ପ୍ରତିଦିନ ସୁନା ଟିଫିନ୍‌ରେ ଖାଉଥିଲା ଚୋର

ହାଇଦ୍ରାବାଦ୍‌ : ଚୋର ବ୍ୟବହାର କରୁଥିଲା ସୁନା ଟିଫିନ୍ । ପ୍ରତିଦିନ ସୁନା ଟିଫିନ୍‌ରେ ଖାଉଥିଲା ଚୋର। ଶୁଣିବାକୁ ଅାଶ୍ଚର୍ଯ୍ୟ ଲାଗିଲେ ବି ଏକଦମ ସତ କଥା। ହାଇଦ୍ରାବାଦ୍‌ର ଏକ ଚୋର ପାଖରୁ ଏଭଳି ତଥ୍ୟ ମିଳିଛି। ନିଜାମଙ୍କ ସଂଗ୍ରହାଳୟରୁ ଚୋରି ହୋଇଥିବା ସୁନା ଟିଫିନ୍‌ର ରହସ୍ୟ ଭେଦ କରିଛି ପୁଲିସ।

ନିଜାମଙ୍କ ଏହି ବହୁ ମୂଲ୍ୟ ଟିଫିନ୍‌କୁ ନିଜାମ କେବେ ବ୍ୟବହାର କରିନଥିଲେ। କିନ୍ତୁ ଚୋରି ପରେ ଏହାକୁ ଚୋର ଖାଇବା ପାଇଁ ବ୍ୟବହାର କରୁଥିଲା। ହୀରା ଲାଗିଥିବା ଏହି ଟିଫିନ୍‌ଟି କିଛି ଦିନ ତଳେ ସଂଗ୍ରହାଳୟରୁ ଚୋରି ହୋଇଥିଲା। ତିନି ଥାକ ବିଶିଷ୍ଟ ଏହି ଟିଫିନ୍‌ରେ ହୀରା ମଧ୍ୟ ଲାଗିଛି।

ମାମଲାରେ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ କରୁଛି ପୁଲିସ୍‌। ଚୋରଙ୍କୁ ଧରିବା ପାଇଁ ପୁଲିସ୍‌କୁ ନାକେଦମ୍ ହେବାକୁ ପଡ଼ିଥିଲା। ପ୍ରାୟ ୬ ଶହ ମୋବାଇଲ୍ ନେଟୱର୍କକୁ ଯାଞ୍ଚ କରିଥିଲା ପୁଲିସ।

 

You might also like
Comments
Loading...