ସୁରୁଖୁରୁରେ ଚାଲିଥିଲା ସଂସାର, କିନ୍ତୁ ହଠାତ୍‌ ବାସୁଦେବଙ୍କ ଜୀବନରେ ମାଡ଼ି ଆସିଲା ଅଦିନିଆ ଝଡ଼

ସୁବର୍ଣ୍ଣପୁର: ଟ୍ରକ ଚଳାଇ ସଂସାର ପୋଷୁଥିଲେ। ସୁଖ ଦୁଃଖ, ଭଲମନ୍ଦରେ ଚାଲିଥିଲା ଜୀବନ। ହେଲେ ହଠାତ୍ ବଦଳି ଗଲା ସ୍ଥିତି, ଦଇବ ଦେଲା ଦାରୁଣ ଦୁଃଖ। ହସ ଖୁସିର ପରିବାରରେ ମାଡି ଆସିଲା ଅଦିନିଆ ଝଡ଼। ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦେଣ୍ଡୁପଦର ଗାଁର ବାସୁଦେବ ଗଡୁଆଙ୍କ ପରିବାରର କଥା।

ଆଜକୁ ୨ମାସ ହେବ ଜୀବନଯନ୍ତ୍ରଣାର ଦୁର୍ବିସହ ହୋଇ ପଡ଼ିଛି ବାସୁଦେବଙ୍କ ଜୀବନ। ହଠାତ ଗୋଡରେ ଯନ୍ତ୍ରଣା ହେବାରୁ ଟ୍ରକ ଡ୍ରାଇଭିଂ ଛାଡ଼ି ଘରକୁ ଫେରି ଆସିଥିଲେ ବାସୁଦେବ। ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା ଦୌଡ଼ିଥିଲେ। ଘରେ ଯାହା କିଛି ଥିଲା ବିକି ଭାଙ୍ଗି ଗୋଡର ଅପରେସନ କରାଗଲା। ହେଲେ କିଛି ଫଳ ହେଲା ନାହିଁ। ଶେଷରେ ଗୋଟିଏ ଗୋଡ଼ କଟାଗଲା। ଏବେ ସେ ଡ୍ରାଇଭିଂ ଛାଡ଼ି ଘରେ ପଡ଼ି ରହିଛନ୍ତି। ଗୋଟିଏ ପଟେ ଔଷଧ କିଣିବାକୁ ବାସୁଦେବଙ୍କ ପାଖରେ ପଇସା ନଥିବା ବେଳେ ପରିବାର ଚଳିବା କଷ୍ଟକର ହୋଇ ପଡ଼ିଛି।

ପରିବାରରେ ଏକମାତ୍ର ରୋଜଗାରିଆ ଲୋକ ଥିଲେ ବାସୁଦେବ। ଏବେ ସେ ଘରେ ବସିଯିବା ପରେ ଅଭାବୀ ପରିବାର ଓଳିଏ ଖାଇ ଓଳିଏ ଉପାସ ରହୁଛନ୍ତି। ଯେନତେନ ପ୍ରକାରେ ପ୍ଲାଷ୍ଟିକ ଗୋଡ ଲଗାଇ ରୋଜଗାରକୁ ବାହାରିବାକୁ ବାସୁଦେବ ଚିନ୍ତା କରୁଥିବା ବେଳେ ପ୍ଲାଷ୍ଟିକ ଗୋଡ଼ ଲଗାଇବା ପାଇଁ ପଇସା ନାହିଁ।

ଦିବ୍ୟାଙ୍ଗ ହେବା ପରେ ବାସୁଦେବଙ୍କୁ ମିଳୁଛି କେବଳ ୫ କିଲୋ ଚାଉଳ। ତେବେ ଖବର ଜାଣିବା ପରେ ଏ ନେଇ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହ ପ୍ଲାଷ୍ଟିକ ଗୋଡ ଲଗାଇବା ପାଇଁ ଚେଷ୍ଟା କରାଯିବ ବୋଲି ବିନିକା ବ୍ଲକ ଅଧ୍ୟକ୍ଷ କହିଛନ୍ତି।

ତେବେ ଆପଣ ଚାହିଁଲେ ବାସୁଦେବଙ୍କୁ ସହାୟତାର ହାତ ବଢ଼ାଇପାରିବେ।

ଯୋଗାଯୋଗ ଠିକଣା-

ବାସୁଦେବ ଗଡୁଆ
ଗାଁଦେଣ୍ଡୁପଦର
ପୋସିଂଘିଯୁବା
ଭାୟାବିନିକା
ଜିଲ୍ଲାସୁବର୍ଣ୍ଣପୁର
ପିନ୍ ନଂ୭୬୭୦୪୫
ମୋବାଇଲ୬୩୭୧୫୧୪୪୫୯

 

You might also like