ଏମାନେ ପକ୍ଷୀ ନା ମଣିଷ ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ପରେ ଏବେ ଟ୍ୱିଟର ବହୁଳ ବ୍ୟବହାର ହେଉଛି। ଏଥିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ଟ୍ୱିଟର୍‌ ବ୍ୟବହାର କରୁଛନ୍ତି। ଅନେକ ସମୟରେ ଟ୍ୱିଟର୍‌ରେ ମଜାଳିଆ ଫଟୋ ଓ ଭିଡିଓ ଦେଖିବାକୁ ମିଳିଥାଏ। ଯାହା ଲୋକଙ୍କୁ ଖୁବ୍‌ ପସନ୍ଦ ଆସେ ଓ ଦେଖୁ ଦେଖୁ ଏହା ଖୁବ୍‌ ଭାଇରାଲ୍ ହୋଇଯାଏ। କିଛି ଲୋକ ମଧ୍ୟ ଏଭଳି ମଜାଦାର ଚ‍କ୍ଷୁସୁଲଭ ଭିଡିଓ ବା ମେମ୍‌ (ହସରୋଳ ସୃଷ୍ଟି କରୁଥିବା ସ୍ୱଳ୍ପ ଅବଧି ଯୁକ୍ତ ବ୍ୟଙ୍ଗାତ୍ମକ ଫଟୋ ବା ଭିଡିଓ) ତିଆରି କରିବାରେ ବେଶ୍ ପାରଙ୍ଗମ। ଏହା ଆମେ କହୁନୁ, ଏହି ଭିଡିଓରେ ତାହା ସ୍ପଷ୍ଟ ଜଣାପଡ଼ୁଛି।

କର୍ଲି କିଡ୍‌ ଲାଇପ୍‌ ନାମରେ ଏକ ଟ୍ୱିଟର ହ୍ୟାଣ୍ଡେଲ୍‌ରୁ ଶେୟାର ହୋଇଥିବା ଏହି ଭିଡିଓଟି ଏବେ ଖୁବ୍ ଭାଇରାଲ୍ ହେଉଛି। ଭିଡିଓଟି ପୋଷ୍ଟ କରି ସେ ଏହାର କ୍ୟାପସନରେ ଲେଖିଛନ୍ତି ଯେ “ଯଦି ପକ୍ଷୀମାନଙ୍କର ଡେଣା ଥାନ୍ତା”। ଏହି ଭିଡିଓରେ ପକ୍ଷୀ ମାନଙ୍କ ଡେଣା ଜାଗାରେ ମଣିଷ ମାନଙ୍କ ହାତକୁ ଯୋଡ଼ା ଯାଇଛି। ମଣିଷମାନଙ୍କ ଭଳି ସେମାନେ ମଧ୍ୟ ବିଭିନ୍ନ କାମ କରୁଛନ୍ତି।

ଭିଡିଓଟିରେ ପକ୍ଷୀମାନେ ଘରକାମ କରିବା ସହ ସେଲ୍ଫି ନେଉଛନ୍ତି, ଗିଟାର ବଜାଉଛନ୍ତି, ସୁଟକେଶ ନେଇ ଅଫିସ ଯାଉଛନ୍ତି, ସପିଙ୍ଗ କରୁଛନ୍ତି, ଜିମ୍ କରୁଛନ୍ତି ଏବଂ ବହି ମଧ୍ୟ ପଢ଼ୁଥିବାର ମଧ୍ୟ ଦେଖାଯାଉଛି। ଭିଡିଓଟି ଦେଖିବାକୁ ଭାରି ମଜାଳିଆ ଲାଗୁଛି। ସତରେ ଭିଡିଓକୁ ଦେଖିଲା ପରେ ଟିକେ ଭାବନ୍ତୁ ତ ଯଦି ସତରେ ପକ୍ଷୀମାନଙ୍କର ଡେଣା ବଦଳରେ ହାତ ଥାନ୍ତା ତେବେ ସେମାନେ କଣ କରିଥାନ୍ତେ ?

ଏହି ଭିଡିଓଟି ଟ୍ୱିଟରରେ ସେୟାର ହେବାପରେ ଏହାକୁ ପାଖାପାଖି ୭ ମିଲିୟନ ଲୋକ ଦେଖି ସାରିଲେଣି ଏବଂ ୨୬ ହଜାର ଲୋକ ଏହାକୁ ରିଟ୍ୱିଟ କରିସାରିଲେଣି।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like