ଦୁର୍ବଳିଆ କାନ୍ଧରେ ଦଇବ ଲଦି ଦେଇଛି, ପର୍ବତ ପ୍ରମାଣ ବୋଝ

କୋରାପୁଟ: ଦୁର୍ବଳିଆ କାନ୍ଧରେ ଦଇବ ଲଦି ଦେଇଛି, ପର୍ବତ ପ୍ରମାଣ ବୋଝ। ପାଖରେ ସ୍ୱାମୀ ଆଉ ତିନି ତିନିଟା ଭେଣ୍ଡିଆ ପୁଅ ଅଛନ୍ତି। ହେଲେ ବିଧାତା ଏମିତି ଦାଉ ସାଧିଛି ଯେ ସମସ୍ତେ ଥାଇ ବି ନଥିଲା ଭଳି।

୯୦ ବର୍ଷ ବୟସରେ ପୂରାପୂରି ଅସହାୟ ଜୟପୁର ବ୍ରାହ୍ମଣୀ ଗାଁର ଡି. ଶୁଭଲକ୍ଷ୍ମୀ। ଶୁଭଲକ୍ଷ୍ମୀଙ୍କ ସ୍ୱାମୀ ଓ ମଝିଆ ପୁଅ ପକ୍ଷାଘାତରେ ପୀଡ଼ିତ। ବଡ଼ପୁଅକୁ ମାଉଥ୍ କ୍ୟାନ୍ସର। ଆଉ ଏ ଦୁଃଖିନୀର ଏକ ମାତ୍ର ବଳ ସାନପୁଅ। ୩ ଦିନ ହେଲା ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ।

ଏ ବିପଦ ବେଳରେ ସିଏ ଏକାକି କାହାର ଯତ୍ନ ନେବ ? କାହାର ସେବା କରିବ ? କାହା ମୁହଁରେ ଆହାର ଦେବ ? କିଛି ବୁଦ୍ଧିବାଟ ଦିଶୁନି। ଘରେ ତିନି ତିନିଟା ରୋଗୀଣା ଲୋକ ଥିବା ବେଳେ, ବିପଦ ଆପଦରେ ଡାକ୍ତରଖାନା କି ଔଷଧ ଦୋକାନ ଦୌଡ଼ି ଯିବାକୁ, କିଛି ନହେଲେ ଆହା ପଦେ କହିବାକୁ ବି କେହି ନାହିଁ।

ଶୁଭଲକ୍ଷ୍ମୀଙ୍କ ବଡ଼ପୁଅ ଲକ୍ଷ୍ଣଣ ରାଓ ମୁଖ ଗହ୍ୱର କର୍କଟ ରୋଗରେ ପୀଡ଼ିତ ହୋଇ ଗତ ତିନି ମାସ ହେଲା କଟକରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ସୁଧୁରିବା ପରେ ଲକ୍‌ଡାଉନ ସତ୍ତ୍ୱେ ଗତ ୨୪ ତାରିଖରେ ତାଙ୍କୁ କଟକ ଧରି ଘରକୁ ପଳାଇ ଆଥିଲେ।  ଶୁଭଲକ୍ଷ୍ମୀଙ୍କ ସାନପୁଅ ଘରକୁ ଆସିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ହୋମ୍ କ୍ୱାରେଣ୍ଟିନରେ ରହିବାକୁ କୁହାଯାଇଥିଲା।

ହେଲେ ଲୋକେ ତାଙ୍କୁ ଗାଁରେ ରଖିବାକୁ ମନା କରିବାରୁ ୨୭ ତାରିଖରୁ ସେ ପଞ୍ଚାୟତରେ ଥିବା ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ଅଛନ୍ତି। ଏପଟେ ପଞ୍ଚାୟତ ପକ୍ଷରୁ ଶୁଭଲକ୍ଷ୍ମୀଙ୍କ ଅସହାୟ ପରିବାରକୁ ଦୁଇ ଓଳି ରନ୍ଧା ଖାଦ୍ୟ ଦିଆଯାଉଥିବା ସ୍ଥାନୀୟ ସରପଞ୍ଚ କହିଛନ୍ତି।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like