ବିନା ଡ୍ରାଇଭର୍‌ରେ ଚାଲିଲା ଗାଡି, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ: ଗୋଟେ ଗାଡିକୁ ଚଲାଇବା ପାଇଁ ଡ୍ରାଇଭରର ନିହାତି ଆବଶ୍ୟକ ହୋଇଥାଏ। ବିନା ଡ୍ରାଇଭରରେ ଗାଡି ଚାଳନା ଅସମ୍ଭବ ପ୍ରାୟ। କିନ୍ତୁ ନିକଟରେ ସୋଶାଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ବିନା ଡ୍ରାଇଭରରେ ଗାଡି ଚାଲୁଥିବା ଦେଖିବାକୁ ମିଳିଛି। ଭିଡିଓଟି ତାମିଲ୍‌ନାଡୁର। ଭିଡିଓରେ ଯାହା ଦେଖିବାକୁ ମିଳିଛି କାର୍‌ର ଆଗ ସିଟ୍‌ରେ ଜଣେ ବ୍ୟକ୍ତି ବସିଛନ୍ତି। ଡ୍ରାଇଭର୍‌ ସିଟ୍‌ରେ କେହି ନଥିବା ବେଳେ ଗାଡି ଟି ଆରାମରେ ରାସ୍ତାରେ ଉପରେ ଚାଲୁଛି।

ସୋଶାଲ୍‌ ମିଡିଆରେ ଟାଗୋର୍‌ ଚେରି ନାମକ ଜଣେ ବ୍ୟକ୍ତି ଏହି ଭିଡ଼ିଓକୁ ଶେଆର କରିଛନ୍ତି। ସେ ଭିଡିଓ ଶେଆର କରି କ୍ୟାପସନ୍‌ରେ, ଗାଡିଟି କେମିତି ବିନା ଡ୍ରାଇଭର୍‌ରେ ଚାଲିଛି। ଏସବୁ ଦେଖି ମତେ ଆଶ୍ଚର୍ଯ୍ୟ ଲାଗୁଛି ଲେଖିଛନ୍ତି।

ଚେରିଙ୍କର ଏହି ଭିଡିଓରେ କିଛି ଲୋକ ଏହି ବ୍ୟକ୍ତି ଜଣଙ୍କ ତାମିଲନାଡୁର। ସେ ବହୁତ ଡେଙ୍ଗା। ପାଖ ସିଟ୍‌ରେ ବସି ମଧ୍ୟ ସେ ଗାଡିକୁ ଡ୍ରାଇଭ୍‌ କରିପାରନ୍ତି ବୋଲି କମେଣ୍ଟ କରିଛନ୍ତି।

ପାଖରେ ବସି ଏମିତି ଗାଡିକୁ ଆୟତ୍ତରେ ଆଣିପାରୁଥିବାରୁ ସୋଶାଲ୍‌ ମିଡିଆରେ ବୃଦ୍ଧଙ୍କୁ ଢେର୍‌ ପ୍ରଶଂସା କରାଯାଇଛି।

ଚେରିଙ୍କର ଏହି ଭିଡିଓକୁ ପାଖାପାଖି ୫ହଜାର ଲୋକ ଶେଆର କରିଛନ୍ତି। ହଜାରରୁ ଅଧିକ ଲାଇକ୍‌ ମିଳିଛି।

 

You might also like