ହ୍ୱାଟ୍ସଆପରୁ ମୁହଁ ଫେରାଇ ଟେଲିଗ୍ରାମ ମୁହାଁ ୟୁଜର୍ସ

ଟେଲିଗ୍ରାମ ଆପକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ

  • ଟେଲିଗ୍ରାମ ଆପକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ
  • ହ୍ୱାଟ୍ସଆପ ପରେ ଲୋକପ୍ରିୟ ହେଉଛି ଟେଲିଗ୍ରାମ୍
  • ଜାନୁଆରୀରେ ବଢିଲେ ୧୦ ମିଲିୟନ ୟୁଜର୍ସ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଟେଲିଗ୍ରାମ୍ ଆପର ବଢୁଛି ଚାହିଦା। ଧୀରେ ଧୀରେ ଅଧିକ ଲୋକପ୍ରିୟ ହେଉଛି ଏହି ଆପ୍। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଲାଗୁ ହେବା ପରଠୁ ଅଧିକାଂଶ ୟୁଜର୍ସ ଆପ ପ୍ରତି ମୁହଁ ମୋଡିବା ଆରମ୍ଭ କଲେଣି । ଏହା ମଧ୍ୟରେ ମେସେଜିଂ ଆପ୍ ଟେଲିଗ୍ରାମର ଏକ ନୂଆ ଫିଚର ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହା ସାହାଯ୍ୟରେ ଆପଣ ନିଜ ସମସ୍ତ ଚାଟ୍ ହିଷ୍ଟ୍ରି ଅତି ସହଜରେ ଟେଲିଗ୍ରାମରେ ଟ୍ରାନ୍ସଫର କରିପାରିବେ ।

ଟେଲିଗ୍ରାମ ନିଜ ନୂଆ ବ୍ଲଗ ପୋଷ୍ଟରେ କହିଛି କି ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ବିରୁଦ୍ଧରେ ଲୋକଙ୍କ ବିରୋଧର ଫାଇଦା କମ୍ପାନୀକୁ ମିଳିଛି । କେବଳ ଜାନୁୟାରୀ ମାସରେ ହିଁ ୧୦ ମିଲିୟନ୍ ୟୁଜର୍ସ ବଢିଛନ୍ତି ଟେଲିଗ୍ରାମ ଆପରେ । ପୋଷ୍ଟର ସୂଚନା ଅନୁସାରେ ଏବେ ୟୁଜର୍ସ ଅନ୍ୟ ମେସେଜିଂ ଆପ୍ସର ଚାଟ୍ ହିଷ୍ଟ୍ରି, ଭିଡିଓ ଓ ଡକ୍ୟୁମେଣ୍ଟ୍ସ ଟେଲିଗ୍ରାମରେ ଟ୍ରାନ୍ସଫର କରିପାରିବେ ।

କେମିତି ଟ୍ରାନ୍ସଫର କରିବେ ଚାଟ୍ ହିଷ୍ଟ୍ରି?

ଆଣ୍ଡ୍ରଏଡ୍ ଫୋନ୍ ୟୁଜର୍ସଙ୍କୁ ପ୍ରଥମେ ନିଜ ହ୍ୱାଟ୍ସଆପ୍ ଖୋଲିବାକୁ ହେବ । ଏବେ ଏଠାରେ ଯେଉଁ ଚାଟ୍ ବା ଗ୍ରୁପକୁ ଟ୍ରାନ୍ସଫର କରିବାକୁ ହେବ ତାକୁ ଟ୍ୟାପ୍ କରନ୍ତୁ । ଚାଟ୍ ସିଲେକ୍ଟ ହେବା ମାତ୍ରେ ଆପଣଙ୍କୁ More ଅପ୍ସନ ଉପରେ ହିଁ ନଜର ଆସିବ । ପରେ  ଏଠାରେ ଥିବା Export Chat କୁ ଓକେ କରନ୍ତୁ । ଏହାପରେ ଦେଖାଯାଉଥିବା ଆପ୍ସର ଅପ୍ସନରେ ଟେଲିଗ୍ରାମକୁ ଚୟନ କରନ୍ତୁ ଏବଂ ସେୟାର ବଟନ ଉପରେ କ୍ଲିକ୍ କରନ୍ତୁ।

ଆଇଫୋନ ବ୍ୟବହାରୀ କେମିତି କରିବେ ଟ୍ରାନ୍ସଫର?

ଯେଉଁମାନେ ଆଇଫୋନ୍ ବ୍ୟବହାର କରୁଛନ୍ତି ସେମାନେ ମଧ୍ୟ ନିଜ ଅନ୍ୟ ମେସେଜିଂ ଆପ୍ସର ଚାଟ୍ ହିଷ୍ଟ୍ରିକୁ ଟେଲିଗ୍ରାମରେ ଟ୍ରାନ୍ସଫର କରିପାରିବେ । ଏଥିପାଇଁ ଚାଟକୁ ଲେଫ୍ଟ ସ୍ୱାଇପ୍ କରନ୍ତୁ ଏବଂ ସିଧା Export ରେ ଟ୍ୟାପ୍ କରନ୍ତୁ , ଆଉ ଏହା ପରେ ଆପଣଙ୍କ ଚାଟ୍ ଅତି ସହଜରେ ଟ୍ରାନ୍ସଫର ହୋଇପାରିବ ବୋଲି ଜଣାପଡ଼ିଛି।

ଏହାରି ମଧ୍ୟରେ, ହ୍ୱାଟ୍ସଆପ୍ ସାରା ବିଶ୍ୱରେ ନିଜ ୟୁଜର୍ସଙ୍କୁ ନୂଆ ପ୍ରାଇଭେସି ପଲିସି ପଠାଇବା ଆରମ୍ଭ କରିଛି । ଏହି ପଲିସିରେ ଡାଟା ଫେସବୁକରେ ସେୟାର କରିବା କଥା କୁହାଯାଇଛି । କିନ୍ତୁ ହ୍ୱାଟ୍ସଆପର ଏହି ନିୟମକୁ ଅଧିକାଂଶ ୟୁଜର୍ସ ବିରୋଧ କରିଛନ୍ତି। ତେଣୁ ବିକଳ୍ପ ଭାବରେ ୟୁଜର୍ସ ଏବେ ମେସେଜିଂ ଓ ଚାଟିଂ ପାଇଁ ସିଗନାଲ୍ ଓ ଟେଲିଗ୍ରାମ ଡାଉନଲଡ୍ କରୁଛନ୍ତି ।

ତେବେ ମୋଟ ଉପରେ କହିବାକୁ ଗଲେ, ହ୍ୱାଟ୍ସ ଆପରୁ ୟୁଜର୍ସ ମାନେ ମୁହଁ ମୋଡ଼ୁଥିବା ବେଳେ ଟେଲିଗ୍ରାମ ପ୍ରତି ଆକୃଷ୍ଟ ହେଉଛନ୍ତି  ୟୁଜର୍ସ, ଯାହା କମ୍ପାନୀକୁ  ଭଲ ଦେଉଛି।

You might also like