ହଜିଯିବ ବୟସର ଛାପ, ବାର୍ଦ୍ଧକ୍ୟରେ ବି ଦିଶିବେ ଯୁବକ..ଯୁବକ..

ଜେରୁଜେଲମ: ବାର୍ଦ୍ଧକ୍ୟରେ ଫେରି ଆସିବ ଯୌବନ। ସମୟ ସ୍ରୋତରେ ହଜିଯିବ ବୟସର ପାଦଚିହ୍ନ। ଏଠି ଖାଲି ହସିବ ଯୌବନ ଆଉ ଯୌବନ..। ଏମିତି କରି ଦେଖାଇ ପାରିବେ ବୋଲି ଦାବି କରିଛନ୍ତି ଇସ୍ରାଏଲର ବୈଜ୍ଞାନିକ।

ଆମ ଶରୀରରେ ଗୋଟିଏ ସେଲ ଯେତେବେଳେ ବାରମ୍ବାର ତିଆରି ହେଉଛି, ସେତେବେଳେ ଯୌବନର ଚମକ କମି କମି ଯାଉଛି। ଶରୀରରେ Telomerase ହ୍ରାସ ପାଇବା କାରଣରୁ ଏପରି ହୋଇଥାଏ। ହେଲେ ଇସ୍ରାଏଲର ବୈଜ୍ଞାନିକ ୩୫ ଜଣ ରୋଗୀଙ୍କୁ ନେଇ ଏକ ଷ୍ଟଡି କରି ଶରୀରରେ Telomeraseର ସମୟ ସୀମା ବଢାଇ ପାରିଥିଲେ।

ଏହି ୩୫ ଜଣ ତିନି ମାସ ଧରି ସପ୍ତାହରେ ୯୦ ମିନିଟ୍‌ର ୫ଟି ସେସନରେ ସାମିଲ ହୋଇଥିଲେ। ସମସ୍ତଙ୍କୁ ହାଇପରବେରିକ ଅକ୍ସିଜେନ ରୁମ୍‌ରେ ଦେଢଘଣ୍ଟା  ବସାଇ ଦିଆଯାଇଥିଲା। ଦେଖାଗଲା, ସମସ୍ତଙ୍କର Telomerase ୨୦ ପ୍ରତିଶତ ବୃଦ୍ଧି ପାଉଛି। ଏହା ଏକ ବଡ ସଫଳତା ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହା ପୂର୍ବରୁ ମଧ୍ୟ  ବୈଜ୍ଞାନିକମାନେ ଏହା ଉପରେ ଅଧ୍ୟୟନ କରିଥିଲେ। ତେବେ ସେମାନଙ୍କୁ ମଧ୍ୟ ସଫଳତା ମିଳି ନ ଥିଲା।

ତେଲ ଅବିବ ୟୁନିଭର୍ସିଟିର ମେଡିସିନ ଏବଂ ଫାକଲ୍‌ଟି ସ୍କୁଲ ଅଫ ନ୍ୟୁରୋସାଇନ୍ସ ଡାକ୍ତର ଏବଂ ଗବେଷକ ଶୋୟର ଏଫର୍ଟିଙ୍କ କହିବା ଅନୁଯାୟୀ, ଏହି ଗବେଷଣା ପାଇଁ ପ୍ରେରଣା ତାଙ୍କୁ ବାହାର ଦେଶରୁ ମିଳିଥିଲା। ସେ କହିଛନ୍ତି, ଦୀର୍ଘ ସମୟ ରହୁଥିବା Telomerase ଭଲ ସେଲୁଲାର ଫରଫର୍ମାନ୍ସ ସହ ଜଡିତ।

ଏହି ପ୍ରଣାଳୀରେ ସାମିଲ ବ୍ୟକ୍ତିଙ୍କୁ ସେମାନଙ୍କ ଜୀବନ ଶୈଳୀ କିମ୍ବା ଖାଦ୍ୟ ଖାଇବାର ଶୈଳୀରେ କୌଣସି ପରବର୍ତ୍ତନ କରିବାକୁ ପଡ଼ି ନ ଥିଲା। କେବଳ ପ୍ରତ୍ୟେକଙ୍କୁ ହାଇପରବେରିକ ରୁମ୍‌ରେ ରଖାଯାଇଥିଲା। ଏକ ମାସ୍କ ଜରିଆରେ ୧୦୦ ପ୍ରତିଶତ ଅକ୍ସିଜେନ ନିଶ୍ୱାସରେ ନେବାକୁ କୁହା ଯାଇଥିଲା।

ପରୀକ୍ଷାରୁ ଜଣାପଡ଼ିଲା, ଏହି ଥେରାପି ସାହାଯ୍ୟରେ ସେନ୍‌ସିଟିଭ ସେଲ୍‌ ୩୭ ପ୍ରତଶତ କମ୍‌ ହୋଇ ଯାଇଥିଲା।  ତା ସ୍ଥାନରେ ସୁସ୍ଥ ସେଲ ପୁଣି ଥରେ ତିଆରି ହେବାକୁ ଲାଗିଲେ। ଜଣାଯାଇଛି, ସେନ୍‌ସିଟିଭ ସେଲକୁ ହଟାଇବା ଦ୍ୱାରା ବାକି ଜୀବନ ୩୩ ପ୍ରତିଶତ ବୃଦ୍ଧି ପାଇଥାଏ।

ଗବେଷକଙ୍କ କହିବା ଅନୁଯାୟୀ, ଅଲଜାଇମର,  ଅର୍‌ଥ୍ରିରାଇଟିସ୍‌ (Arthritis ), Parkinson, କ୍ୟାନ୍ସନର, ହୃଦରୋଗର, ଡାଇବେଟିକ୍‌ ଆଦି ରୋଗ ଯୋଗୁ ମଣିଷ ବୟସ୍କ ଦିଶିଥାଏ।

You might also like