ସେନାର ହିଟ୍‌ ଲିଷ୍ଟରେ ଥିବା ଟପ୍‌ ଆତଙ୍କବାଦୀ ମଧ୍ୟରୁ ଏହି ୫ ଜଣଙ୍କୁ ଏନ୍‌କାଉଣ୍ଟର କଲାଣି ସେନା

ଶ୍ରୀନଗର: ସେନା ଏନ୍‌କାଉଣ୍ଟରେ ନିହତ ହୋଇଛି ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ତଥା ହିଜ୍‌ବୁଲ୍‌ ମୁଜାହିଦ୍ଦିନର କମାଣ୍ଡର ରିୟାଜ୍ ନାୟକୁ। ତେବେ ଏହା ପୂର୍ବରୁ ୨୦୧୮ରେ ସେନା କିଛି ଟପ୍‌ ଟେରୋରିଷ୍ଟଙ୍କର ହିଟ୍‌ ଲିଷ୍ଟ ତିଆରି କରିଥିଲା। ଏହି ଲିଷ୍ଟରେ ମୋଟ ୧୭ ଆତଙ୍କବାଦୀ ଥିଲେ। ଏଥିରେ ମାତ୍ର ୫ ଜଣଙ୍କୁ ନିହତ କରିଛି ସେନା। ଆସନ୍ତୁ ଜାଣିନେବା ଏହି ୫ ଟେରୋରିଷ୍ଟ ସମ୍ପର୍କରେ।

सेना ने तैयार की थी टॉप आतंकियों की हिट लिस्ट, रियाज नायकू से पहले इनका किया सफाया

ରିୟାଜ ନାୟକୁ

ଟପ୍‌ ଟେରୋରିଷ୍ଟଙ୍କର ହିଟ୍‌ ଲିଷ୍ଟରେ ସବୁଠୁ ଟପ୍‌ରେ ଥିଲେ ଏହି ରିୟାଜ୍ ନାୟକୁ। ଯାହାକୁ ସେନା ଆଜି ମାରିଦେଇଛି। ନାୟକୁ ୨୦୧୨ରେ ଆତଙ୍କବାଦୀ ହୋଇଥିଲା। ଏହା ପୂର୍ବରୁ ସେ ପ୍ରାଇଭେଟ୍‌ ସ୍କୁଲ୍‌ରେ ଗଣିତ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲା।

ଜୀନତ ଉଲ୍ ଇସ୍ଲାମ୍‌ ଓରଫ୍‌ ଉସ୍ମାନ

NBT

ଏହି ୫ଙ୍କ ମଧ୍ୟରୁ ହିଜବୁଲ ଗ୍ୟାଙ୍ଗର ଜୀନତ ଉଲ୍ ଇସ୍ଲାମ୍‌ ଓରଫ୍‌ ଉସ୍ମାନକୁ ଆଇଡି ଏକସ୍ପର୍ଟ କୁହାଯାଉଥିଲା। ଇଏ ବି ଆତଙ୍କବାଦୀ ବୁରହାନ ୱାନୀର ବନ୍ଧୁଥିଲା। ଉସ୍ମାନ ୨୦୧୫ରୁ ଆତଙ୍କବାଦୀ ଗତିବିଧିରେ ସାମିଲ୍‌ ଥିଲା ଓ ସୋପିଆଁ ଜିଲ୍ଲାର କମାଣ୍ଡର ଥିଲା। A++ ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବା ଉସ୍ମାନ ସୋପିଆଁ ଦିଲ୍ଲାର ଅଧିବାସୀ। ସେ ୨୦୧୯ ଜାନୁଆରୀରେ ସେନା କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଥିଲା।

ମନ୍ନାନ ୱାନୀ 

NBTA++ ଶ୍ରେଣୀରେ ଆସୁଥିବା ଏହି ଆତଙ୍କବାଦୀ ପଠାପଢ଼ାରେ ଖୁବ୍‌ ଭଲ ଥିଲା। ୨୦୧୧ରେ ସେ ଅଲିଗଡ଼ ମୁସ୍ଲିମ୍‌ ବିଶ୍ୱବିଦ୍ୟାଳୟ(ଏମ୍‌ୟୁ)ରେ ଏମ୍‌ଫିଲ୍‌ ସାରିବା ପରେ ଭୁବିଜ୍ଞାନରେ ପିଏଚ୍‌ଡି କରିଥିଲା। ଆଜିବି କଲେଜ୍‌ ୱେବ୍‌ସାଇଟ୍‌ରେ ତା ନାଁ ସହିତ ମିଳିଥିବା ପୁରସ୍କାର ବିବରଣୀ ମଧ୍ୟ ଉପଲବ୍ଧ ଅଛି।

୨୦୧୭ର ଶେଷ ଆଡ଼କୁ ଏହି ଉଚ୍ଚଶିକ୍ଷିତ ଯୁବକ ପଥଭ୍ରଷ୍ଟ ହୋଇ ଆତଙ୍କବାଦୀ ରାସ୍ତା ବାଛି ନେଇଥିଲା। ଦକ୍ଷିଣ କାଶ୍ମୀରର କିଛି ପିଲାଙ୍କ ସହ ମିଶିବା ପରେ ଆତଙ୍କବାଦର କଳା ସାମ୍ରାଜ୍ୟ ଆଡ଼କୁ ତାର ମନ ଟାଣି ହୋଇଗଲା। ଏଥିପାଇଁ ସେ ଅଲିଗଡ଼ ଏମ୍‌ୟୁ ଛାଡ଼ି ଦେଇଥିଲା। ଆଉ ୨୦୧୮ରେ ସେନାର ଏନ୍‌କାଉଣ୍ଟରରେ ନିହତ ହୋଇଥିଲା ଏହି ଆତଙ୍କବାଦୀ।

ଶାହଜାହାଁ

NBT
୨୦୧୯ରେ ଜୈଶ ଏ ମୋହମ୍ମଦର କମାଣ୍ଡର ଶାହଜାହାଁକୁ ନିହତ କରିଥିଲା ସେନା। ଶୋପିଆଁ ନିବାସୀ ଶାହଜାହାଁ ମଧ୍ୟ A++ ଶ୍ରେଣୀରେ ଆତଙ୍କବାଦୀ ଥିଲା।

ଜାକିର ମୂଷା

NBT

ବୁରାହନ ୱାନୀର ମୃତ୍ୟୁ ପରେ ହିଜ୍‌ବୁଲ୍‌ର ପୋଷ୍ଟର ବୟ ସାଜିଥିବା ଜାକିର ରଶିଦ ଭଟ୍ଟ ଓରଫ ଜାକିର ମୂଷାକୁ ୨୦୧୯ରେ ଏନ୍‌କାଉଣ୍ଟର କରିଥିଲା ସେନା। ମୂଷାର ମୃତ୍ୟୁ ପରେ କାଶ୍ମୀର ଘାଟିରେ ଚାଲିଥିବା ଗଜୱାତ୍‌ ଉଲ୍‌ ହିନ୍ଦ ଆତଙ୍କବାଦୀ ସଂଗଠନ ସଫା ହୋଇଯାଇଥିଲା। ମୂଷା ଏହି ସଂଗଠନର ମୁଖିଆ ଥିଲା।

ମୂଷା ମୁଣ୍ଡ ଉପରେ ୧୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଜାକିର ମୂଷା ଏକ ପ୍ରତିଷ୍ଠିତ ପରିବାରରୁ ଆସିଥିଲା। ଇଞ୍ଜିନିୟରିଂ ପାଠ ଛାଡ଼ି ଇସ୍‌ଲାମିକ ଷ୍ଟେଟ୍‌ ଗଠନ କରିବା ନିଶାରେ ସେ ଆତଙ୍କବାଦୀ ରାସ୍ତା ଆପଣେଇଥିଲା। କାଶ୍ମୀର ରାଜନୈତିକ ଲଢ଼େଇକୁ ସେ ଧାର୍ମିକ ମାନି ତା ମନରେ ପ୍ରତିହିଂସାର ବହ୍ନି ଜଳାଇଥିଲା। ପରେ ହିଜ୍‌ବୁଲ୍‌ରୁ ଅଲଗା ହୋଇ ସେ ଅଲ୍‌କାଏଦାରୁ ମୁଖ୍ୟ ଭାବେ ଜଏନ୍‌ କରିଥିଲା।

 

 

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like