୧୮ ବର୍ଷ ବେଳକୁ କୋଟିପତି ହେବ ଆପଣଙ୍କ ପିଲା; ଆପଣାନ୍ତୁ ଏହି ପ୍ଲାନ

ଭୁବନେଶ୍ୱର: ବାପାମା ପିଲାମନଙ୍କର ଭବିଷ୍ୟତ ପାଇଁ ଚିନ୍ତିତ ଥାନ୍ତି। ପିଲାଟି କେମିତି ଭଲ ପାଠ ପଢ଼ିବ, କିପରି ତା ଭବିଷ୍ୟତ ଉଜ୍ଜ୍ୱଳ ହେବ ଏନେଇ ବାପାମା ସବୁବେଳେ ଚିନ୍ତାରେ ଥାନ୍ତି। ଏଥିପାଇଁ ବିଭିନ୍ନ ପିଲିସି, ଇନ୍ସୁରାନ୍ସ ଆଦି ପିଲା ନାଁରେ କରିଥାନ୍ତି।ଆମେ ଆଜି ଆପଣଙ୍କୁ ଏମିତି ଏକ ଯୋଜନା ବିଷୟରେ ଜଣାଇବୁ ଯେଉଁଥିରେ ଆପଣଙ୍କ ପିଲାର ଭବିଷ୍ୟତ ଉଜ୍ଜ୍ୱଳ ହେବା ଆର୍ଥିକ ଫାଇଦା ମଧ୍ୟ ମିଳିବ।

ନିଜ ପିଲାର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ମ୍ୟୁଚୁଆଲ ଫଣ୍ଡ ହେଉଛି ଆପଣଙ୍କ ପାଇଁ ସବୁଠାରୁ ଭଲ। ଏଥିରେ ପୁଞ୍ଜି ବିନିଯୋଗ କରିବା ଉତ୍ତମ ଉପାୟ ବୋଲି କୁହାଯାଏ। ମ୍ୟୁଚୁଆଲ ଫଣ୍ଡ ଜରିଆରେ ଆପଣ ନିଜ ପିଲାଙ୍କ ନାଁରେ ବିନିଯୋଗ କରି ଭଲ ବେନିଫିଟ ପାଇ ପାରିବେ। ଏମିତିକି ବାପା-ମା’ ଯଦି ସଠିକ ତରିକାରେ ବିନିଯୋଗ କରନ୍ତି, ତେବେ ପିଲାକୁ ୧୮ ବର୍ଷ ବୟସ ହେଲା ବେଳକୁ କୋଟିପତି ହୋଇ ପାରିବ।

ନିଜ ପିଲା ପାଇଁ ଆପଣ ଏବେଠୁ ମ୍ୟୁଚୁଆଲ ଫଣ୍ଡ ନିବେଶ ଆରମ୍ଭ କରି ପାରିବେ। ଏଭଳି ନିବେଶରେ ଅଭିଭାବକଙ୍କ ନାଁ ଦରକାର ହୋଇ ନ ଥାଏ। ପିଲାଙ୍କ ନାଁରେ ମ୍ୟୁଚୁଆଲ ଫଣ୍ଡ ହିଁ କରନ୍ତୁ। ଏଥି ପାଇଁ ଆପଣଙ୍କୁ କେବଳ ନିଜ ପିଲାର ଜନ୍ମଗତ ପ୍ରମାଣପତ୍ର ଦେବାକୁ ହେବ। ଏହା ସହ ଅଭିଭାବକର ଜରୁରୀ କାଗଜପତ୍ର ଆବଶ୍ୟକ ହୋଇଥାଏ।

ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ବିନିଯୋଗ କରିବା ସବୁଠାରୁ ଉତ୍ତମ ଉପାୟ। ପିଲାଙ୍କ ନାଁରେ ସିସ୍‌ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନରେ ବିନିଯୋଗ କଲେ ବହୁତ ଫାଇଦା ହୋଇଥାଏ। କିନ୍ତୁ ପିଲାଙ୍କ ବୟସ ୧୮ ବର୍ଷ ହେଲା ପରେ ଏହି ଯୋଜନାରେ ନିବେଶ କରି ହେବ ନାହିଁ। ଆଉ ପିଲାକୁ ୧୮ ବର୍ଷ ହେବା ପରେ ପୂରା ଟଙ୍କା ପିଲା ନାଁରେ ହୋଇଯିବ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପିଲା ୧୮ ବର୍ଷ ହେଲା ବେଳକୁ ଅର୍ଥର ଅଭାବ ନରହୁ ତେବେ ପିଲା ଜନ୍ମ ହେବା ପରେ ତା ନାଁରେ ୫ ହଜାର ଟଙ୍କାରେ ନିବେଶ କରିବା ଆରମ୍ଭ କରିବାକୁ ହେବ। ଏହି ନିବେଶରେ ପ୍ରତିବର୍ଷ ୧୫ ପ୍ରତିଶତ ବୃଦ୍ଧି କରି ଚାଲନ୍ତୁ। ଯଦି ପ୍ରତିବର୍ଷ ୧୨ ପ୍ରତିଶତ ହାରରେ ରିଟର୍ନ ମିଳେ ତାହେଲେ, ପିଲାକୁ ୧୮ ବର୍ଷ ହେଲା ବେଳକୁ ସେ କୋଟିପତି ହୋଇ ଯାଇଥିବେ।

ତେବେ ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ ବେଳେ ଭଲ ପ୍ଲାନ ହିଁ ବାଛନ୍ତୁ। ଯାହା ଆପଣଙ୍କୁ ଭଲ ରିଟର୍ନ ହେବ। ଏଥି ପାଇଁ ବିଭିନ୍ନ କଂପାନୀ ସହ ଯୋଗାଯୋଗ କରି ପ୍ଲାନ ହିଁ ବାଛନ୍ତୁ।

ଆହୁରି ପଢ଼ନ୍ତୁ

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ଗୁଳିଠାରୁ ଅଧିକ ବେଗରେ ମାଡ଼ି ଆସୁଛି ଉଲ୍‌କାପିଣ୍ଡ; ପଡ଼ିବ କି ପୃଥିବୀ ପୃଷ୍ଠରେ ? ନାସା କହିଲା…

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

ସିନ୍ଧୁ ନଦୀରୁ ଉଦ୍ଧାର ହେଲା ମାଂସ ଖିଆ ମାଛ

ମାସ୍କ ନପିନ୍ଧିବାରୁ ଦୋକାନି ଖାଇଲେ ମାଡ

ଟ୍ରେନ୍‌ ତଳୁ ବଞ୍ଚିଗଲେ ମହିଳା

ଭୂମିରେ ଶୋଇଥିଲେ ଶହଶହ ମହିଳା, ତାଙ୍କ ଉପରେ ଚାଲି ଚାଲି ଯାଉଥିଲେ ପୂଜକ….

ସୋମବାର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; କ’ଣ ରହିଛି ବିଶେଷତ୍ୱ, ଜାଣନ୍ତୁ…

ଜମି ଖୋଳୁ ଖୋଳୁ ବାହାରିଲା ୧୨୨ଟି ଘାତକ ବୋମା

ବନବାସ ବେଳେ ଓଡ଼ିଶା ଆସିଥିଲେ କି ପଞ୍ଚୁପାଣ୍ଡବ?

କେବୁଲ ବେଳାଭୂମିରେ ସାର୍କ ଆକ୍ରମଣ

You might also like