ହେଲମେଟ ନପିନ୍ଧି ଗାଡ଼ି ଚଳେଇଲେ ଲେଖିବାକୁ ହେବ ୧୦୦ ଶବ୍ଦରେ ପ୍ରବନ୍ଧ

ଭୋପାଳ  : ଆମେ ସମସ୍ତେ ଜାଣିଛେ , ହେଲମେଟ୍‌ ବାଇକ୍‌ ଚଳେଇଲେ ହେଲମେଟ୍‌ର କେତେ ଜରୁରୀ ହୋଇଥାଏ । ସଡ଼କରେ ହେଉଥିବା ଦୁର୍ଘଟଣାରେ ମୃତ୍ୟୁ ମଧ୍ୟରେ ବେଶୀ ହେଲମେଟ ନ ପିନ୍ଧିବା ଯୋଗୁଁ ହୋଇଥାଏ । ସରକାର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଏ ଦିଗରେ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।  କେନ୍ଦ୍ର ସରକାର ମଧ୍ୟ ଏକ ନୂଆ ମୋଟର ଯାନ ସଂଶୋଧନ ନିୟମ ଲାଗୁ କରିଛନ୍ତି । ଯେଉଁଥିରେ  ହେଲମେଟ୍‌ ନପିନ୍ଧିଲେ ୧ ହଜାର ଟଙ୍କା ଜୋରିମନା ଦେବାକୁ ହେବ ଏବଂ ୩ମାସ ଯାଏ ଲାଇସେନ୍ସ ରଦ୍ଦ କରିଦିଆଯିବ । ଏସବୁ ସତ୍ତ୍ୱେ ଲୋକେ ହେଲମେଟ ପିନ୍ଧିବାର ନାଁ ଧରୁନାହାଁନ୍ତି । ନିୟମକୁ ଖୁଲମ ଖୁଲା ବେଖାତିର କରି ଗାଡ଼ି ଚଳାଇବାର ଦେଖିବାକୁ ମିଳୁଛି ।

ଏହାକୁ ଧ୍ୟାନରେ ରଖି ଟ୍ରାଫିକ୍‌ ପୁଲିସ୍‌ ନୂଆ ନୂଆ ତରିକା ଆପଣାଉଛନ୍ତି । ଗାଡ଼ି ଚାଳକଙ୍କୁ ହେଲମେଟ କିଣାଇବା ସହ ବଡ଼ ରକମର ଜୋରିମନାର ଭୟ ବି ଦେଖାଯାଉଛି । ସଚେତନତା ନେଇ ପୁଲିସ୍‌ ଲଡ଼ୁ ଓ ଟ୍ରଫି ଦେହବାର ଉଦାହରଣ ବି ଦେଖିବାକୁ ମିଳିଛି ।

ଏବେ ମଧ୍ୟ ପ୍ରଦେଶ ପୁଲିସ୍‌ ଏକ ସ୍ୱତନ୍ତ୍ର ତରିକା ଆପଣେଇବାକୁ ପ୍ରୟାସ କରିଛି । ଭୋପାଳରେ ଟ୍ରାଫିକ୍‌ ପୁଲିସ୍‌ ହେଲମେଟ ପିନ୍ଧିନଥିବା ଗାଡ଼ି ଚାଳକଙ୍କୁ ପ୍ରବନ୍ଧ ଲେଖିବାକୁ କହୁଛି । କଣ ପାଇଁ ହେଲମେଟ୍‌ ପିନ୍ଧୁନ , ସେ ବିଷୟରେ ୧ଶହ ଶବ୍ଦରେ ଲେଖିବାକୁ ବାଧ୍ୟ କରାଯାଉଛି।

ସୂଚନା ମୁତାବକ, ପୁଲିସ୍‌ ଏକ ସପ୍ତାହ ଭିତରେ  ୧୫୦ଲୋକଙ୍କ ଠାରୁ ୧୦୦ଶବ୍ଦର  ପ୍ରବନ୍ଧ ଲେଖେଇସାରିଲାଣି । ଆଉ ଏହା ଏବା ଚର୍ଚ୍ଚାର ବିଷୟ ସାଜିଛି ।

You might also like