ଅଶୋକ ଓ ଅନ୍‌ସାରୀଙ୍କ ଫଟୋ ପଛର ଅସଲ କାହାଣୀ ଜାଣିଛନ୍ତି କି ?

ଆପଣ ଉପରେ ଦେଖୁଥିବା ଏହି ଦୁଇଟି ଫଟୋ ହେଉଛି ଗୁଜରାଟ ଦଙ୍ଗା ସମୟର। ସେହି ସମୟରେ ଏହି ଦୁଇଟି ଫଟୋ ବେଶ୍ ଭାଇରାଲ୍‌ ହୋଇଥିଲା। ଯାହା ଗୁଜରାଟ ଦଙ୍ଗାର ଭୟାବହତା ବୟାନ କରୁଥିଲା। ହେଲେ ଏହି ଫଟୋକୁ ନେଇ ଏବେବି ଅନେକ ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି।

ଅନେକେ ଭାବନ୍ତି ଫଟୋରେ ଖଣ୍ଡା ଧରିଥିବା ଅଶୋକ ପରମାର ହାତଯୋଡ଼ି ନେହୁରା ହେଇ ଜୀବନ ଭିକ୍ଷା ମାଗୁଥିବା କୁତବୁଦ୍ଦିନ ଅନ୍‌ସାରୀଙ୍କୁ ହାଣିବା ପାଇଁ ଖଣ୍ଡା ଉଞ୍ଚାଇଛନ୍ତି। ଆଉ କୁତ୍‌ବୁଦ୍ଦିନ ମଧ୍ୟ ଅଶୋକଙ୍କୁ ହିଁ ଜୀବନ ଭିକ୍ଷା ମାଗୁଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ନୁହେଁ। ତେବେ ସତ କ’ଣ ଜାଣିବାକୁ ହେଲେ ଆଜି ଆମକୁ ସେଇ ଛାତିଥରା ଇତିହାସର ଫର୍ଦ୍ଦକୁ ଓଲଟାଇବାକୁ ପଡ଼ିବ।

ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା ପରେ ଆରମ୍ଭ ହୋଇଯାଇଥିଲା ଗୁଜରାଟ ଦଙ୍ଗା। ୩ ଦିନ ଧରି ଚାଲିଥିବା ହିନ୍ଦୁ-ମୁସଲମାନର ଏହି ସାମ୍ପ୍ରଦାୟିକ ଦଙ୍ଗାରେ ଶହ ଶହ ଦୋକାନ ଲୁଟ୍ ହେଲା। ଝିଅ ବୋହୂଙ୍କ ଇଜ୍ଜତ ଲୁଟିଲେ ଦଙ୍ଗାକାରୀ। ହିନ୍ଦୁ ମୁସଲମାନକୁ ହାଣିଲା ଆଉ ମୁସଲମାନ ହିନ୍ଦୁକୁ। ଏହି ଦଙ୍ଗାରୁ ଜୀବନ ରକ୍ଷା କରିବା ପାଇଁ ଅନସାରୀ ପରିବାର ସହ ଗୋଟେ ରୁମ୍ ଭିତରେ ନିଜକୁ ବନ୍ଦୀ କରିନେଇଥିଲା।

ଦୁଇଦିନ ଅଖିଆ ଅପିଆ ରୁମ୍ ଭିତରେ କଟିବା ପରେ ଶଡ଼କ ଉପରେ ରାପିଡାକ୍ସନ ଫୋର୍ସ ଦେଖି ବିକଳରେ ସାହେବ ସାହେବ ଡାକ ପକାଇଥିଲା ଅନ୍‌ସାରୀ। ଆଉ ପଛରୁ କେହିଜଣେ ଡାକୁଥିବାରୁ ଦେଖି ଯବାନ ଜଣକ ଗାଡ଼ିରୁ ଓହ୍ଲାଇବା ପରେ ଅନ୍‌ସାରୀ ତାଙ୍କ ପାଖକୁ ଯାଇ ଦଙ୍ଗାରୁ ବଞ୍ଚାଇବାକୁ ହାତଯୋଡ଼ି କାକୁତି ମିନତୀ ହୋଇଥିଲା। ଏହି ସମୟରେ ଜଣେ ବ୍ୟକ୍ତି ଫଟୋ ଉଠାଇ ନେଇଥିଲେ। ଯାହା ପରେ ଖବରକାଗଜ ଓ ମାଗାଜିନ୍‌ର ଫ୍ରଣ୍ଟ ପେଜ୍‌ର ବାହାରିଥିଲା। ଆଉ ଖୁବ୍‌ ଭାଇରାଲ୍‌ ହୋଇଥିଲା।

ଖବର ପଢ଼ୁଥିବା ଲୋକ ଅନ୍‌ସାରୀଙ୍କୁ ମୃତ ବୋଲି ଭାବିନେଇଥିଲେ। ଏହାପରେ ଜଣେ ସାମ୍ବାଦିକ ଅନ୍‌ସାରୀଙ୍କୁ ଭେଟି ତାଙ୍କର ଆଉ ଏକ ଫଟୋ ଛାପିଲେ ଓ ସେ ଜୀବିତ ଥିବା ଦର୍ଶାଇଲେ। ଏକଥା ନିଜେ ଅନ୍‌ସାରୀ ବିଭିନ୍ନ ଗଣମାଧ୍ୟମରେ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି।

ସେହିଭଳି ଦ୍ୱିତୀୟ ଫଟୋରେ ଅଶୋକ ପରମାର ମୁଣ୍ଡରେ ଏକ ଗେରୁଆ ପଟ୍ଟି ବାନ୍ଧି ହାତରେ ଖଣ୍ଡା ଧରିଥିବାର ଏକ ଫଟୋ ଦେଖାଯାଇଥିଲା। ଏହି ଫଟୋ ତାଙ୍କ ଜୀବନକୁ ବଦଳେଇ ଦେଲା। ଦୁନିଆ ଆଖିରେ ସେ ପାଲଟିଗଲେ ନିର୍ଦ୍ଦୀୟ ନରହନ୍ତା। କିନ୍ତୁ ଫଟୋ ପଛରେ କାହାଣୀ ଥିଲା କିଛି ଅଲଗା।

ଅଶୋକ କାହାକୁ କ୍ଷତି ପହଞ୍ଚାଇବାକୁ ଖଣ୍ଡା ଉଠାଇ ନଥିଲେ କି ମୁଣ୍ଡରେ ଗେରୁଆ ବାନ୍ଧି ନଥିଲେ। ନିଜ ସୁରକ୍ଷା ପାଇଁ ସେ ଏପରି କରିଥିଲେ। ଆଉ ସେତେବେଳର ସମୟ ତାଙ୍କୁ ମୁସଲମାନ ବିରୋଧୀଙ୍କ ସପକ୍ଷରେ ଛିଡ଼ା ହେବାକୁ ବାଧ୍ୟ କରିଥିଲା ବୋଲି ଅଶୋକ କୁହନ୍ତି। ଅତୀତର ସେଇ ଫଟୋ ପାଇଁ ଅଶୋକ ଲୋକଙ୍କ ସାମ୍ନାରେ ତଳକୁ ଖସିଗଲେ। ଏଥିପାଇଁ ସେ ଖୁବ୍ ଦୁଃଖୀ ମଧ୍ୟ। ଏବେ ସେଇ ଫଟୋ ଦେଖିଲେ ତାଙ୍କୁ ଖୁବ୍ ଖରାପ ଲାଗେ ବୋଲି ଅଶୋକ କହନ୍ତି।

ଗୁଜରାଟ ଦଙ୍ଗା ଏତେ ଭୟଙ୍କର ଥିଲା ଯେ ଏଥିରେ ୧୦୪୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଯେଉଁଥିରେ ୭୯୦ ମୁସ୍‌ଲିମ ଓ ୨୫୪ ଜଣ ହିନ୍ଦୁ ଥିଲେ। ଅନେକ ଲୋକ ନିଖୋଜ୍‌ ମଧ୍ୟ ହୋଇଯାଇଥିଲେ।

ତେବେ ସମୟ ବଦଳିବା ସହିତ ଶତ୍ରୁତା ଆଜି ମିତ୍ରତାରେ ପରିଣତ ହୋଇଛି। ଉଭୟ ଆଶୋକ ଓ ଅନସାରୀ ଦୁଇ ଘନିଷ୍ଠ ବନ୍ଧୁ ହୋଇ ଭାଇ ଚାରାର ବାର୍ତ୍ତା ବାଣ୍ଟୁଛନ୍ତି। ନିକଟରେ ଅଶୋକ ଏକ ଜୋତା ଦୋକାନ ଖୋଲି କୁତ୍‌ବୁଦ୍ଦିନଙ୍କ ହାତରେ ଏହାକୁ ଉଦ୍‌ଘାଟନ କରାଇଥିଲେ, ଯାହା ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like