• translate
Minati Mishra

ମାନବସମାଜ ସୃଷ୍ଟି ହେଲା ପରେ ଶକ୍ତିଶାଳୀ ମଣିଷମାନେ ଶକ୍ତି ପ୍ରଦର୍ଶନ କରି ନିରୀହ ଲୋକଙ୍କୁ କାର୍ଯ୍ୟରେ ଲଗାଇ ନିଜେ ଆନନ୍ଦ , ସୁଖ ଅନୁଭବ କରୁଥିଲେ । ପରେ ରାଜା ମହାରାଜାମାନେ ଗରିବ, ଶ୍ରମିକ, ଶିଳ୍ପୀଙ୍କୁ ଲଗାଇ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କଲେ । ବିଦେଶୀ ରାଷ୍ଟ୍ର ଶିଳ୍ପ ସୃଷ୍ଟି କରି ମାଲିକମାନେ ଶ୍ରମିକମାନଙ୍କୁ ଅସ୍ୱାସ୍ଥ୍ୟ କର ପରିବେଶରେ ୧୨ ଘଣ୍ଟା ଖଟାଉଥିଲେ ।

ଶ୍ରମିକ ନିହଣ ମୁନରେ ଦିନେ ଗଢି ଉଠିଥିଲା ଗ୍ରୀକ୍‌ ସଭ୍ୟତା । ଗଢି ଉଠିଥିଲା ଯେତେସବୁ ଅଜନ୍ତା, ଏଲୋର, ସହର, ମନ୍ଦିର, ବନ୍ଦର.. । ଏ ସ୍ଥାପତ୍ୟ, ଭାସ୍କର୍ଯ୍ୟ ଖାଲି ଶ୍ରମିକର କଳାନୈପୁଣ୍ୟର ପରିଚୟ ନୁହେଁ, ସେମାନଙ୍କ ଯାତନାର ମୂୁକସାକ୍ଷୀ । ହେଲେ ଏସବୁ ପରେ ବି କ’ଣ ପାଇଲା ଏଇ ଶ୍ରମିକ ଜାତି ? ଜାତି ଇତିହାସର ପ୍ରାଚୁର୍ଯ୍ୟ ଭିତରେ ଅଲୋଡା ହୋଇଗଲା ସେ... ହେଲେ ସ୍ୱର୍ଣ୍ଣାକ୍ଷରରେ ସାଇତା ହୋଇଗଲା ରାଜା ମହାରାଜାଙ୍କ ନାଁ ।

ବର୍ଷ ପରେ ବର୍ଷ ବିତିଗଲା । ଶେଷରେ ଦିନେ ଚେତିଲା ଏ ଜାତି । ଏ ଶ୍ରମିକ ଜାତି । ଶୋଷଣର, ନିଷ୍ପଷିତ ଜୀବନର ପ୍ରତିବାଦ କଲା  । ଏହି ପ୍ରତିବାଦ ଯେତେବେଳେ ବିସ୍ଫୋରକ ରୂପ ନେଲା..ସେତେବେଳେ ସମୟର ଚକ ଅନେକ ବାଟ ଗଡି ଯାଇଥିଲା । ପହଞ୍ଚି ଯାଇଥିଲା ୧୮୮୬ ମସିହାରେ । ଚିକାଗୋ ସହରର ହେ ମାର୍କେଟରେ ପ୍ରଥମେ କିଛି ଶ୍ରମିକ ସଂଗଠିତ ହୋଇ ଆନ୍ଦୋଳନ କଲେ । ଆନ୍ଦୋଳନର ମୁଖ୍ୟ ଦାବି ଥିଲା ଦୈନିକ ୮ ଘଣ୍ଟା କାମ, ମଜୁରୀ ପ୍ରଦାନର ସମୟ ନିର୍ଦ୍ଧାରଣ, ଉପଯୁକ୍ତ ପରିବେଶ । କିଛି କିଛି ମାଲିକଙ୍କ ଗୁଣ୍ଡା ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ବୋମା ଫିଙ୍ଗିଥିଲେ । ପୋଲିସକୁ ବି ଗୁଳି ଚଳାଇବାକୁ ପଡ଼ିଥିଲା । ଏଥିରେ ବହୁ ଶ୍ରମିକ, ପୋଲିସ ଅଫିସରଙ୍କ ମୃତାହତ ହୋଇଥିଲେ । ତଥାପି ଏହି ଆନ୍ଦୋଳନ ଥମି ନ ଥିଲା । ବରଂ ଏହି ଘଟଣା ପରେ ଶ୍ରମିକ ସଂଗଠନ ଅଧିକ ସଂଗଠିତ ହୋଇଥିଲା ଏବଂ ସଂଗ୍ରାମ ଆହୁରି ଶାଣିତ ହୋଇଥିଲା ।

୧୯୮୯ରେ ଦ୍ୱିତୀୟ ଶ୍ରମ ସମ୍ମିଳନୀ ପ୍ୟାରିସଠାରେ ହୋଇଥିଲା । ଏଥିରେ ଅନେକ ଶ୍ରମିକ ସଂଗଠନ ଯୋଗ ଦେଇ ମେ’ ୧କୁ ଶ୍ରମିକ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିସହିତ ଶ୍ରମିକଙ୍କ କର୍ମ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶୂ ଆଦି ଭିତ୍ତିଭୂମିରେ ଶ୍ରମ ଆଇନ ପ୍ରଣୟନ ପାଇଁ ସଂଗ୍ରାମ କରିବେ ବୋଲି ଶପଥ ନେଇଥିଲେ । ୧୮୯୦ ମସିହାରେ ଚିକାଗୋ ଘଟଣାରେ ସାରା ପୃଥିବୀରେ ଧାରଣା, ଆନ୍ଦୋଳନ ହେବା ପରେ ବହୁ ସଂଗଠନ ଶ୍ରମିକଙ୍କ ସମସ୍ୟା ପ୍ରତି ସହାହଭୂତି ପ୍ରଦର୍ଶନ କଲେ । ମେ’ ୧କୁ ଶ୍ରମିକ ଦିବସ ଭାବେ ପାଳନ କରିବା ପାଇଁ ୧୮୯୧ରେ ଦ୍ୱିତୀୟ କଂଗ୍ରେସ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା । ୧୯୦୪ରେ ବିଶ୍ୱର ସମାଜବାଦୀ ସମ୍ମିଳନୀ ସଭା ଆମଷ୍ଟରଡାମ ଆହ୍ବାନ ଦେଇଥିଲେ । ଏହି ସଭାରେ ସମସ୍ତ ସମାଜ , ଗଣତନ୍ତ୍ର ଦଳ, ବିଭିନ୍ନ ଶ୍ରମ ସଂଗଠନ ଏକତ୍ରିତ ହୋଇଥିଲେ ଏବଂ ନିଷ୍ପତି ନେଇଥିଲେ ଏବଂ ଦୈନିକ ଶ୍ରମିକ ୮ଘଣ୍ଟାରୁ ଅଧିକ ପରିଶ୍ରମ କରିବେ ନାହିଁ ।

ଏହାପରେ ବିଭିନ୍ନ ସମାଜବାଦୀ ରାଷ୍ଟ୍ର ଯଥା ଚାଇନା, ଉତ୍ତର କୋରିଆ, କ୍ୟୁବା, ସୋଭିଏତ ଦେଶ, ଆମେରିକା, କାନାଡା ଏହି ଦିବସକୁ ଛୁଟି ଦିବସ ଭାବେ ପାଳନ କଲେ । କିନ୍ତୁ ଫାଶୀବାଦ ଦେଶ ଯଥା ପର୍ତ୍ତୁଗାଲ, ଇଟାଲୀ, ଜର୍ମାନ, ସ୍ପେନ ଇତ୍ୟାଦି ଦଶେ ଏହି ଦିବସକୁ ଛୁଟି ଦିବସ ଭାବେ ପାଳନ କରି ନ ଥିଲେ । ଶ୍ରମିକଙ୍କୁ ଏକ ବଡ଼ ସଫଳତା ମିଳିଥିଲା୧୯୭୩ରେ । ସାରା ବିଶ୍ୱର ୩୦ ହଜାର ଶ୍ରମିକ ସଂଗଠନ ଏକାଠି ହୋଇଥିଲେ ଏବଂ ଶ୍ରମିକମାନଙ୍କ ସୁରକ୍ଷା ଏବଂ ନାଯ୍ୟ ଦାବି ପାଇଁ ଲଢିବେ ବୋଲି ଶପଥ ନେଇଥିଲେ ।

ଭାରତରେ ପ୍ରଥମ ଥର ପାଇଁ ୧୯୨୩ ମସିହାରେ ପ୍ରଥମ ମେ’ ଦିବସ ପାଳନ କରାଯାଇଥିଲା । ସେତେବେଳେ ଭାରତ ପରାଧୀନ ଥିଲେ ବି ଲେବର କିସାନ ଦଳ, ହିନ୍ଦୁସ୍ଥାନ ପାଳନ କରିଥିଲେ । ଏହି ଦଳର ଗୋଟିଏ ସଭା ମାଡ୍ରାସର ଟ୍ରପଲକାନ ସମୁଦ୍ର ତଟ ଏବଂ ଅନ୍ୟଟି ମାଡ୍ରାସ ହାଇକୋର୍ଟ ପାଖରେ ପାଳନ କରାଯାଇଥିଲା ।୧୯୩୩ ମସିହାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ରମ୍ଭା ରାଇସ ମିଲ୍‌ ପକ୍ଷରୁ ଶ୍ରମିକ ଦିବସ ପାଳନ ପାଇଁ ଆହ୍ୱାନ ଦେଇଥିଲେ । ୮ ଘଣ୍ଟା କର୍ଯ୍ୟନିର୍ଘଣ୍ଟ ନିରୂପଣ ପାଇଁ ଦାବି କରିବା ସହ ସଂଗଠିତ ହେବା ପାଇୂଁ ଆହ୍ୱାନ ଦେଇଥିଲେ ।

ପ୍ରଥମ ବିଶ୍ୱଯୁଦ୍ଧ ପରେ ପରେ ସାରା ବିଶ୍ୱରେ ଶ୍ରମ ସମସ୍ୟା ଓ ଶ୍ରମିକମାନଙ୍କୁ ଶୋଷଣ, ନିର୍ଯାତନାକୁ ଦେଖିବା ପରେ ସୃଷ୍ଟି ହୋଇଥିଲା ଆନ୍ଦୋଳନ, ଧର୍ମଘଟ । ୧୯୦୧ରେ ବସେଇଙ୍କ ନେତୃତରେ ଦୁଇଜଣ ଫ୍ରାନ୍ସ ଶିଲ୍ପପତି ରବର୍ଟ ଉଇନ ଓ ଡାନିଏଲ ଲିଗ୍ରାଣ୍‌ଡଙ୍କ ମଧ୍ୟରେ ଆଲୋଚନା ହେଲା ।

ଏହି ସମୟରେ ୧୯୧୯ରେ ବିଶ୍ୱ ଶ୍ରମିକ ସଂଗଠନ ଗଠିତ ହେଲା । ଏହାର ଉଦ୍ଦେଶ୍ୟ ହେଲା ମାଲିକ ଓ ଶ୍ରମିକଙ୍କ ମଧ୍ୟରେ ଏକ ସର୍ବତୋମୁଖୀ ସନ୍ଧି ହୋଇଥିଲା । ଶିଳ୍ପରେ ଶାନ୍ତି, ସଦଦ୍ଭାବନା, ନୀତିନିୟମ ପ୍ରଣୟନ କରିବା ଓ ଶାନ୍ତିପୂର୍ଣ୍ଣ ବାତାବରଣରେ ଶିଳ୍ପ ଓ ଶିଳ୍ପଜାତ ପଦାର୍ଶର ସମୃଦ୍ଧି ଆଣିବା ପାଇଁ ଉଭୟେ ସଙ୍କଳ୍ପବଦ୍ଧ ହୋଇଥିଲେ । ପ୍ରଥମ ଥର ପାଇଁ ୧୯୧୯ ଜାନୁଆରୀରୁ ଏପ୍ରିଲ ମଧ୍ୟରେଗ ଗଠନ ହେଲା ଶ୍ରମ କମିଶନ । ସାମୁଏଲ ଗୋମପେରସ ଏହାର ମୁଖ୍ୟ ଭାବେ ରହିଲେ । ବିଭିନ୍ନ ଦେଶର ପ୍ରତିନିଧି ଯଥା ବେଲଜିୟମ, ଚେକୋସ୍ଲୋଭାକିଆ, ଫ୍ରାନ୍ସ, ଇଟାଲି, ଜାପାନ, ପୋଲାଣ୍ଡ ବ୍ରିଟେନ, ଆମେରିକାର ପ୍ରତିନିଧିମାନେ ସଭ୍ୟ ରହିଲେ । ଏକ ତ୍ରିିପାକ୍ଷିକ କମିଟି ଗଠନ ହେଲା । ଏଥିରେ ରହିଲେ ସରକାର, ଶିଳ୍ପପତି ଓ ଶ୍ରମିକ ପ୍ରତିନିଧି । କ୍ରମେ ଏହିୂ ସଂସ୍ଥା ଜରିଆରେ ଶ୍ରମିକ ମାନଙ୍କର କାମ କରିବାର ଅଧିକାର, କାର୍ଯ୍ୟସ୍ଥଳୀ ପାଇଁ ଉତକୃଷ୍ଟ ପରିଶେ ଓ ସୁବିଧା ସୁଯୋଗକୁ ନେଇ ଆଲୋଚନା ହେଲା । କ୍ରମେ ଏକ ସୁସ୍ଥ ପରିବେଶ ଓ ବାତାବରଣ ମଧ୍ୟରେ ଶିଳ୍ପ ପ୍ରଗତି ହେଲା ।

୧୯୭୯ରେ ଜଗତିକରଣ, ଉଦାରିକରଣ, ପୁଞ୍ଜିବାଦ ନୀତିରେ ବହୁ ଧନୀରାଷ୍ଟ୍ର ଯୋଗ ଦେଲେ । କଥା ହେଲା ବିଶ୍ୱ ବଜାରରେ କିଏ ସବୁଠାରୁ କମ୍‌ ମୂଲ୍ୟ ଦେଇ ପାରିବ ? ସାରା ବଜାର ଗୋଟିଏ ବଜାର ହେବ । ଚାଇନା ବି ତାହାର କମ୍ୟୁନିଜିମ ଚିନ୍ତାଧାରା ତ୍ୟାଗ କରି ଜଗତିକରଣରେ ସାମିଲ ହେଲା ।

ତେବେ ଭାରତର ଶ୍ରମ ଆଇନ, ଶ୍ରମିକରୂ ଆର୍ଥିକ ସ୍ଥିତିରେ କିଛି ପ୍ରଗତି ହୋଇଥିବାବେଳେ ଶ୍ରମିକର ସୁରକ୍ଷା, ସାମାଜିକତା, ଅଧିକାର କ୍ଷୂର୍ଣ୍ଣ କିଛି ମାତ୍ରାରେ ହୋଇଛି । ଜଗତିକରଣ ନାମରେ ବିଦେଶୀ କମ୍ପାନୀମାନେ ଶ୍ରମ ଆଇନ ତାଙ୍କ ପ୍ରତି ଲାଗୁ ହେବ ନାହିଁ ବୋଲି ଚୁକ୍ତିପତ୍ର କରିଛନ୍ତି । ୧୯୯୧ ପରଠାରୁ ଗୁଜରାଟ, କର୍ଣ୍ଣାଟକ ଓ ଅନ୍ୟାନ୍ୟ ସହରରେ ଶ୍ରମିକଙ୍କ ସହମତି ନେଇ ୧୨ ଘଣ୍ଟା ବିଭିନ୍ନ ଶିଳ୍ପରେ କାମ କରାଉଛନ୍ତି । ସାଧାରଣତଃ ୟୁରୋପୀୟ ଜଳବାୟୁ ଅନୁସାରେ ଜଣେ ୧୨ ଘଣ୍ଟା କାମ କରିପାରେ । ଫ୍ରାନ୍ସର ଜଳବାୟୁ ୫ ଡିଗ୍ରୀ ସେଲ୍‌ସିୟସଠାରୁ ସର୍ବାଧିକ ୧୮ ଡିଗ୍ରୀ ସେଲସିୟସ ତାପମାତ୍ରା ହୋଇଥାଏ । ଏଣୁ ଏଠାକାର ଶ୍ରମିକର ଚିନ୍ତାଧାରା ଅଧିକ କର୍ମ ପାଇଁ ଅଧିକ ଅର୍ଥ ଉପାର୍ଜନ । ହେଲେ ଆମ ରାଜ୍ୟରେ ଅର୍ଥ ଲୋଭରେ ୩୫ ଡିଗ୍ରୀ ସେଲଲ୍ସିୟସରୁ ୪୮ ଡିଗ୍ରୀ ସେଲସିୟସ ଉତ୍ତାପରେ କାମ କଲେ ଶ୍ରମିକ ମୃତ୍ୟୁ ମୁଖରେ ପଡିବ ଏଥିରେ ସନ୍ଦେହ ନାହିଁ ।

ତଥାପି ଏବେ ଶ୍ରମ ଆଇନ ଅଲୋଡା ହୋଇ ପଡ଼ିଚି ଗାଁ ଗହଳିରେ । ସେଠାରେ ଶ୍ରମ ଅଧିକାରୀ ନାହାନ୍ତି ଶ୍ରମିକଙ୍କ ଅଭିଯୋଗ ଶୁଣିବା ପାଇଁ । ଏବେ ବି ଗରିବ ଶ୍ରମିକକୁ ଖଟାଇ ପଇସା ନଦେଲେ କିଛି କରିବାର ନାହିଁ । ଶ୍ରମିକଟିଏ କାମ ନ ପାଇ ବାହାରକୁ ଯାଉଛି । କାହା ସହ ଯାଉଛି, କିଏ ନେଉଛି ତାହାର ତଦନ୍ତ କରିବାକୁ କେହି ନାହିଁ । ତେଣୁ ଶିଳ୍ପ କ୍ଷେତ୍ରରେ ଏହା ଶୁଭ ଲକ୍ଷଣ ନୁହେଁ । ଦେଶର ଶ୍ରମିକ ଯେତେ ସୁସ୍ଥ ରହିବ ସେ ଦେଶ ସେତେ ସୁଦୃଢ ଓ ଉନ୍ନତ ହେବ ।

‘ଶ୍ରମମେବ ଜୟତେ’.. ଶ୍ରମିକ ଏକତା ‘ଜିନ୍ଦାବାଦ୍‌’

ଅମରେଶ ବିଶ୍ୱାଳ
ଅବସରପ୍ରାପ୍ତ ଶ୍ରମ ଅଧିକାରୀ
ବଡଗଡ ବ୍ରୀଟ କଲୋନୀ
ଭୁବନେଶ୍‌:ର
ଫୋନ-୯୪୩୭୧୪୮୫୩୨

 

Other Stories