ଭାଇରସ ଭୟ ଭିତରେ ବଡ଼ ବିପଦ ସାଜି ବାଟ ଓଗାଳିଲା ତାଲାବନ୍ଦ : ସକରାତ୍ମକ ଚିନ୍ତା ନେଇ ଆଗକୁ ବଢ଼ିଲେ ଆଉ ସଫଳ ହେଲେ . . .

ଅଣ୍ଟା ଭାଙ୍ଗିଦେଲା ଲକଡାଉନ୍, ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ ଓ ସଫଳତାର କାହାଣୀ ଲେଖିଲେ ହାର୍ଦ୍ଧିକ, ଶୈଲେଶ ଓ ଶିବାନୀ

୨୦୨୦ର ସ୍ମୃତି, ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ତାଜା ରହିବ। କିଛି ଖଟା ଓ କିଛି ମିଠାର ଅନୁଭୂତି ନେଇ ଆଗକୁ ବଢ଼ୁଛି ମଣିଷ ସମାଜ । ଦୃଶ୍ୟ ଭାଇରସ୍ ଭୟ ସତ୍ତ୍ୱେ ସକରାତ୍ମକ ଦିଗରେ ଚିନ୍ତା କରିବା ମଣିଷର ସାଧାରଣ ପ୍ରବୃତ୍ତି । ଏ ବର୍ଷର ସ୍ମୃତି ସମସ୍ତଙ୍କର ମନରେ ରହିବ । ଭୁଲିବା ପାଇଁ ଚେଷ୍ଟା କଲେ ବି ଭୁଲି ହେବନି । ତେବେ କରୋନା କାଳର ଅସହାୟତାକୁ ମନେ ରଖିବା ଅପେକ୍ଷା ସଫଳତା ସାଉଣ୍ଟିଥିବା ବ୍ୟକ୍ତିଙ୍କ ଠାରୁ ପ୍ରେରଣା ନେବା ଭଲ କଥା ।

କରୋନାର କଠିନ କାଳରେ ପ୍ରାୟ ସମସ୍ତଙ୍କୁ ବିଭିନ୍ନ ସମସ୍ୟା ଭୋଗିବାକୁ ପଡ଼ିଛି। ଧନୀ ଗରିବ ନିର୍ବିଶେଷରେ ଭାଇରସର ମାୟାଜାଲରୁ କେହି ମୁକୁଳିପାରି ନାହାନ୍ତି । କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଆତ୍ମବିଶ୍ୱାସ ବଳରେ ଆଗକୁ ବଢ଼ି ଲୋକଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ବିଚାରଧାରା ବଦଳାଇବା ପରେ ଆପେ ଆପେ ସେମାନଙ୍କୁ ରାସ୍ତା ମିଳିଯାଇଛି। ଏପରି କିଛି ଲୋକ ହେଲେ ତାଜନଗରୀର ହାର୍ଦ୍ଦିକ ଅଗ୍ରୱାଲ, ଶୈଲେଶ ଅଗ୍ରୱାଲ ଓ ଶିବାନୀ ମିଶ୍ରା। ଏମାନଙ୍କ ପରି ଅନେକ ଲୋକ ଅଛନ୍ତି, ଯେଉଁମାନେ କେବଳ ନିଜ ଜୀବନରେ ପରିବର୍ତ୍ତନ ଆଣିଲେନି ବରଂ ଅନେକ ଦୁସ୍ଥ ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଗଲେ।

ଶାସ୍ତ୍ରିପୁରମ ନିବାସୀ ଶିବାନୀ ମିଶ୍ରା ବିଗତ ୬ ବର୍ଷ ଧରି ଫ୍ୟାସନ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅଛନ୍ତି। ତାଙ୍କର ନିଜର ଏକ ଫ୍ୟାସନ୍ ଓ ବ୍ୟୁଟି ଏକାଡ଼େମି ରହିଛି । ଯାହାର ସେ ସଫଳ ସଞ୍ଚାଳନ କରୁଛନ୍ତି। ଲକଡାଉନରେ ବନ୍ଦ ହୋଇଗଲା ଶିବାନୀଙ୍କ ଫ୍ୟାସନ୍ ଏକାଡ଼େମୀ। ତାଲାବନ୍ଦ ଯୋଗୁଁ ଭୀଷଣ ଭାବେ ପ୍ରଭାବିତ ହୋଇଥିଲା ତାଙ୍କ ବ୍ୟୁଟି ଏକାଡ଼େମି। ଶିବାନୀ ମିଶ୍ରା କହିଛନ୍ତି, ତାଲାବନ୍ଦ ସମୟରେ ଖର୍ଚ୍ଚକୁ ଧ୍ୟାନରେର ରଖି ସେ ଚିନ୍ତିତ ହୋଇପଡ଼ିଥିଲେ। ବଜାର ବନ୍ଦ ଥିଲା, ଜୀବନ ଯେପରି ଏକପ୍ରକାର ଥମି ଯାଇଥିଲା। ବର୍ଷ ବର୍ଷ ଧରି ତାଙ୍କ ପାଖରେ କାମ କରୁଥିବା କର୍ମଚାରୀଙ୍କୁ ମଝି ଦରିଆରେ ଛାଡ଼ିପାରିଲେନି ସେ। ଏପରିସ୍ଥଳେ ସେ କାମ ବଦଳାଇବା କଥା ଚିନ୍ତା କରିଥିଲେ ଏବଂ ଅନେକ ଚିନ୍ତା କରିବା ପରେ ତାଙ୍କୁ ରାସ୍ତା ମିଳିଗଲା। କିଛି ଟଙ୍କା ଯୋଗାଡ଼ କରି ଫ୍ୟାମିଲି ବ୍ୟୁଟି ସାଲୁନ୍ ଆରମ୍ଭ କରିଥିଲେ । ଆଉ ଯାହା ସଫଳ ମଧ୍ୟ ହୋଇଗଲା । ତାଲାବନ୍ଦ ମଧ୍ୟରେ ବି ଆଜି ସେ ୨୦ ଜଣ ଲୋକଙ୍କୁ ରୋଜଗାର ଦେଇପାରିଛନ୍ତି।

ସେହିପରି ଭୂତାଣରୁ ଭୟାବହତା ଭିତରେ ହାର୍ଦ୍ଦିକ ଅଗ୍ରୱାଲଙ୍କର କ୍ୟାଟରିଂ ବ୍ୟବସାୟ ଠପ୍ ହୋଇଯାଇଥିଲା। ବାପାଙ୍କ ସହ ମିଶି ପାଖାପାଖି ୧୦୦ ବର୍ଷ ପୁରୁଣା କ୍ୟାଟରିଂ ବ୍ୟବସାୟ ସମ୍ଭାଳୁଥିଲେ ହାର୍ଦ୍ଧିକ। ଏପରି ଦିନ ଦେଖିବାକୁ ପଡ଼ିବ ବୋଲି କେବେ କଳ୍ପନା ସୁଦ୍ଧା କରିନଥିଲେ। ତାଲାବନ୍ଦରେ ସମସ୍ତେ ଘରେ ରହିବାକୁ ଉଚିତ୍ ମଣୁଥିବା ବେଳେ କ୍ୟାଟରିଂ ବ୍ୟବସାୟ ବା ଚଳନ୍ତା କିପରି? ଏପରିସ୍ଥଳେ ଗୁମ ମାରି ବସୁଥିଲେ ହାର୍ଦ୍ଧିକଙ୍କ ବାପା, ଯାହା ତାଙ୍କୁ ଅସହ୍ୟ ହେଉଥିଲା। ତା’ପରେ ଅନେକ ଚିନ୍ତା କରିବା ପରେ ନିଜ ସଞ୍ଚୟକୁ ଲଗାଇ ଅର୍ଗାନିକ ଫୁଡ଼୍ ବ୍ୟବସାୟ ଆରମ୍ଭ କରିଥିଲେ । ଏଥିରେ ଡାଲି,ତେଲ, ଘିଅ, ଚାଉଳ, ଆଦି ସାମିଲ ଥିଲା। ଇ-କମର୍ସ ମାଧ୍ୟମରେ ସେ କାମ ଆରମ୍ଭ କଲେ । ଆଉ ବର୍ତ୍ତମାନ ସମୟରେ ତାଙ୍କର ବ୍ୟବସାୟର ଟର୍ଣ୍ଣଓଭର ପାଖାପାଖି ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଯାଇଛି।

ସେହିପରି ୧୫ ବର୍ଷ ଧରି ଢ଼ଳାଇ କାମ କରୁଥିବା ଶୈଲେଶ ପାଇଁ ଲକଡାଉନ୍ ବଡ଼ ବିପଦ ହୋଇ ବାଟ ଓଗାଳିଲା। ଭୂତାଣୁ ଭୟ ଭିତରେ ନୂଆ କାମ ଆରମ୍ଭ କରିବା ଚ୍ୟାଲେଞ୍ଜ ଥିଲା। ତେବେ ଅନେକ ଚିନ୍ତା କରିବା ପରେ ସେ ବେସନ ତିଆରି କରିବା ଆରମ୍ଭ କଲେ । ଉତ୍ତମ ମାନର ବେସନ ତିଆରି କରିବା ଯେ।ଗୁଁ, ତାଙ୍କ ଦ୍ୱାରା ପ୍ରସ୍ତୁତ ବେସନର ଚାହିଦା ବଢ଼ିଲା।  ଆଉଏବେ ସଫଳତାପୂର୍ଣ୍ଣ ସେ ନୂଆ କାରବାର ଚଳାଇଛନ୍ତି।

You might also like