି ମଧ୍ୟରେ ବାହାଘର ହେଉଛି ତାହାକୁ ପୂରା ବିଶ୍ୱବାସୀ ଦେଖୁଛନ୍ତି। ଆପଣ ବି ଆଉ ଥରେ ଏହି ଭିଡ଼ିଓ ଟିକୁ ଦେଖନ୍ତୁ, କେମିତି ଉଭୟ ହାତ ଧରାଧରି ହୋଇ ପାଣି ଭିତରେ ବୁଲୁଛନ୍ତି…..ସତରେ ସମୁଦ୍ର ଭିତରେ ଏମିତି ବାହାଘର ପୂର୍ବରୁ କେବେ କେହି ଦେଖିନଥିବେ। କିନ୍ତୁ ଏହି ବାହାଘରକୁ ଯିଏ ଦେଖୁଛି ସେ ସେମାନଙ୍କର ନିଆରା ଉଦ୍ୟମକୁ ପ୍ରଶଂସା କରୁଛି।

You might also like