ଆଇଏସ୍ଆଇର ଆକାଉଣ୍ଟକୁ ହଟେଇଲା ଟିକ୍ଟକ୍
ବେଜିଂ : ଆତଙ୍କବାଦୀ ପ୍ରଚାର ଉଦ୍ଦିଷ୍ଟ ଭିଡ଼ିଓକୁ ନେଇ ଲୋକପ୍ରିୟ ସୋଶାଲ ମିଡିଆ ଆପ୍ ଟିକ୍ଟକ୍ ଉଠାଇଛି ଏକ ଦୃଢ଼ ପଦକ୍ଷେପ । ନିଜ ପ୍ଲାଟ୍ଫର୍ମରୁ କିଛି ଆଇଏସ୍ଆଇ ଭିଡ଼ିଓକୁ ହଟାଇଦେଇଛି। ‘ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ର ସୂଚନା ମୁତାବକ ୨୪ଟି ଆଇଏସ୍ଆଇ ଆକାଉଣ୍ଟକୁ ଚିହ୍ନଟ କରି ଏହି ଭିଡ଼ିଓ ସବୁ ହଟେଇ ଦେଇଛି ଟିକ୍ଟକ୍ କଂପାନୀ।
ଏହି ଆକାଉଣ୍ଟରେ ଯେଉଁ ସବୁ ଭିଡ଼ିଓ ପୋଷ୍ଟ ହେଉଥିଲା , ତାର ମୂଳ ଲକ୍ଷ୍ୟ ଥିଲା ଫଲୋୟରସ୍ ବଢ଼ାଇବା ଏବଂ ଟେରୋରିଷ୍ଟ ଗ୍ରୁପ୍ଙ୍କୁ ସପୋର୍ଟ କରିବା । ଏହାସହ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ପ୍ରସ୍ତୁତ ଭିଡିଓ ଗୁଡ଼ିକରେ ଇସ୍ଲାମିକ୍ ଷ୍ଟେଟ୍ର ଜାତୀୟ ସଂଗୀତ ଓ ଆଇଏସ୍ଆଇ ଫାଇଟର ମାନଙ୍କର ଭିଡ଼ିଓ ସବୁ ରହୁଥିଲା।
ଖୁବ୍ କମ୍ ଦିନରେ ଲୋକପ୍ରିୟତାର ଶୀର୍ଷରେ ପହଁଞ୍ଚିପାରିଛି ଟିକ୍ଟକ୍ ,ଚାଇନିଜ୍ କମ୍ପାନୀ, ବାଇଟ୍ଡ୍ୟାନ୍ସ । ୫୦୦ମିଲିୟନ୍ ୟୁଜରକୁ ନେଇ ଗତବର୍ଷରୁ ଏହା ଏକ ପ୍ରମୁଖ ସୋଶାଲ ଆପ୍ ହୋଇପାରିଛି।
ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରଚାର ସୋଶାଲ ମିଡ଼ିଆ ପାଇଁ ଏକ ବଡ଼ ସମସ୍ୟା । ଏଣୁ ଏହା ସଂପୂର୍ଣ୍ଣ ରୂପେ ଜଣାପଡିନି ଟିକ୍ଟକ୍ରେ କେତେ ମାତ୍ରାରେ କାୟା ବିସ୍ତାର କରିଛି ଆଇଏସ୍ଆଇ । ଫେସ୍ବୁକ୍ ଓ ଗୁଗଲ୍ ପରି କମ୍ପାନୀ ଜଣାଶୁଣା ଆତଙ୍କବାଦୀଙ୍କ ଏକ ଡାଟାବେସ୍ ବନାଇ ସେୟାର କରିଛି । ଫଳରେ ଅନ୍ଲାଇନ୍ରେ ଏହା ଆତଙ୍କବାଦୀ କାର୍ଯ୍ୟାକଳାପର ଭିଡ଼ିଓକୁ ଚିହ୍ନଟ କରି ଆପେ ଆପେ ଡିଲିଟ୍ ହୋଇଯାଏ । ଫେସ୍ବୁକ୍ର ସୂଚନା ଆଧାରରେ ଏହା ଗତ ୨ ବର୍ଷ ଭିତରେ ୨୬ ମିଲିଅନ୍ ଠାରୁ ଅଧିକ ଆତଙ୍କବାଦୀ ପ୍ରଚାର ସମ୍ୱନ୍ଧୀୟ ସେମେଜକୁ ହଟେଇଦେଇଛି।