ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ୱାଲ୍‌ଧୁନି ନଦୀର ପାଣି ହଠାତ୍‌ ରକ୍ତର ରଙ୍ଗଭଳି ହୋଇଯାଇଛି। ଯାହାଫଳରେ ଏହାର ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ଏହି ନଦୀର ପାଖାପାଖି ବସବାସ କରୁଥିବା ଉଲ୍ଲାସ ନଗର ଏବଂ ଅମ୍ୱରନାଥ ବସ୍ତି ବାସିନ୍ଦାଙ୍କ କହିବା ମୁତାବକ ୱାଲ୍‌ଧୁନି ନଦୀରେ ବିଷାକ୍ତ ରାସାୟନିକ ପଦାର୍ଥକୁ ଛାଡ଼ିବା ଫଳରେ ପାଣିର ରଙ୍ଗ ଏପରି ହୋଇଛି। ଏଥିରେ ଖାଲି ନଦୀ ନୁହେଁ ବଂର ଏହାର କୂଳରେ ବାସ କରୁଥିବା ଲୋକମାନଙ୍କର ଚଳିବା ମଧ୍ୟ କଷ୍ଟକର ହୋଇପଡ଼ୁଛି।

नदी का पानी खून की तरह हुआ लाल

ଏଥିପାଇଁ ଲୋକେ ବାରମ୍ୱାର ମହାରାଷ୍ଟ୍ର ପ୍ରଦୂଷଣ ବୋର୍ଡକୁ ଜଣାଇ ଥିଲେ ମଧ୍ୟ ପୋଲିସ୍‌ ଏବଂ ନଗର ନିଗମ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି।

ଏଥିସହିତ ଉଲ୍ଲାସ ନଗର ପାଖ ଦେଇ ଯାଇଥିବା ନଦୀରେ କୌଣସି ଶିଳ୍ପ କାରଖାନାର ଡମ୍ଫର ବର୍ଜ୍ୟବସ୍ତୁ ପକାଉଥିଲେ କେହି ଖବର ଦେଲେ ତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କୃତ କରାଯିବ ବୋଲି ଉଲ୍ଲାସ ନଗରର କାଉନ୍‌ସିଲର୍‌ ଘୋଷଣା କରିଛନ୍ତି।

नदी का पानी खून की तरह हुआ लाल

୨୦୧୪ ମସିହା ଡିସେମ୍ୱର ମାସରେ ମଧ୍ୟ ନଦୀ ପାଖାପାଖି ବସବାସ କରୁଥିବା ୬୦୦ ବସ୍ତି ବାସିନ୍ଦାଙ୍କୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ନଦୀ କୂଳର ଲୋକମାନଙ୍କର ପ୍ରବଳ ବାନ୍ତି ସହ ଶ୍ୱାଶକ୍ରିୟାରେ ଅସୁବିଧା ଦେଖାଦେଇଥିଲା।

नदी का पानी खून की तरह हुआ लाल

ଫୋପଡ଼ା ଯାଇଥିବା ବର୍ଜ୍ୟ ସେ ସମୟରେ ବାୟୁକୁ ଦୂଷିତ କରିଦେଇଥିଲା। ଯାହାଫଳରେ କିଛି ଲୋକ ସେଠାରୁ ଅନ୍ୟତ୍ର ଚାଲି ଯାଇଥିଲେ। ଏହା ବିରୋଧରେ ଏକ କେଶ୍‌ ମଧ୍ୟ ଦାୟାର କରାଯାଇଥିଲା। କିନ୍ତୁ କିଛିଦିନ ପରେ ମାମଲା ଥଣ୍ଡା ପଡ଼ିଯାଇଥିଲା।

Other Stories