ବିଜ୍‌ନେଶ୍ ଟାଇକୁନ୍‌ଙ୍କ ବିନମ୍ରତା: ନାରାୟଣ ମୂର୍ତ୍ତୀ ଛୁଇଁଲେ ରତନ ଟାଟାଙ୍କ ପାଦ

ନୂଆଦିଲ୍ଲୀ : ରତନ ଟାଟା । ପରିଚୟ ପାଇଁ କେବଳ ଏହି ନାଁ ହି ଯଥେଷ୍ଟ । କାହିଁକି ନା ବିଜିନେସ୍‌ ୱର୍ଲଡରେ ଏହି ନାଁକୁ କିଏ ନଜାଣେ । ନିକଟରେ ରତନ ଟାଟା ନିଜର ୟଙ୍ଗ୍‌ ବୟସର ଫଟୋ ସୋଶାଲ ମିଡ଼ିଆରେ ସେୟାର କରିଥିଲେ । ଯାହାକୁ ବହୁତ ଲୋକ ପସନ୍ଦ କରିଥିଲେ । ଏବେ ଏମିତି ଏକ ଫଟୋ ସେୟାର କରିଛନ୍ତି , ଯାହାକୁ ଦେଖିଲେ ହୃଦୟ ଖୁସିରେ ନାଚି ଉଠିବ। ଜଣେ ଭାରତୀୟ ଭାବେ ଛାତି ଗର୍ବରେ ଫୁଲି ଉଠିବ ।

ଗତ ମଙ୍ଗଳବାର ଦିନ ଟାଇକନ( TiECon) ମୁମ୍ୱାଇ କାର୍ଯ୍ୟକ୍ରମରେ  ରତନ ଟାଟାଙ୍କୁ  ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଛି । କର୍ପୋରେଟ୍‌ ଜଗତର ଦ୍ୱିତୀୟ ବଡ଼ ନାମ ଅର୍ଥାତ୍‌ ଇନ୍‌ଫୋସିସ୍‌ର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀ ଏହି ପୁରସ୍କାର ଦେଇଥିଲେ । ଆଉ ଏହା ପରେ ଯାହା ଘଟିଥିଲା , ତାହା କେବେ ବିଶ୍ୱାସ କରିପାରିବେନି । ଉପସ୍ଥିତ ବ୍ୟକ୍ତିଙ୍କର ମନ ଆନନ୍ଦରେ ଭରିଗଲା ଏହି ଦୃଶ୍ୟ ଦେଖି । ବିଶ୍ୱର ବ୍ୟବସାୟ ଜଗତର ଦୁଇ ହୃଦୟବାନ ମହାରଥୀ , ଜଣେ ଜଣଙ୍କୁ ଦେଇଥିଲେ ପୁରସ୍କାର।

ଏହି ଫଟୋଟି ସେହି ମୁହୂର୍ତ୍ତର । ୭୩ ବର୍ଷୀୟ ନାରାୟଣ ମୂର୍ତ୍ତୀ ୮୨ ବର୍ଷୀୟ ରତଲ ଟାଟାଙ୍କ ପାଦ ଛୁଇଁ ତାଙ୍କର ଆର୍ଶୀବାଦ ନେଇଥିଲେ । ଏହାକୁ ଦେଖି ସମସ୍ତଙ୍କ ହୃଦୟ ପୂରି ଯାଇଥିଲା ।

You might also like