ସ୍ୱାମୀଙ୍କର ଅନାବିଳ ପ୍ରେମ ଓ ଭଲପାଇବାକୁ ବରଦାସ୍ତ କରିପାରିଲେନି ପତ୍ନୀ; ତଲାକ ଦେବାକୁ ନିଷ୍ପତ୍ତି ନେଲେ

ନୂଆଦିଲ୍ଲୀ: ତଲାକ ଦେବାର ବିଭିନ୍ନ ଅଜବ ଘଟଣା ଆପଣ ଶୁଣିଥିବେ ନିଶ୍ଚୟ। କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ତଲାକ ଘଟଣା ବିଷୟରେ କହିବୁ, ତାହା ପଢ଼ିସାରିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  କାରଣ ଏହି ତଲାକ ଆବେଦନରେ ଜଣେ ପତ୍ନୀ ସ୍ୱାମୀର ଅନାବିଳ ପ୍ରେମ ଓ ସ୍ନେହଁରେ ଅତିଷ୍ଟ ହୋଇ ସ୍ୱାମୀଠାରୁ ତଲାକ ଚାହୁଁଛନ୍ତି। କଥାଟା ଅବିଶ୍ୱସନୀୟ ଲାଗୁଥିଲେ ବି ସତ।

ୟୁଏଇର(ୟୁନାଇଟେଡ୍‌ ଆରମ୍ବ ଏମିରେଟ୍)ର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଆବଶ୍ୟକଠାରୁ ଅଧିକ ଭଲପାଉଛନ୍ତି। ଏଥିରେ ସେ ଅତିଷ୍ଟ ହୋଇଗଲେଣି। ସେ ଏବେ ସ୍ୱାମୀଙ୍କଠାରୁ ତଲାକ ଚାହୁଁଛନ୍ତି। ଏଥିପାଇଁ ମହିଳା ଜଣକ ଫୁଜୈରାର ଶରୀୟା କୋର୍ଟରେ ତଲାକ ଅବେଦନ ମଧ୍ୟ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଦମ୍ପତିଙ୍କ ବାହାଘରକୁ ମାତ୍ର ବର୍ଷ ପୂରିଛି। ଆଉ ବର୍ଷକ ଭିତରେ ଏମିତି ଅଜବ ଘଟଣା।

ସେଠାକାର ଖବର ସରବରାହ ସଂସ୍ଥା ଖଲିଜ୍‌ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ମହିଳା ଜଣକ କୋର୍ଟରେ କହିଛନ୍ତି, “ମୋ ସ୍ୱାମୀ ମୋ ଉପରେ କେବେବି ରାଗନ୍ତି ନାହିଁ, କି ମୋତେ କେବେ ଉଦାଶ ରହିବାକୁ ଦିଅନ୍ତି ନାହିଁ। ବେଳେବେଳେ ମୋର ସବୁ କାମ କରିଦେବା ସହିତ ମୋ ପାଇଁ ରୋଷେଇ ବି କରିଦିଅନ୍ତି। ବାହାଘରର ବର୍ଷେ ପୂରିଗଲାଣି, ଆମ ଭିତରେ କୌଣସି ଝଗଡ଼ା ହୋଇନି। ସ୍ୱାମୀଙ୍କର ଏତେ ସ୍ନେହଁ ଭଲପାଇବାରେ ମୁଁ ବିରକ୍ତି ହୋଇଗଲିଣି।“ ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ତାଙ୍କୁ ଏତେ ଭଲ ପାଉଛନ୍ତି ଯେ ତାଙ୍କୁ ତାଙ୍କ ଜୀବନ ନର୍କ ପରି ମନେହେଲାଣି। ସେ ତାଙ୍କ ସ୍ୱାମୀଙ୍କର ଭଲପାଇବାକୁ ବରଦାସ୍ତ କରିପାରୁ ନାହାନ୍ତି। ଏଥିପାଇଁ ସେ ତଲାକ ପାଇଁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ରାସ୍ତା କଡର ମଣିଷଙ୍କୁ ଖିଅର କରୁଛନ୍ତି, ଗାଧୋଇ ଦେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

You might also like