ଡେଟ୍‌ ପାଇଁ ‘ବାବା କା ଢାବା’ର ସୁପାରିଶ୍‌ କଲା ଟିଣ୍ଡର

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋଶାଲ୍‌ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି ଦିଲ୍ଲୀର ‘ବାବା କା ଢାବା’। ଦିନଥିଲା ମାଲବିୟା ନଗରରେ ଥିବା ଏହି ଢାବାକୁ ହାତ ଗଣତି କିଛି ଗ୍ରାହକ ଯାଉଥିଲେ। ଏବେ ଏହି ଢାବା ବାହାରେ ଲୋକଙ୍କ ଲାଇନ୍‌ ଲାଗୁଛି। ଏମିତିକି ଡେଟିଂ ଆପ୍‌ ଟିଣ୍ଡର ମଧ୍ୟ ତା ଗ୍ରାହାକଙ୍କୁ ଏହି ଢାବାକୁ ଯିବାକୁ ସୁପାରିଶ୍ କରିଛି।

ନିକଟରେ ଟିଣ୍ଡର ଇଣ୍ଡିଆ ଟ୍ୱିଟ୍‌ କରି ଲେଖିଛି, ଆପଣଙ୍କ ସାଥୀ ସହ ପରବର୍ତ୍ତୀ ମିଳନ ପାଇଁ ଆମେ ‘ବାବା କା ଢାବା’ ସୁପାରିଶ କରୁଛୁ। ଟିଣ୍ଡରରେ ଏହି ସାହାଯ୍ୟକାରୀ ଟ୍ୱିଟ୍‌କୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଆଉ କିଛି ଲୋକ ବେଶ୍‌ ମଜାକିଆ ଢଙ୍ଗରେ, ଡେଟ୍‌ରେ ଯିବା ପାଇଁ କେହି ଜଣେ ସାଥୀ ଦରକାର। ପ୍ରଥମେ ସାଥୀଟେ ବାଛିଦିଅ ବୋଲି କମେଣ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀର ମାଲବିୟା ନଗରରେ ୮୦ବର୍ଷୀୟ ବୃଦ୍ଧ ଦମ୍ପତ୍ତି ‘ବାବା କା ଢାବା’ ଆରମ୍ଭ କରିଥିଲେ। ଦୀର୍ଘ ୩୦ବର୍ଷ ହେବ ସେ ଏହି ଢାବା ଚଲାଉଥିଲେ। କିନ୍ତୁ ଲକ୍‌ଡାଉନ୍‌ ପରଠୁ କରୋନା ମହାମାରୀ ଡରରେ ଖୁବ୍‌ କମ୍‌ ଗ୍ରାହକ ଏଠାକୁ ଖାଇବାକୁ ଆସୁଥିଲେ। ନିକଟରେ ୟୁଟ୍ୟୁବର ଗୌରବ ବାସନ୍‌ ତାଙ୍କ ଚ୍ୟାନେଲ୍‌ ପାଇଁ ଭିଡ଼ିଓ ଶୁଟ୍‌ କରିବାକୁ ଏହି ଢାବା ନିକଟକୁ ଯିବା ସମୟରେ ବୃଦ୍ଧ ଜଣଙ୍କ କାନ୍ଦି କାନ୍ଦି ତାଙ୍କ ଢାବାକୁ କେହି ଖାଇବାକୁ ଆସୁନାହାନ୍ତି ବୋଲି କହିଥିଲେ। ଯାହାର ଭିଡ଼ିଓ ସୋଶାଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ୍‌ ହୋଇଥିଲା।

ଭିଡ଼ିଓ ଦେଖିବା ପରେ ଲୋକମାନେ ଏହି ଢାବା ବାହାରେ ଲାଇନ୍‌ ଲଗାଇଥିଲେ। ଏଥିସହ ତାଙ୍କ ସହାୟତା ପାଇଁ ଟିମ୍ ଇଣ୍ଡିଆର ସ୍ପିନ୍ ବୋଲର ରବିଚନ୍ଦ୍ରନ୍ ଅଶ୍ୱିନ୍, ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ ରାଜଧାନୀ ଏବଂ ବଲିଉଡ ଅଭିନେତ୍ରୀ ସୋନମ କପୁର ଆଗକୁ ଆସିଥିଲେ।

ଆହୁରି ପଢ଼ନ୍ତୁ

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

ପିପିଇ କିଟ୍‌ ପିନ୍ଧି‌ ଦାଣ୍ଡିଆ ନାଚିଲେ ପିଲା, ଭିଡ଼ିଓ ଭାଇରାଲ୍‌

ଆଜିଠୁ ଆରମ୍ଭ ମହାନବରାତ୍ର ପୂଜା; ଜାଣନ୍ତୁ, କେଉଁଦିନ ମା’ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ଓଟିଭି ପ୍ରତି କାହିଁକି ଏତେ ଆକ୍ରୋଶ ?

You might also like