ସ୍ୱାଧୀନତା ଦିବସରେ ଭାରତକୁ ଲଣ୍ଡନର ଉପହାର
ନୂଆଦିଲ୍ଲୀ: ଭାରତକୁ ସ୍ୱାଧୀନତା ଦିବସରେ ଲଣ୍ଡନର ମେଟ୍ରୋପଲିଟାଣ୍ଟ ପୁଲିସ୍ ପକ୍ଷରୁ ଏକ ମହତ୍ତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରାଯାଇଛି। ବିହାରର ନାଳନ୍ଦାରେ ଥିବା ଏକ ସଂଗ୍ରାହଳୟରୁ ୬୦ ବର୍ଷ ପୂର୍ବେ ଚୋରି ହୋଇଥିବା ଏକ ବୁଦ୍ଧ ମୂର୍ତ୍ତିକୁ ଲଣ୍ଡନ ପୁଲିସ୍ ଭାରତକୁ ଫେରାଇ ଦେଇଛି। ଚାନ୍ଦିରେ ଖଞ୍ଜିତ ଏହି ବ୍ରୋଞ୍ଚ୍ ମୂର୍ତ୍ତି ୧୯୬୧ ରେ ନାଳନ୍ଦାରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ସଂଗ୍ରହାଳୟରୁ ଚୋରୀ ହୋଇଥିବା ୧୪ ଟି ମୂର୍ତ୍ତି ମଧ୍ୟରୁ ଗୋଟିଏ।
A 12th century Buddha statue stolen from India 57 years ago is to be returned to the Indian High Commissioner by the Metropolitan Police Service (MPS). The statue with silver inlay, is one of 14 statues stolen in 1961. https://t.co/jLwUU3x6z7 pic.twitter.com/emRNTzGKi9
— Metropolitan Police (@metpoliceuk) 14 August 2018
ଲଣ୍ଡନରେ ନିଲାମୀ ପାଇଁ ସାମ୍ନାକୁ ଆସିବା ପୂର୍ବରୁ ଏହା ବହୁ ଲୋକଙ୍କ ହାତରେ ଲାଗିସାରିଛି ବୋଲୋ ପୁଲିସ୍ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଡିଲର୍ ଓ ମାଲିକଙ୍କୁ ଏହା ଭାରତରୁ ଚୋରାଯାଇଥିବା ମୂର୍ତ୍ତି ବୋଲି କୁହାଯାଇଥିଲା। ଏହା ପରେ ସେମାନେ ପୁଲିସ୍କୁ ସହଯୋଗ କରିବା ସହିତ ଏହାକୁ ଭାରତକୁ ଫେରାଇଦେବା ପାଇଁ ରାଜି ହୋଇଥିଲେ।
ଚଳିତ ବର୍ଷ ମାର୍ଚ୍ଚରେ ଏକ ଜଣେ ଭାରତୀୟଙ୍କର ଏହି ମୂର୍ତ୍ତି ଉପରେ ନଜର ପଡ଼ିବା ପରେ ସେ ପୁଲିସ୍କୁ ସୂଚନା ଦେଇଥିଲେ। ପରବର୍ତ୍ତି ସମୟରେ ଏହାକୁ ଇଲଣ୍ଡ ପୁଲିସ୍ ସିଜ୍ କରି ଭାରତୀୟ ରାଜଦୂତ ୱାଇ କେ ସିହ୍ନାଙ୍କୁ ହସ୍ତାନ୍ତର କରିଥିଲା। ଏହି ମୂର୍ତ୍ତିକୁ ଫେରସ୍ତ କରିଥିବାରୁ ସିହ୍ନା ଇଂଲଣ୍ଡ ପୁଲିସ୍କୁ ଧନ୍ୟବାଦ ଜଣାଇଛନ୍ତି।