ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ନୂଆଦିଲ୍ଲୀ: ପାହାଡ଼ ଓ ଘଞ୍ଚ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ପାଠ ପଢ଼ାଇବା ସବୁବେଳେ ଗୋଟିଏ ଚ୍ୟାଲେଞ୍ଜ ହୋଇଥାଏ। କେତେବେଳେ ଭିତ୍ତିଭୂମି ନଥାଏ ତ କେତେବେଳେ ଶିକ୍ଷକଙ୍କ ଅଭାବ ଯୋଗୁଁ ଏହି ସବୁ ଅଞ୍ଚଳର କୁନି କୁନି ପିଲା ପାଠ ପଢ଼ାରୁ ବଞ୍ଚିତ ରହିଥାନ୍ତି। ଏ ଭଳି ସମସ୍ୟା ଦୂରେଇବା ଲାଗି ତାମିଲନାଡୁର କିଛି ଶିକ୍ଷକ ଉଦ୍ୟମ ଆରମ୍ଭ କରିଛନ୍ତି। ଏମାନେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍କୁଲ ଗୁଡ଼ିକୁ ରଙ୍ଗୀନ ଚିତ୍ରରେ ସଜାଉଛନ୍ତି।

ତାମିଲନାଡୁ କୋଏମ୍ବାଟୁରର ଇଦିଗରାଇ ପାରାପଲ୍ଲିରେ ସରକାରୀ ସ୍କୁଲର ଶିକ୍ଷକମାନେ ପାଠ ପ୍ରତି ପିଲାଙ୍କ ଆଗ୍ରହ ବଢ଼ାଇବା ଲାଗି ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଉଚ୍ଚ ପାହାଡ଼ର ପାଦ ଦେଶରେ ଘଞ୍ଚ ଓ ଅପହଞ୍ଚ ଗାଁରେ ଥିବା ସ୍କୁଲ ଗୁଡ଼ିକୁ ଆକର୍ଷଣୀୟ କରିବାରେ ଲାଗି ସ୍କୁଲ୍‌ କାନ୍ଥରେ ଏମାନେ ଚିତ୍ର ଆଙ୍କୁଛନ୍ତି। ପିଲାଙ୍କ ପଢ଼ା ବହିର ବିଭିନ୍ନ ବିଷୟ ବସ୍ତୁକୁ ଏମାନେ ଚିତ୍ର ମାଧ୍ୟମରେ କାନ୍ଥରେ ଉପସ୍ଥାପନ କରିଛନ୍ତି। ସ୍କୁଲ କାନ୍ଥରେ ଏ ସବୁ ଚିତ୍ର କରି ତାରି ମାଧ୍ୟମରେ ଶିକ୍ଷା ଦେବାକୁ ଏମାନେ ପଦକ୍ଷେପ ନେଇଛନ୍ତି। ପଶୁପକ୍ଷୀ, ଫୁଲ, ଫଳ, ବୃକ୍ଷଲତାର ଚିତ୍ର କରି ସେ ସଂପର୍କରେ ପିଲାଙ୍କୁ ଶିକ୍ଷା ଦେଉଛନ୍ତି।

ନିଜ ଖର୍ଚ୍ଚରେ ଏହି ଶିକ୍ଷକମାନେ ପ୍ରାୟ ୧୫ଟି ଜିଲ୍ଲାର ୧୧୦ଟି ସ୍କୁଲକୁ ସଜେଇ ସାରିଲେଣି। ଶିକ୍ଷକମାନେ ବିଶେଷ କରି ଆଦିବାସୀ ଜନବସତିରେ ଥିବା ସ୍କୁଲକୁ ପେଣ୍ଟିଂ କରୁଛନ୍ତି। ବେଳେ ବେଳେ ଏଥିପାଇଁ ସେମାନଙ୍କୁ ଗାଡ଼ି କରି ପାହାଡିଆ ଖାଲଖମା ରାସ୍ତାରେ ଯିବାକୁ ପଡ଼ିଥାଏ। ତାପରେ ବି ୩ରୁ ୪ କିଲୋମିଟର ଚାଲି ଚାଲି ଚାଲି ସ୍କୁଲରେ ପହଞ୍ଚିବାକୁ ହୋଇଥାଏ।

ଆହୁରି ପଢ଼ନ୍ତୁ

ଏକାଧିକ ଲଗ୍‌ଜୁରୀ କାର୍‌କୁ ଘାଇରେ ଫିଙ୍ଗିଦେଲା ଭୋଲ୍‌ଭୋ କମ୍ପାନୀ

ଲଞ୍ଚ ହେଲା ପୃଥିବୀର ଦାମୀ ପର୍ସ; ମୂଲ୍ୟ‌ କେତେ ଜାଣନ୍ତି ?

୬ ମହିଳା ଗର୍ଭବତୀ, ସ୍ୱାମୀ କହିଲେ-ସବୁ ପିଲାଙ୍କର ବାପା……

କର୍ମଚାରୀଙ୍କୁ କୋଟିପତି କରିଦେଲେ ମାଲିକ

କାହିଁକି ଶରୀରରୁ ମାଛ ପରି ଗନ୍ଧ ବାହାରିଥାଏ ? ଫିଶ୍‌ ଓଡର ସିଣ୍ଡ୍ରୋମ ରୋଗ ବିଷୟରେ ଜାଣିଛନ୍ତି କି ?

ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କାମୁଡ଼ିଲା ବାଘ

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

You might also like