ବୃଦ୍ଧ ଦମ୍ପତିଙ୍କୁ ପ୍ରଶଂସା ; ଘରେ ପଶିଥିବା ଲୁଟେରାଙ୍କୁ କଲେ କଡ଼ା ମୁକାବିଲା

ତାମିଲନାଡ଼ୁ : ଲୁଟେରାଙ୍କୁ କଡ଼ା ମୁକାବିଲା କରିଛନ୍ତି ତାମିଲନାଡ଼ୁର ଦମ୍ପତି। ଖବର ଅନୁଯାୟୀ, ତାମିଲନାଡୁର ତିରୁନେଲଭେଲି ଅଂଚଳରେ ସ୍ୱାମୀ, ସ୍ତ୍ରୀ ଏକାଠି ଅଗଣାରେ ବସିଥିବା ବେଳେ ଦୁଇଜଣ ଲୁଟେରା ଘର ଭିତରକୁ ପଶି ଆସିଥିଲେ। ମାରଣାସ୍ତ୍ର ଧରି ସେମାନେ ବୃଦ୍ଧ ଦମ୍ପତିଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଏକ ଗାମୁଛା ଦ୍ୱାରା ସେମାନେ ବୃଦ୍ଧଙ୍କ ବେକକୁ ଚାପି ମାରି ଦେବାକୁ ଚେଷ୍ଟା କରିଥିଲେ।

ଏଥିରେ କିନ୍ତୁ ଡରି ନଯାଇ ବୃଦ୍ଧ ଜଣଙ୍କ ଲୁଟେରାଙ୍କ ସାମ୍ନା କରିଥିଲେ। ପ୍ରଥମେ ଲୁଟେରାଙ୍କ ଉପରକୁ ଚପଲ ଫୋପାଡିବା ସହ ଚିତ୍କାର କରିଥିଲେ। ତାଙ୍କ ସ୍ତ୍ରୀ ମଧ୍ୟ ଲୁଟେରାଙ୍କୁ ସାମ୍ନା କରିଥିଲେ ।

 କାଠ, ଚେୟାର, ଷ୍ଟୁଲ , ଝାଡୁ ପାଖରେ ଯାହା ବି ଥିଲା ସେମାନେ ଦୁର୍ବୃତ୍ତଙ୍କ ଉପରକୁ ଫୋପାଡିଥିଲେ। ଲୁଟେରାମାନେ ମାରଣାସ୍ତ୍ର ଦ୍ୱାରା ସେମାନଙ୍କ ଉପରକୁ ବାରମ୍ବାର ଆକ୍ରମଣ କରିଥିଲେ ମଧ୍ୟ ସେମାନେ ଭୟଭୀତ ହୋଇ ନଥିଲେ।

ଏପରି ଦୀର୍ଘ ସମୟ ଧରି ମୁହାଁମୁହିଁ ହେବା ପରେ ଲୁଟେରାମାନେ ପଳାଇଯାଇଥିଲେ। ଆକ୍ରମଣରେ ବୃଦ୍ଧାଜଣଙ୍କ ଆହତ ହୋଇଥିବା ବେଳେ ପ୍ରାୟ ୩୩ଗ୍ରାମର ସୁନା ଚେନ ଲୁଟେରାମାନେ ଲୁଟି ନେଇଥିଲେ। ଲୁଟେରାଙ୍କ ସାହସର ସହ ମୁକାବିଲା କରିଥିବା ବୃଦ୍ଧ ଦମ୍ପତିଙ୍କୁ ଏବେ ଚାରିଆଡେ ପ୍ରଶଂସାର ସୁଅ ଛୁଟୁଛି।

ଆହୁରି ପଢ଼ନ୍ତୁ

ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଯାଆଁଳା ଭଉଣୀଙ୍କ ମାଗଣା କୋଭିଡ ହେଲ୍ପଲାଇନ୍‌

‘ପ୍ରିନ୍ସ ଅଫ୍ କୋଲକାତା’ @୪୮

ୱା ଅଫିସର; ମୃତ୍ୟୁ ପୂର୍ବରୁ ଅପରାଧୀକୁ ଧରାଇ ଦେବାକୁ ସୁରାକ ଛାଡ଼ିଗଲେ କନଷ୍ଟେବଲ

୧୧୮ ବର୍ଷ ପରେ ଦେଖାଦେଲା ବିରଳ ପ୍ରଜାତିର ଫୁଲ

ଫେସ୍ ବୁକ୍‌ର ରଙ୍ଗ ନୀଳ କାହିଁକି ଜାଣନ୍ତି ?

ଆସିଲା ଗୁପ୍‌ଚୁପ୍‌ ଏଟିଏମ୍‌ !

ଶାଶୁଘରେ ପହଞ୍ଚିବା ପୂର୍ବରୁ ମେଡିକାଲରେ ଭର୍ତ୍ତି ହେଲେ ନବବଧୂ

ବୟସର ସାୟାହ୍ନରେ ଖଇରୀକୁ ଝୁରୁଛନ୍ତି ନିହାର ନଳିନୀ

କେତେଦିନ ରହିବ ଏ ‘ମାଇବାପ୍‌’ ସରକାର ?

ହାତ ନାହିଁ କିନ୍ତୁ ଗୋଡ଼ରେ ଆଙ୍କୁଛନ୍ତି ଜୀବନ୍ତ ଛବି, ଦେଖନ୍ତୁ ଭିଡିଓ

ଚୀନରୁ ଚିହ୍ନଟ ହେଲା ଆଉ ଏକ ଭୟଙ୍କର ଭୂତାଣୁ: ପୁଣି ଏକ ମହାମାରୀ ଆଶଙ୍କା !

You might also like