ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୧୨ଟା୧୦ରେ ଏହା ପୂର୍ଣ୍ଣଗ୍ରାସ ହେବ। ୩ଟା ୪ ମିନିଟ୍‌‌ରେ ଏହା ଶେଷ ହେବ।

ବର୍ଷର ଏହି ପ୍ରଥମ ସୂର୍ଯ୍ୟପରାଗ ଅନ୍ୟ ପରାଗଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଆଜିର ଏହି ପରାଗ ପରେ ୨୦୩୯ରେ ପୁଣି ଏମିତି ଏକ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ।

ଜୁନ୍ ୨୧ ତାରିଖ ବର୍ଷର ସବୁଠାରୁ ବଡ଼ ଦିନ। ଏହିଦିନ ପୃଥିବୀ ସୂର୍ଯ୍ୟଙ୍କ ପରିକ୍ରମା କରୁକରୁ ସୂର୍ଯ୍ୟଙ୍କ ଆଡକୁ ଅଧିକ ଢଳିଥାଏ।

ଭାରତୀୟ ସମୟ ଅନୁସାରେ, ଏହି ଆଂଶିକ ସୂର୍ଯ୍ୟପରାଗ ସକାଳ ୯ଟା ୧୫ ମିନିଟରେ ଆରମ୍ଭ ହେବ ଓ ପୂର୍ଣ୍ଣ ପରାଗ ସକାଳ ୧୦ଟା ୧୭ ମିନିଟରୁ ଆରମ୍ଭ ହେବ। ଅପରାହ୍ଣ ୧୨ଟା ୧୦ରେ ସୂର୍ଯ୍ୟପରାଗର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିବ। ୩ଟା ୪ ମିନିଟ୍‌ରେ ସମ୍ପୂଣ୍ଣ ମୋକ୍ଷ ହେବ।

ଏହି ସୂର୍ଯ୍ୟପରାଗ ଡେରାଡୁନ, ସିକିମ୍ ଆଦି ସହରରେ ପୂର୍ଣ୍ଣ ଭାବେ ଦେଖିବାକୁ ମିଳିବ । ଦେଶର ଅନ୍ୟ ଭାଗରେ ଆଂଶିକ ଦେଖାଯିବ ।

ତେବେ ସୂର୍ଯ୍ୟପରାଗ ସମୟରେ କ’ଣ କ’ଣ କରିବା ଉଚି୍‌ତ ଏବଂ କ’ଣ କରିବା ଉଚିତ୍‌ ନୁହେଁ, ଜାଣନ୍ତୁ କିଛି ଟିପ୍ସ।

୧-ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଗ୍ରହଣକୁ ବାରଣ କରାଯାଇଛି। ଏହି ସମୟରେ ଯଥାସମ୍ଭବ ପେଟ ଖାଲି ରଖିବାକୁ ଚେଷ୍ଟା କରିବେ। ଏହି ସମୟରେ ବେଶି ଜୋର‌୍‌ରେ ପାଟି ନ କରିବା ଭଲ। କୌଣସି ପ୍ରକାର ଶୁଭକାମ କରିବାକୁ ବି ବାରଣ କରାଯାଇଛି। 

୨-ଏହି ସମୟରେ ଯେ କୌଣସି ମନ୍ତ୍ର ଉଚ୍ଚାରଣ କରିବା ଉଚିତ। ରାମାୟଣ, ସୁନ୍ଦରାକାଣ୍ଡ ଆଦି ପାଠ କରିବା ଉଚିତ।

୩-ଗ୍ରହଣ ଲାଗିବା ପରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ବାହାରିବା ଉଚିତ ନୁହେଁ। । ଏହି ସମୟରେ ସୂର୍ଯ୍ୟଙ୍କ ଅତି ବାଇଗଣି କିରଣ ବାହାରିଥାଏ, ଯାହା ଗର୍ଭସ୍ତ ଶିଶୁ ଉପରେ କୁପ୍ରଭାବ ପକାଇବ। ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

୪-ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା ଉଚିତ୍‌।

୫-ଗ୍ରହଣ ଲାଗିବା ପୂର୍ବରୁ ଘରେ ଥିବା ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ତୁଳସୀପତ୍ର ପକାଇବା ଉଚିତ୍‌।

୬- ଗ୍ରହଣ ପୂର୍ବରୁ ଠାକୁର ଘରର ପରଦା ପକାଇବାକୁ ଯେମିତି ଆଦୌ ନ ଭୁଲନ୍ତି।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like