କୁମ୍ଭୀର ପାଇଁ କାନ୍ଦଣା

ଛତିଶଗଡ଼ରେ ୧୩୦ ବର୍ଷର କୁମ୍ଭୀରର ମୃତ୍ୟୁ

ଛତିଶଗଡ଼ : କୁମ୍ଭୀର କାନ୍ଦଣା କଥା ଆପଣ ଶୁଣିଥିବେ। କିନ୍ତୁ କେବେ କୁମ୍ଭୀର ପାଇଁ କାନ୍ଦଣା କଥା ଶୁଣିନଥିବେ। ହେଲେ ଛତିଶଗଡ଼ରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ଆଜିକାଲି ଭାରି ଚର୍ଚ୍ଚାରେ।

ଏମିତି ତ ପ୍ରିୟର ଗୃହପାଳିତ ପଶୁ ପକ୍ଷୀଙ୍କ ମୃତ୍ୟୁରେ ଆମେ ଶୋକ ପ୍ରକାଶ କରିବା ସହ ଦୁଃଖ କରିବାର ଜାଣିଛେ। କିନ୍ତୁ କେବେ ହିଂସ୍ର ଜଙ୍ଗଲୀ ଜନ୍ତୁ କିମ୍ବା ସରୀସୃପଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଥା ଆପଣ ଶୁଣିନଥିବେ। ଛତିଶଗଡ଼ର ବେମତରା ବବାମୋହତରା ଗାଁରେ ଗତ ମଙ୍ଗଳବାର ଦିନ ପାଖାପାଖି ୫ଶହ ଲୋକ ନିଜ ପ୍ରିୟ କୁମ୍ଭୀର ଗଙ୍ଗାରାମକୁ ଅନ୍ତିମ ବିଦାୟ ଜଣାଇଛନ୍ତି।

ବନ ବିଭାଗର କହିବା କଥା ମୃତ କୁମ୍ଭୀରର ବୟସ ପାଖାପାଖି ୧୩୦ରୁ ଅଧିକ ହେବ।  ତିନି ମିଟର ଲମ୍ବ ଏହି କୁମ୍ଭୀରର ମରଶରୀର ପୋଖରୀରେ ଭାସୁଥିବା ଦେଖି ତାକୁ ଉଦ୍ଧାର କରିବା ସହ ଗାଁରେ ହିଁ ତାକୁ ସମାଧି ଦିଆଯାଇଛି। ମିଳିଥିବା ଖବର ଅନୁସାରେ ଉକ୍ତ ଗ୍ରାମର ମୁଖ୍ୟ ପୋଖରୀରେ ବହୁ ଦିନ ଧରି ରହିଆସୁଥିଲା। କିନ୍ତୁ କେବେ ବି କାହାକୁ ଆଘାତ ଦେଇନଥିବା ଗାଁ ଲୋକେ କହିଛନ୍ତି।

ଆହୁରି ପଢ଼ନ୍ତୁ

ବାପାଙ୍କ ଶବକୁ କାନ୍ଧ ଦେଇ ମଶାଣି ନେଲେ ତିନି ଝିଅ , ଦେଲେ ମୁଖାଗ୍ନି

ସରକାରଙ୍କ ଠିକାଦାର ପ୍ରୀତିର ଗୁମର ଖୋଲିଲେ ଏଜି ; କାମ ନକରି ବି ମାଲେମାଲ୍ ଠିକାଦାର

ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା

ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର

ପାଟକୁରାରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର

କୁଳଭୂଷଣଙ୍କୁ ପାକିସ୍ତାନ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖିଲେ ICJ

ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ

ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା : ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଫେରାର

ନିଶା ଓ ପଥର ମାଫିଆ ଘର ଉପରେ ଚଢ଼ିଲା ବୁଲ୍‌ଡୋଜର

ବାହୁଡ଼ାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ

ଅଧୁରା ରହିବ କି ୩ ଜିଲ୍ଲାର ମଡେଲ୍ ଡିଗ୍ରୀ କଲେଜ ସ୍ୱପ୍ନ ?

You might also like