କିଏ ଏହି ସବୁଜ ଆଖିର ଝିଅ, ଯାହାକୁ ଖୋଜି ପାଇବାକୁ ଲାଗିଲା ୧୭ ବର୍ଷ

ଫଟୋ ପଛର କାହାଣୀରେ ଆଜି ଆମେ ଜାଣିବା ଜଣେ ସବୁଜ ଆଖି ଥିବା ଝିଅର କାହାଣୀ।  ଯିଏ ୧୭ ବର୍ଷ ଧରି ରହସ୍ୟମୟ ହୋଇ ରହିଥିଲେ।

୧୯୮୫ ମସିହାରେ ନ୍ୟାସନ୍ୟାଲ୍‌ ଜିଓଗ୍ରାଫିକ୍ ମାଗାଜିନ୍‌ର କଭର ପେଜ୍‌ରେ ଜଣେ ସବୁଜ ଆଖିଥିବା ଝିଅର ଫଟୋ ସ୍ଥାନ ପାଇଥିଲା। ଆଉ ଏହାର କ୍ୟାପ୍‌ସନ ଥିଲା ‘ହଣ୍ଟେଡ୍ ଆଇଜ୍‌ ଟେଲ୍ ଅପ୍ ଏନ୍ ଆଫଗାନ ରିଫ୍ୟୁଜିସ୍ ଫିୟର୍ସ।’ ଆଉ ଏହି ଫଟୋ ସେତେବେଳେ ଖୁବ୍‌ ଲୋକପ୍ରିୟ ହୋଇଥିଲା। ଲୋକେ ଏହି ଫଟକୁ ଲିଓନାର୍ଡୋ ଦା ଭିନ୍‌ଚିଙ୍କର ମୋନାଲିସା ପେଣ୍ଟିଂ ସହିତ ତୁଳନା କରୁଥିଲେ। ଏହି ଫଟୋ ପାଇଁ ଫଟୋଗ୍ରାଫର୍‌ଙ୍କୁ ବି ଖୁବ୍‌ ସମ୍ମାନ ଓ ପ୍ରତିଷ୍ଠା ମିଳିଥିଲା। କିନ୍ତୁ କାହାର ଏହି ଫଟୋ ତାହା ଜଣାପଡ଼ିଲା ୧୭ ବର୍ଷ ପରେ। ଏହି କାହାଣୀ କିଛି ଏମିତି…

୧୯୭୮ରୁ ୧୯୮୦ ମଧ୍ୟରେ ଘଟଣା। ଆଫଗାନିସ୍ତାନରେ କମ୍ୟୁନିଷ୍ଟ ସରକାର ଓ ଆଣ୍ଟି କମ୍ୟୁନିଷ୍ଟ ମୁସ୍‌ଲିମ୍‌ ଗରିଲାଙ୍କ ମଧ୍ୟରେ ଅର୍ନ୍ତଯୁଦ୍ଧ ଯୋଗୁ ଆଫଗାନିସ୍ତାରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା। ଫଳରେ ପରସ୍ପର ମଧ୍ୟରେ ଆରମ୍ଭ ହୋଇଥିଲା ଯୁଦ୍ଧ।  ଏହି ଯୁଦ୍ଧରେ ସୋଭିଏତ୍ ୟୁନିୟନ ହସ୍ତକ୍ଷେପ କରିଥିଲା।

ଏହି ସମୟରେ ସୋଭିଏତ୍ ୟୁନିୟନର ସେନା ଆପଗାନିସ୍ତାନ ଉପରେ ଆକ୍ରମଣ କରି ଦମନଲୀଳା ଚଳାଇଥିଲା। ଏଥିରେ ଭୟଭୀତ ହୋଇ ଆଫଗାନବାସୀ ଅନ୍ୟ ଦେଶଗୁଡ଼ିକର ଶରଣ ନେଲେ। ପାକିସ୍ତାନର ଖାଇବର ପଖତୁନଖ୍ୱାର ପେଶୱାର ନିକଟସ୍ଥ ନସିରବାଗରେ ଏକ ଅସ୍ଥାୟୀ ଆଫଗାନୀ ଶରଣାର୍ଥୀ କ୍ୟାମ୍ପ ତିଆରି କରାଯାଇଥିଲା। ଏହି କ୍ୟାମ୍ପରେ ଆଫଗାନୀ ଶରଣାର୍ଥୀଙ୍କୁ ରଖାଯାଇଥିଲା। 

ଫଟୋଗ୍ରାଫର୍- ଷ୍ଟିଭ୍ ମେକ୍କରୀ

 

 

ସୋଭିଏତ୍ ଯୁଦ୍ଧ ସମୟରେ ଷ୍ଟିଭ୍ ମେକ୍କରୀ ପାକିସ୍ତାନରେ ଫଟୋଗ୍ରାଫର୍ ଭାବରେ କାମ କରୁଥିଲେ। ଦିନେ ସୁଟିଂ କରୁଥିବା ସୟରେ ମେକ୍କରୀ ଆଫଗାନ ଶରଣାର୍ଥୀଙ୍କ ପିଲାଙ୍କ ପାଇଁ ହୋଇଥିବା ଏକ ଅସ୍ଥାୟୀ ସ୍କୁଲକୁ ଯାଇଥିଲେ। ୧୯୮୪ରେ ସେଠାରେ ସେ ଜଣେ ୧୧ ବର୍ଷୀୟା ସବୁଜ ରଙ୍ଗର ଆଖିଥିବା ନାବାଳିକାର ଫଟୋ ଉଠାଇଥିଲେ। ଏହି ଫଟୋରେ ମେରୁନ ରଙ୍ଗର ଏକ ଚିରା ଶଲ୍‌ ଘୋଡ଼ାଇ ହୋଇ ଝିଅଟି କ୍ୟାମେରାକୁ କଟମଟ କରି ଚାହିଁଥିବାର ଦେଖିବାକୁ ମିଳିଥିଲା। ଯାହାର ଆଖିରେ ଜଳୁଥିଲା ପ୍ରତିବାଦର ବହ୍ନି।ଯେମିତି ତାକୁ କେହି ଜଣେ ଖୁବ୍‌ ବିରକ୍ତି କରିଛି। ଆଉ ସେ ତାର ପ୍ରଜ୍ଜ୍ୱଳିତ ଆଖିରେ ନିରବ ପ୍ରତିବାଦ କରୁଛି।

ସେତେବେଳେ ଫଟୋଗ୍ରାଫର ମେକ୍କରୀ କିନ୍ତୁ ଝିଅଟିର ନାଁ ଜାଣିପାରିନଥିଲେ। ଆଉ ୧୯୮୫ ମସିହାରେ ନ୍ୟାସନ୍ୟାଲ୍‌ ଜିଓଗ୍ରାଫିକ୍ ମାଗାଜିନ୍‌ର କଭର ପେଜ୍‌ରେ ଫଟୋ ଛପାଯିବା ପରେ ଏହି ସବୁଜରଙ୍ଗର ଆଖିଥିବା ଝିଅକୁ ଖୋଜାପଡ଼ିଲା। ଆଉ ଦୀର୍ଘ ୧୭ ବର୍ଷ ପରେ ଅର୍ଥାତ୍ ୨୦୦୨ରେ ଫଟୋଟି ଶରବତଗୁଲା ନାମ୍ନୀ ଆଫଗାନ ଝିଅର ବୋଲି ଜଣା ପଡ଼ିଲା।

ପରେ ଏହି ଫଟୋକୁ ନେଇ ବହୁ ବାଦ ବିଦାଦ ଦେଖା ଦେଇଥିଲା। ଫଟୋ ଉଠାଇଲାବେଳେ ଶରବତ ଖୁବ୍ ରାଗି ଯାଇଥିଲେ। ଯାହା ତାଙ୍କ ଆଖିରେ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ଏହି ଫଟୋ ପାଇଁ କଟ୍ଟରପନ୍ଥୀ ଅଫଗାନମାନଙ୍କ ଦ୍ୱାରା ଶରବତଙ୍କ ଜୀବନକୁ ବିପଦ ଥିଲା। କାରଣ କଟ୍ଟରପନ୍ଥୀ ଚାହାଁନ୍ତି ନାହିଁ କି କୌଣସି ମହିଳା ମିଡିଆ ସାମ୍ନାକୁ ଆସନ୍ତୁ।

Related image
ସରବତୁ ଗୁଲା ଆଫଗାନିସ୍ତାନ ଫେରିବା ପରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍‌ରଫ୍‌ ଘାନି ତାଙ୍କୁ ସ୍ୱାଗତ କରୁଛନ୍ତି

 

୨୦୧୬ରେ ଶରବତ ଗୁଲାଙ୍କୁ ନକଲି ପରିଚୟ ପତ୍ର ରଖିବା ଆରୋପରେ ପାକିସ୍ତାନ ପୁଲିସ ଗିରଫ କରିଥିଲା। ୧୫ ଦିନ ଜେଲ୍ ଦଣ୍ଡପରେ ତାଙ୍କୁ ଆଫଗାନିସ୍ତାନ ପଠାଇ ଦିଆଯାଇଥିଲା। ସରବତ ଗୁଲା ଏବେ ପରିବାର ସହିତ ଆପଗାନିସ୍ତାନରେ ରହୁଛନ୍ତି। ଏହି ଫଟୋ ହିଁ ତାଙ୍କ ଗିରଫର କାରଣ ହେଲା ବୋଲି ଶରବତ କହନ୍ତି। ଫଟୋଗ୍ରାଫର୍ ଏହି ଫଟୋକୁ ମୋଟା ଅଙ୍କରେ ବିକି ବେଶ୍ ଲାଭ ପାଇଲେ, କିନ୍ତୁ ଶରବତଙ୍କୁ କିଛି ବି ମିଳିଲାନି, କେବଳ ସମସ୍ୟା ବ୍ୟତୀତ।

 

 

ଆହୁରି ପଢ଼ନ୍ତୁ

ଭୁଲ୍‌ କେଉଁଠି ରହିଲା ଜାଣି ପାରିଲେନି ପ୍ରେମିକ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ଅଭିଯୁକ୍ତ ମହିଳା

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

You might also like