ରାତି ପାହିଲେ ଗଣେଶ ପୂଜା

ବିଘ୍ନ ବିନାଶକଙ୍କ ପୂଜା-ଅାରାଧନା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ

ଭୁବନେଶ୍ୱର : ସୁଦୃଶ୍ୟ ତୋରଣ, ଅାକର୍ଷଣୀୟ ସାଜସଜ୍ଜା। ଚିକ୍‌ମିକ୍ ଲାଇଟ୍‌ରେ ଝଲସୁଛି ତୋରଣ। ରାତି ପାହିଲେ ଅଗ୍ରଗଣ୍ୟଙ୍କ ପୂଜା। ଅାଉ ତା ପୂର୍ବରୁ ସଜେଇ ହୋଇଛି ଜଟଣୀ ସହର। ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ଜଟଣୀରେ ଏ ବର୍ଷ ଛୋଟବଡ଼଼ ପ୍ରାୟ ୨୦୦ଟି ମଣ୍ଡପରେ ପୂଜା ପାଇବେ ବିଘ୍ନ ବିନାଶକ। ଏଥିପାଇଁ ପୂଜା କମିଟି ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି।

ଶିଳ୍ପ ନଗରୀ ତାଳଚେରରେ ବି ୧୩ ଦିନ ଧରି ମହାସମାରୋହରେ ଚାଲିବ ଅଗ୍ରଗଣ୍ୟଙ୍କ ପୂଜା। ସହରରେ ପ୍ରାୟ ୭୦ଟି ଛୋଟବଡ଼ ପୂଜା ମଣ୍ଡପରେ ବ୍ୟାପକ ଅାୟୋଜନ ହୋଇଛି। ମୂର୍ତ୍ତି, ତୋରଣ ଓ ଲାଇଟ ସାଜସଜାକୁ ନେଇ ବିଭିନ୍ନ ପୂଜା ମଣ୍ଡପ ଭିତରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିଯୋଗିତା।

ସବୁ ବର୍ଷ ଭଳି ଏଥର ବି ଗଣେଶ ପୂଜା ସାଜସଜ୍ଜାରେ ପଛରେ ପଡ଼ିନି ଇସ୍ପାତ ନଗରୀ ରାଉରକେଲା। ଏଠିବି ମୂର୍ତ୍ତି ଓ ତୋରଣକୁ ନେଇ ହୋଇଛି ଭଳିକି ଭଳି ଏକ୍ସପେରିମେଣ୍ଟ। ବାସନ୍ତୀ କଲୋନୀରେ ବାହୁବଳୀ ଓ ଛେଣ୍ଡ୍ କଲୋନୀରେ ଶିବଲଙ୍ଗ ଢାଞ୍ଚାରେ ତିଅାରି ହୋଇଛି ଅାକର୍ଷଣୀୟ ତୋରଣ।

ଏପଟେ କଟକରେ ବି ନୂଅା ଡିଜାଇନ୍‌ର ମୂର୍ତ୍ତି ସାଙ୍ଗକୁ ଓ ଅଭିନବ ଷ୍ଟାଇଲର ତୋରଣକୁ ନେଇ ବିଭିନ୍ନ ପୂଜା ମଣ୍ଡପ ମଧ୍ୟରେ କମ୍ପିଟିସନ। ତେବେ ସହରର ନୂଅାପଡ଼ାରେ ୫୦ ଫୁଟ୍ ଉଚ୍ଚର ଗଣେଶ ମୂର୍ତ୍ତି ଅାକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ସେହିଭଳି ରାଜଧାନୀରେ ବିଭିନ୍ନ ପ୍ରମୁଖ ପୂଜା ମଣ୍ଡପରେ ଗଣପତିଙ୍କ କମନୀୟ ରୂପ ସାଙ୍ଗକୁ ଦେଖିଲା ଭଳି ସାଜସଜ୍ଜା ହୋଇଛି।

You might also like
Comments
Loading...