ଭାରତରେ କରୋନା ଷ୍ଟେଜ୍-୨: ଜାଣନ୍ତୁ ଏହା କଣ ?
ଭୁବନେଶ୍ୱର: ଭାରତରେ କରୋନା ସ୍ଥିତି ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ଛୁଇଁଲାଣି। ତେବେ ଭାରତରେ ବର୍ତ୍ତମାନ କରୋନା ସ୍ଥିତି ଷ୍ଟେଜ୍-୨ରେ ଅଛି। ଯଦି ଏହା ଷ୍ଟେଜ୍-୩ ଓ ଷ୍ଟେଜ୍-୪କୁ ଆଡ଼େ ଗତି କରିବ ତେବେ ସ୍ଥିତି ଆହୁରି ଜଟିଳ ହେବ। ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାରତ ପାଇଁ କରୋନାକୁ ମୁକାବିଲା କରିବା କଷ୍ଟକର ହୋଇପଡ଼ିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ଏଥିପାଇଁ ଆମକୁ ସତର୍କ ରହିବାକୁ ହେବ। ସୋସିଆଲ୍ ଡିଷ୍ଟାନ୍ସ(ସାମାଜିକ ଦୂରତ୍ୱ) ରଖିବାକୁ ପଡ଼ିବ। ତେବେ କଣ ଏହି ଷ୍ଟେଜ୍ ୧,୨,୩, ଓ ୪ ଆସନ୍ତୁ ଜାଣିବା। ଏଥି ସହିତ ସୋସିଆଲ୍ ଡିଷ୍ଟାନ୍ସ କେମିତି ରକ୍ଷା କରିବେ ସେ ବିଷୟରେ ବି ଜାଣି ରଖନ୍ତୁ।
- ପ୍ରଥମ ଷ୍ଟେଜ୍– ଏହିଷ୍ଟେଜ୍ରେ ଯେଉଁମାନେ ଭାଇରସ୍ ପ୍ରଭାବିତ ଦେଶରୁ ଆସିଥାନ୍ତି କେବଳ ସେମାନେ ହିଁ ସଂକ୍ରମିତ ହୋଇଥାନ୍ତି। ଆଉ ଭାରତ ଏହି ଷ୍ଟେଜ୍କୁ ପାର୍ କରିସାରିଛି।
- ଦ୍ୱିତୀୟ ଷ୍ଟେଜ୍- ଭାଇରସ୍ ପ୍ରଭାବିତ ଦେଶରୁ ଆସିଥିବା ଲୋକ ଓ ତାଙ୍କ ପରିବାର ସଂକ୍ରମିତ ହୋଇଥାନ୍ତି। ଏଥିସହିତ ତାଙ୍କ ସମ୍ପର୍କୀୟ କିମ୍ବା ତାଙ୍କ ପରିଚିତ ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମଣର ଆଶଙ୍କା ଥାଏ।
- ତୃତୀୟ ଷ୍ଟେଜ୍- ଏହି ଷ୍ଟେଜ୍ରେ ସ୍ଥିତି ଜଟିଳ ହୋଇଥାଏ। ଯେଉଁମାନେ ବିଦେଶ ଯାତ୍ରା କରିନଥାନ୍ତି କିମ୍ବା କେଉଁ ଯାତ୍ରୀଙ୍କ ସଂସ୍ପର୍ଶରେ ବି ଆସିନାହାନ୍ତି ସେମାନଙ୍କୁ ବି ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଯାହାକୁ ଆମେ ଗୋଷ୍ଠୀ ସଂକ୍ରମଣ ବୋଲି କହିଥାଉ। ଭୂତାଣୁ ଅତ୍ୟଧିକ ପରିମାଣରେ ବ୍ୟାପିବା ଦ୍ୱାରା ଏପରି ସ୍ଥିତି ସୃଷ୍ଟି ହୋଇଥାଏ। ଯାହା ଏବେ ଇଟାଲୀ, ଫ୍ରାନ୍ସ ଓ ଇରାନ୍ରେ ହେଉଛି।
- ଚତୁର୍ଥ ଷ୍ଟେଜ୍- କରୋନା ସଂକ୍ରମଣର ଏହା ହେଉଛି ଶେଷ ଷ୍ଟେଜ୍। ଏଥିରେ ରୋଗ ମହାମାରୀ ରୂପ ନେଇଥାଏ। ବଡ଼ ଆକାରରେ ଏହି ଭାଇରସ୍ ବ୍ୟାପିଥାଏ। ଯାହା ଚୀନ୍ରେ ହୋଇଛି। କିନ୍ତୁ ଚୀନ୍ ସାବଧାନତା ଆପଣାଇ ରୋଗକୁ ଧୀରେ ଧୀରେ ରୋକିଲାଣି। ସେହିପରି ଯଦି ଆମେ ସତର୍କ ନହେବା ତେବେ ଇଟାଲୀ, ଇରାନ୍ ଭଳି ଅବସ୍ଥା ଭୋଗିବାକୁ ପଡ଼ିପାରେ।
ସୋସିଆଲ୍ ଡିଷ୍ଟାନ୍ସ କଣ ?
ସୋସିଆଲ୍ ଡିଷ୍ଟାନ୍ସମାନେ ସାମାଜିକ ଦୂରତ୍ୱ। ନିଜକୁ ଏକପ୍ରକାର ସମସ୍ତଙ୍କଠାରୁ ଦୂରେଇ ରଖିବା। ତେବେ ଏଥିରେ କଣ କରିବେ ଓ କଣ କରିବେ ନାହିଁ ତାହା ବି ଜାଣି ରଖନ୍ତୁ।
କଣ କରିବେ ନାହିଁ–
- ଗ୍ରୁପ୍ରେ ଭେଟ୍ଘାଟ କରନ୍ତୁ ନାହିଁ।
- ଭିଡ଼ଠାରୁ ଦୂରେଇ ରୁହନ୍ତୁ।
- ବନ୍ଧୁବାନ୍ଧବଙ୍କ ଘରକୁ ଯାଆନ୍ତୁ ନାହିଁ କି ତାଙ୍କୁ ମଧ୍ୟ ଆମନ୍ତ୍ରଣ କରନ୍ତୁ ନାହିଁ।
- ଘରେ ଭୋଜିର ଆୟୋଜନ କରିବା ବନ୍ଦ କରନ୍ତୁ।
- ଭିଡ଼ଥିବା ଦୋକାନକୁ ଯାଆନ୍ତୁ ନାହିଁ।
- ପବ୍ଲିକ୍ ଟ୍ରାନ୍ସଫର୍ରେ ଯିବାର ଥିଲେ ଭିଡ଼ ଥିବା ଗାଡ଼ିକୁ ଆଭଏଡ୍ କରନ୍ତୁ। ଗୋଟିଏ ଅର୍ଥରେ କହିବାକୁ ଗଲେ ସମସ୍ତଙ୍କଠାରୁ ଦୂରତ୍ୱ ରକ୍ଷା କରନ୍ତୁ।
ଏବେ ଆସନ୍ତୁ ଜାଣିବା କଣ କରିବେ:
- ଘର ସଫାସୁତରା ରଖନ୍ତୁ।
- ପ୍ରତି ୨୦ ମିନିଟ୍ରେ ହାତ ଧୁଅନ୍ତୁ। ଗ୍ଲୋବ୍ସର ବ୍ୟବହାର କରିପାରିବେ।
- ପରିବାର ସହିତ ସମୟ ବିତାନ୍ତୁ।
- ସବୁବେଳେ ଖବର ସହିତ ଅପଡେଟ୍ ରୁହନ୍ତୁ।
- ଇଣ୍ଡୋର୍ ଗେମ୍ ଖେଳିପାରିବେ।
- ଆବଶ୍ୟକ ହେଲେ ମାସ୍କ ପିନ୍ଧନ୍ତୁ।
ଏଥିସହିତ କରୋନା ସମ୍ପର୍କିତ ସଚେନତା ସ୍ୱାସ୍ଥ୍ୟ ସତର୍କତା ବିଷୟରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବ୍ ସାଇଟ୍ ଭିଜିଟ୍ କରନ୍ତୁ। ଖବର ଅପଡେଟ୍ ପାଇଁ ଓଟିଭି ଟେଲିଭିଜନ ମାଧ୍ୟମ ଓ ୱେବ୍ ମାଧ୍ୟମ ସହିତ ଯୋଡ଼ି ହୋଇ ରହିଥାନ୍ତୁ।