ପ୍ରକୃତରେ କିଏ ଆବିଷ୍କାର କରିଥିଲେ ଇ-ମେଲ୍‌ ଜାଣିଛନ୍ତି କି ?

ବର୍ତ୍ତମାନ ସମୟରେ ଇ-ମେଲ୍‌ର ଆବଶ୍ୟକତା ଖୁବ୍‌ ବଢ଼ିଯାଇଛି। ଚିଠି ହେଉ କିମ୍ବା ଦରଖାସ୍ତ କିମ୍ବା ଅନ୍ୟ କୌଣସି ଦରକାରୀ ଦାପ୍ତରିକ ସୂଚନା ପାଇଁ ଆମେ ଇ-ମେଲ୍‌ର ବ୍ୟବହାର କରୁଛୁ। ଥରେ ଭାବନ୍ତୁ ତ, ଯଦି ଏଇ ଇ-ମେଲ୍‌ ନଥାନ୍ତା ! ତେବେ ଆପଣ କ’ଣ ଏତେ ସହଜରେ ଏସବୁ ଲେଖି ପଠାଇ ପାରିଥାନ୍ତେ, ଏଥିପାଇଁ ବୋଧ୍‌ ହୁଏ ଆମକୁ କାଗଜ କମଲ ଉପରେ ନିର୍ଭର କରିବାକୁ ପଡ଼ିଥାନ୍ତା।

ଯାହାହେଉ, ଆଧୁନିକ ଜୀବନଶୈଳୀକୁ ଏକପ୍ରକାର ସହଜ ଓ ସ୍ୱଚ୍ଛନ୍ଦ କରିଦେଇଛନ୍ତି  ରେ ଟମ୍‌ଲିନ୍‌ସନ୍‌ ଏଇ ଇ-ମେଲ୍‌ ଉଦ୍ଭାବନ କରି।  ଆଜି ଆସନ୍ତୁ ତାଙ୍କ ବିଷୟରେ ଅଧିକ କିଛି ଜାଣିବା।

ଆମେରିକାର କମ୍ପ୍ୟୁଟର୍‌ ପ୍ରୋଗାମର ରେ-ଟମ୍‌ଲିନ୍‌ସନ୍‌ଙ୍କୁ ଇ-ମେଲ୍‌ର ଆବିଷ୍କାରକ ବୋଲି କୁହାଯାଏ। ସେ ପ୍ରଥମେ ୧୯୭୧ରେ ଗୋଟିଏ ନେଟ୍‌ୱାର୍କରୁ ଅନ୍ୟ ଏକ ନେଟୱର୍କକୁ ମେଲ୍‌ ପଠାଇଥିଲେ। ଏଥିସହିତ ସେ ପ୍ରଥମେ କମ୍ପ୍ୟୁଟର୍‌ ଇଞ୍ଜିନୟର ଭାବରେ @ ସିମ୍ବଲ୍‌ର ବ୍ୟବହାର କରିଥିଲେ। କିନ୍ତୁ ସେ ପ୍ରଥମ ମେଲ୍‌ରେ କଣ ଲେଖିଥିଲେ ତାହା ଆଜିଯାଏ କାହାକୁ ଜଣାନାହିଁ।

ଇ-ମେଲ୍‌ ପଠାଇବା ପାଇଁ ଇଲୋକ୍ଟ୍ରୋନିକ୍ସ ଆଡ୍ରେସ୍‌(ଇମେଲ୍‌ ଆଡ୍ରେସ୍)ର ଆବଶ୍ୟକତା ପଡ଼ିଥାଏ। ଆଉ ଏହି ଇ-ମେଲ୍‌ ଆଡ୍ରେସ୍‌ ୟୁଜର୍‌ଙ୍କ ନାଁ ଓ ଯେଉଁ ମାଧ୍ୟମରେ ମେସେଜ୍‌ ପଠାଇବେ ତାର ଆଡ୍ରେସ୍‌ ମିଶି ଇ-ମେଲ୍‌ ଆଡ୍ରେସ୍‌ ତିଆରି ହୋଇଥାଏ। ଉଦାହରଣ ସ୍ୱରୂପ- user@gmail.com

ଟମ୍‌ଲିନ୍‌ସନ୍‌ ଯେତେବେଳେ ଏହାର ପରୀକ୍ଷଣ କରୁଥିଲେ, ସେତେବେଳେ ସେ ଗୋଟିଏ କମ୍ପ୍ୟୁଟର୍‌ରୁ ଅନ୍ୟ ଏକ କମ୍ପ୍ୟୁଟର୍‌କୁ ମେଲ୍‌ କରୁଥିଲେ। ପୁଣି ସଙ୍ଗେ ସଙ୍ଗେ ଅନ୍ୟ କମ୍ପ୍ୟୁଟର୍‌କୁ ଯାଇ ମେଲ୍‌ ଚେକ୍‌ କରି ତାର ରିପ୍ଲାଏ ଦେଉଥିଲେ। ଶେଷରେ ତାଙ୍କ ପରୀକ୍ଷଣ ସଫଳ ହୋଇଥିଲା। ୧୯୭୨ ବେଳକୁ ତାଙ୍କୁ ଇ- ମେଲ୍‌ର ଉଦ୍ଭାବକ ଭାବେ ସମସ୍ତେ ଜାଣିଲେ। ଏହାପରେ ୨୦୧୨ରେ ଇଣ୍ଟର୍‌ନେଟ୍‌ ହଲ୍ ଅଫ୍‌ ଫେମ୍‌ରେ ଟମ୍‌ଲିନ୍‌ସନ୍‌ଙ୍କ ସାମିଲ୍‌ କରାଯାଇଥିଲା। ୫ ମାର୍ଚ୍ଚ ୨୦୧୬ରେ ଟମ୍‌ଲିନସନ୍‌ଙ୍କ ପରଲୋକ ହୋଇଥିଲା।

ତାଙ୍କ ମୃତ୍ୟୁ ପରେ ଇ-ମେଲ୍‌  ଉଦ୍ଭାବକକୁ ନେଇ ବିବାଦ ଦେଖା ଦେଇଥିଲା। ଭାରତୀୟ ବଂଶୋଦ୍ଭବ ଶିବା ଆୟ୍ୟାଦୂରାଇ ନିଜକୁ ଜି-ମେଲ୍‌ର ଆବିଷ୍କାରକ ବୋଲି କହିଥିଲେ। ଏଥିସହିତ ତାଙ୍କ ପାଖରେ ଏହାର କପିରାଇଟ୍ ଅଛି ବୋଲି ମଧ୍ୟ ସେ ଦାବି କରିଥିଲେ।

 

 

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like