ଆଜି ନକ୍ଷତ୍ର ପରିବର୍ତ୍ତନ କରିବେ ଗ୍ରହରାଜ, ଏହି ୫ ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ

-ନ୍ୟାୟର ଦେବତା ହେଉଛନ୍ତି ଶନିଦେବ। କର୍ମ ଅନୁସାର ଶନି ଦେବତା ଫଳ ପ୍ରଦାନ କରିଥାନ୍ତି

-ଆଜି ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି ଶନିଦେବ

-ଫଳରେ ଏହି ୫ ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ। ଜାଣନ୍ତୁ ସେସବୁ ରାଶି…

ନବଗ୍ରହଙ୍କ ମଧ୍ୟରେ ଶନି ହେଉଛନ୍ତି ଗ୍ରହରାଜ। ଶନିଦେବ କୋପ କଲେ ଧନୀ କାଙ୍ଗାଳ ହୁଏ। ଆଉ ଶନିଙ୍କ ଶୁଭ ଦୃଷ୍ଟି ପଡିଲେ ଗରୀବ ବି କୋଟିପତି ହୋଇଯାଏ। ସେଇଥି ପାଇଁ ଗ୍ରହରାଜ ଶନିଙ୍କୁ ସନ୍ତୁଷ୍ଟ କରିବା ପାଇଁ ସମସ୍ତେ ଚାହିଁଥାନ୍ତି। ଏଥି ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଇ ଥାନ୍ତି। ହେଲେ ଆଜି ଆମେ ଆପଣଙ୍କ କହୁଛୁ ଶନିଙ୍କ ବିଷୟରେ ଏମିତି କଥା, ଯାହାକୁ ଶୁଣିଲେ ଆପଣ ଖୁସି ହୋଇଯିବେ । ନୂଆବର୍ଷର ପ୍ରଥମ ମାସରେ ହିଁ ଆପଣଙ୍କ ଘରେ ଧନର ବର୍ଷା ହେବ। ଜାନୁଆରୀ ୨୨ ତାରିଖ ଶୁକ୍ରବାର ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି ଶନିଦେବ।  ୫ଟି ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ।

ନ୍ୟାୟର ଦେବତା ହେଉଛନ୍ତି ଶନି। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ସ୍ୱତନ୍ତ୍ର ମାନ୍ୟତା ଦିଆଯାଏ। ପୂରା ବର୍ଷ ୨୦୨୧ରେ ଶନି ମକର ରାଶିରେ ରହିବେ। ରାଶି ପରିବର୍ତ୍ତନ ନ କଲେ ବି ଶନି ନକ୍ଷତ୍ର ପରିବର୍ତ୍ତନ କରିବେ। ୨୦୨୧ ବର୍ଷ ଆରମ୍ଭ ବେଳେ ଶନି ଉତ୍ତରାଷାଢା ନକ୍ଷତ୍ରରେ ରହିଥିଲେ। ଆଜି ଅର୍ଥାତ ୨୨ ଜାନୁଆରୀରେ ସେ ଶ୍ରବଣା ନକ୍ଷତ୍ରରେ ପ୍ରବେଶ କରିବାର ରହିଛି। ଏହା ପରେ ଶନିଙ୍କ ଉତ୍ତରାଷାଢା ଏବଂ ଶ୍ରବଣା ନକ୍ଷତ୍ରରେ ଗୋଚର ହେବେ। ଫଳରେ ୫ ରାଶି ଉପରେ ଭଲ ପ୍ରଭାବ ରହିବ। ୩ଟି ରାଶିର ବ୍ୟକ୍ତିଙ୍କୁ ମିଶ୍ର ଫଳ ମିଳିବା ସହ ୪ ରାଶିର ବ୍ୟକ୍ତି ସତର୍କ ରହିବାକୁ ହେବ ବୋଲି କୁହାଯାଇଛି।

  • ବୃଷ ରାଶି ପାଇଁ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଅତ୍ୟନ୍ତ ଶୁଭ। ଏହା ଦ୍ୱାରା ଆର୍ଥିକ ଲାଭର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଭାବରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ସହ ଧନ ପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି।
  • ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ସମ୍ପତ୍ତି ଲାଭର ସୁଯୋଗ ରହିଛି। ଯଦି ସମ୍ପତ୍ତି କ୍ରୟ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ମଧ୍ୟରେ କ୍ରୟ କରନ୍ତୁ। ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ।
  •  ବିଛା ରାଶି ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ। ସବୁ କାମରେ ଆପଣଙ୍କୁ ସଫଳତା ମିଳିବ। ସବୁ ପ୍ରକାରରେ ସମୟ ଭଲ ରହିବ। ଆପଣ ଚାହୁଁଥିବା ସବୁ କାମ ସଫଳ ହେବ।
  • ଧନୁ ରାଶିର ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ। ଚାକିରୀ, କର୍ମକ୍ଷେତ୍ରରେ ସରକାରୀ ସହାୟତା ମିଳିବ। ଆବଶ୍ୟକ ଧନ ପ୍ରାପ୍ତିର ଯୋଗ ରହିଛି। ବାକି ରହିଥିବା ଧନ ମିଳିବା ଆଶା କରାଯାଉଛି।
  •  ମୀନ ରାଶି ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିବ। ଶନି ଦେବତା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ। ଚାକିରୀରେ ପଦୋନ୍ନତି ହେବ। ସନ୍ତାନ ସମ୍ବନ୍ଧୀୟ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ।

କର୍ମ ଅନୁସାର ଶନି ଦେବତା ଫଳ ପ୍ରଦାନ କରିଥାନ୍ତି। ଗୋଟିଏ ରାଶିରେ ଶନି ଅଢେଇ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି। ବର୍ତ୍ତମାନ ଶନି ମକର ରାଶିରେ ଅଛନ୍ତି। ତେବେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁ ମିଥୁନ, ସିଂହ, ମକର ଓ କୁମ୍ଭ ରାଶିର ବ୍ୟକ୍ତି ସତର୍କ ରହିବାକୁ ହେବ। ଆଉ ମେଷ, କର୍କଟ ଏବଂ କନ୍ୟା ରାଶି ବ୍ୟକ୍ତିଙ୍କୁ ମିଶ୍ର ଫଳ ମିଳିବ। ଅଧିକ ଜାଣିବାକୁ ଚାହୁଁଥିଲେ ଜ୍ୟୋତିବିଦଙ୍କୁ ଯୋଗାଯୋଗ କରି ଉଚିତ ପରାମର୍ଶ ନିଅନ୍ତୁ।

 

You might also like