କରୋନା ଭୟରେ ବାପାଙ୍କ ମୃତଦେହ ନେଲାନି ପୁଅ, ତହସିଲଦାର କଲେ ଅନ୍ତିମ ସଂସ୍କାର

ଭୋପାଳ: କରୋନା ଭାଇରସକୁ ଡରି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ପୁଅ ତାଙ୍କ ପିତାଙ୍କ ମୃତଦେହ ନେବାକୁ ମନା କରିଦେଇଛନ୍ତି। ବାପା କରୋନାରେ ସଂକ୍ରମିତ ହୋଇଥିଲେ, ମଙ୍ଗଳବାର ଭୋପାଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଜିଲ୍ଲା ପ୍ରଶାସନ ଟିମ୍‌ ପୁଅକୁ ବାରମ୍ୱାର ଅନ୍ତିମ ସଂସ୍କାର କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସଂକ୍ରମଣ ଭୟରେ ପୁଅ ଅନ୍ତିମ ସଂସ୍କାର ପାଇଁ ଆସିନଥିଲେ। ଶେଷରେ ତହସିଲଦାର ନିଜେ ଅନ୍ତିମ ସଂସ୍କାର କରିଥିଲେ।

ମୃତଦେହ ନେବାରେ ଅସମର୍ଥ ବୋଲି ପୁଅ ପ୍ରଶାସନକୁ ଚିଠି ଲେଖିଥିଲେ। ଏଭଳି ପରିସ୍ଥିତିରେ ତହସିଲଦାର ପୁଅର କର୍ତ୍ତବ୍ୟ କରିଥିଲେ। ଏହି ଘଟଣାଟି ହେଉଛି ଶୁଜାଲପୁର ଅଞ୍ଚଳର। ସେଠାରେ ରହୁଥିବା ପ୍ରେମ ସିଂ ମେୱାଡାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିଲା। ତାଙ୍କୁ ଭୋପାଳର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ତାଙ୍କର ସ୍ୱାବ ନମୁନା ପରୀକ୍ଷା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ଚିକିତ୍ସାଧୀନ ଅବସ୍ଥାରେ  ଏପ୍ରିଲ ୨୦ରେ ସେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁପରେ ତାଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରିବା ପାଇଁ ପ୍ରଶାସନ ବାରମ୍ୱାର ଜଣାଇଥିଲେ ମଧ୍ୟ ଶବକୁ ନେବାକୁ କେହି ଆସିନଥିଲେ।

ମୃତ ପ୍ରେମ ସିଂଙ୍କ ପୁଅ କହିଥିଲେ ‘ଯଦି ମୁଁ ଶବକୁ ଆଣିବାକୁ ଯିବି, ତେବେ ମୁଁ ମଧ୍ୟ କରୋନାରେ ଆକ୍ରାନ୍ତ ହେବି’। ଏନେଇ ପୁଅ ଏକ ଚିଠି ପ୍ରଶାସନକୁ ଲେଖିଥିଲା। ଚିଠି ପାଇବା ପରେ ପ୍ରଶାସନ ନିଜେ ପ୍ରେମ ସିଂଙ୍କ ଶବକୁ ଦାହ କରିବାପାଇଁ ନିଷ୍ପତ୍ତି ନେଇଥିଲେ।

ପ୍ରେମ ସିଂ ମେୱଡାଙ୍କ ପୁଅ ସନ୍ଦୀପ ମେୱାଡା ଲେଖିଛନ୍ତି ଯେ, ମୋ ବାପା କରୋନାରେ ସଂକ୍ରମିତ ହୋଇ ୨୦ ଏପ୍ରିଲରେ ମୃତ୍ୟୁ ବରଣ କରିଛନ୍ତି। ମୁଁ ବ୍ୟକ୍ତିଗତ ଭାବେ ମୋ ବାପାଙ୍କ ଶବକୁ ପ୍ରଶାସନକୁ ଦେଉଛି, ପ୍ରଶାସନ ବାପାଙ୍କର ଶବଦାହ କରିବେ। ମୁଁ ଏସବୁ ମୋର ଇଚ୍ଛାରେ କରୁଛି। କାରଣ ମୁଁ କିଟ୍ ପିନ୍ଧି ପାରିବିନି କି ଏହାର ନିୟମ ମଧ୍ୟ ଜାଣେ ନାହିଁ । ତେଣୁ ମୁଁ ତହସିଲଦାରଙ୍କୁ ଲିଖିତ ଆକାରରେ ଜଣାଇଦେଉଛି।

ବୀରାଗଡ ତହସିଲଦାର ଗୁଲା ବ ସିଂ ବାଗେଲ କହିଛନ୍ତି ଯେ ଆମେ ପରିବାର ସଦସ୍ୟଙ୍କୁ ପିପିଏ କିଟ୍ ଦେଉଥିଲୁ କିନ୍ତୁ ପରିବାର ସଦସ୍ୟ କହିଛନ୍ତି ଯେ ଆମର ଗୋଟିଏ ବୋଲି ପୁଅ, ଆମେ ତାର ଜୀବନକୁ ବିପଦରେ ପକାଇବାକୁ ଚାହୁଁନାହୁଁ। ତେଣୁ ସେ ସେଠାକୁ ଯିବନାହିଁ।

ଶେଷରେ ବାଧ୍ୟ ହୋଇ ପ୍ରଶାସନ ତାଙ୍କର ଅନ୍ତିମ ସଂସ୍କାର କରିଥିଲା।

ଆହୁରି ପଢ଼ନ୍ତୁ

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ରାସ୍ତା କଡର ମଣିଷଙ୍କୁ ଖିଅର କରୁଛନ୍ତି, ଗାଧୋଇ ଦେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

ଆଇସ୍‌କ୍ରିମ୍‌ କାଠିରେ ତିଆରି ହେଇଛି ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ପାନ ଦୋକାନୀଙ୍କ ପୁଅ ହେବେ ବୈଜ୍ଞାନିକ

ଉତ୍ତର କୋରିଆ ଜେଲ୍‌ରେ ଏମିତି ଦଣ୍ଡ ପାଆନ୍ତି କଏଦି

ଦିଆସିଲି କାଠିରେ ଯୁବକ ତିଆରି କଲେ କାଳିଆ ମୂର୍ତ୍ତି

You might also like