• translate
Prangyan Parimita

ବଲିଉଡ଼୍ ପାଇଁ ଜାନୁଆରୀ ୨୧ ତଥା ଆଜିର ଦିନ ବେଶ୍ ମହତ୍ତ୍ୱପୂର୍ଣ୍ଣ । ଆଜିର ଦିନରେ ସୁଶାନ୍ତ ସିଂ ରାଜପୁତଙ୍କର ଜନ୍ମ ହୋଇଥିଲା । ସୁଶାନ୍ତ ଆମ ଗହଣରେ ଏବେ ନଥିଲେ ସୁଦ୍ଧା ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିବେ । ଘଟଣାକୁ ଅନେକ ଦିନ ବିତି ଯାଇଛି ସିନା ଦର୍ଶକ ଏବେ ବି ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ।  ତାଙ୍କର ସିନେମା ଓ ସିରିଏଲ ସମ୍ପର୍କରେ ସମସ୍ତେ ଆଲୋଚନା କରୁଥିବାର ଶୁଣିବାକୁ ମିଳେ, କିନ୍ତୁ ତାଙ୍କ ଜୀବନର ଅନ୍ୟ ପାର୍ଶ୍ୱକୁ ଖୁବ କମ ଲୋକ ହିଁ ଜାଣନ୍ତି । ଏମିତି ଏକ ଅଜଣା କଥା ହେଲା, ଜହ୍ନରେ ଜାଗା କିଣିଥିବା ପ୍ରଥମ ଅଭିନେତା ଥିଲେ ସୁଶାନ୍ତ ସିଂ ରାଜପୁତ ।

କଠିନ ପରିଶ୍ରମ କରି ସଫଳତା ସାଉଣ୍ଟିଥିବା ସୁଶାନ୍ତଙ୍କ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ  । ପ୍ରାରମ୍ଭିକ ଜୀବନରେ ୨୫୦ ଟଙ୍କା ଦରମାରୁ କ୍ୟାରିୟର୍ ଆରମ୍ଭ କରିଥିଲେ । ସୁଶାନ୍ତ ବଲିଉଡ ସିନେ ଇଣ୍ଡଷ୍ଟ୍ରିର ପ୍ରଥମ ଅଭିନେତା ଥିଲେ ଯିଏ ଜହ୍ନରେ ଜାଗା କିଣିଥିଲେ ।  ତାଙ୍କର ସେହି ଜାଗା ପ୍ଲାଣ୍ଟ୍ 'ସି ଅଫ୍ ମସକୋବି'ରେ ରହିଛି । ତେବେ କେବଳ ଜାଗା କିଣିନଥିଲେ, ନିଜ ଜାଗାକୁ ଦେଖିବାକୁ ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ କିଣିଥିଲେ । ଇଣ୍ଟରନାସନାଲ ଲୁନାର ଲ୍ୟାଣ୍ଡସ୍‌ ରେଜିଷ୍ଟ୍ରିରୁ ଏହି ଜାଗା କିଣିଥିଲେ ସୁଶାନ୍ତ । ୨୦୧୮ ଜୁନ୍‌ ୨୫ ତାରିଖରେ ସେ ଏହି ସମ୍ପତ୍ତି ନିଜ ନାମରେ କରାଇଥିଲେ । ତେବେ ଏଥିରେ ମଧ୍ୟ ଅନେକ ଆନ୍ତର୍ଜାତୀୟ ସନ୍ଧି ରହିଥିଲା । ସନ୍ଧି ଅନୁସାରେ ଏହାକୁ ଆଇନଗତ ମାଲିକାନା ଅଧିକାରରେ  ଗଣାଯିବ ନାହିଁ । କାରଣ ପୃଥିବୀରୁ ବାହାର ଦୁନିଆ ଉପରେ ପୂରା ମାନବ ଜାତିର ଅଧିକାର ରହିଛି । ତେଣୁ ଆଇନ୍ ଅନୁଯାୟୀ ସେହି ଜାଗା ପାଇଁ ସୁଶାନ୍ତଙ୍କୁ ମାଲିକାନା ମିଳିନଥିଲା ।

ଆହୁରି ପଢନ୍ତୁ: ସ୍ୱତନ୍ତ୍ର ଥିଲା ପିଠିରେ ଆଙ୍କିଥିବା ସୁଶାନ୍ତଙ୍କ ଟାଟୁ . . . . କାହା ପାଇଁ କରିଥିଲେ ଅଭିନେତା ?

ମହାକାଶ ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ସୁଶାନ୍ତଙ୍କୁ ବେଶ୍ ଭଲ ଲାଗୁଥିଲା । ତେଣୁ  ସୁଶାନ୍ତ ନିଜ ଘରୁ ଟେଲିସ୍କୋପ ମାଧ୍ୟମରେ ଭିନ୍ନ ଗ୍ରହ ଏବଂ ଗାଲାକ୍ସିକୁ ଅନୁଧ୍ୟାନ କରୁଥିଲେ । ଟେଲିସ୍କୋପକୁ ସେ ଟାଇମ୍ ମେଶିନ କହୁଥିଲେ । କେବଳ ଏତିକି ନୁହଁ ଲକ୍ସରି କାର୍ ଏବଂ ବାଇକର ବହୁତ  ସୌକିନ ଥିଲେ ସୁଶାନ୍ତ ସିଂହ ରାଜପୁତ । ସୁଶାନ୍ତଙ୍କ କାର୍ କଲେକ୍ସନରେ ମସେରାଟି କ୍ବାଟ୍ରୋପୋର୍ଟି(ମୂଲ୍ୟ ୧.୫କୋଟି), ବିଏମଡବ୍ଲ୍ୟୁ K1300R ବାଇକ୍ ଆଦି ରଖିଥିଲେ । ଦିନେ ମୁମ୍ବାଇର ମଲାଡରେ ସ୍ଥିତ ୨ ବିଏଚକେ ଆପାର୍ଟମେଣ୍ଟରେ ରହୁଥିବା ସୁଶାନ୍ତ ୨୦୧୫ରେ ପାଲିହିଲରେ ଏକ ପେଣ୍ଟହାଉସ୍ କିଣିଥିଲେ ଯାହାର ମୂଲ୍ୟ ଥିଲା ୨୦କୋଟି ଟଙ୍କା । ସୂଚନାଯୋଗ୍ୟ ଗତ ଜୁନ୍ ୧୪ ତାରିଖରେ ବାନ୍ଦ୍ରାସ୍ଥିତ ଘରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା । ନିଜ ଶୋଇବା ଘରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କଥା ଚର୍ଚ୍ଚା ହୋଇଥିଲା । କିନ୍ତୁ ପରିବାର ଲୋକ ଏକଥାକୁ ଗ୍ରହଣ କରିନଥିଲେ ।

Other Stories