ନାବାଳିକାଙ୍କ ପେଟରୁ ବାହାରିଲା ଅଧ କେଜିର ମଣିଷ ଚୁଟି ଓ ସାମ୍ପୋ ପ୍ୟାକେଟ୍‌

କୋଏମ୍ୱାଟୁର  : କୋଏମ୍ୱାଟୁରରେ ସିଟି ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏହି ହସ୍ପିଟାଲର ଡାକ୍ତରୀଦଳ ଜଣେ ୧୩ ବର୍ଷୀୟା ଝିଅ ପେଟରୁ  ଅଧ କେଜିରୁ ଅଧିକ ମଣିଷ ଚୁଟି , ଖାଲି ସାମ୍ପୋ ପ୍ୟାକେଟ୍‌ ଭଳି ପ୍ଲାଷ୍ଟିକ୍‌ ଦ୍ରବ୍ୟ ବାହାର କରିଛନ୍ତି ।

ସୂଚନା ମୁତାବକ, ୭ମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକାଙ୍କର ଗତ କିଛି ଦିନ ଧରି ପେଟରେ ଯନ୍ତ୍ରଣା ହେଉଥିଲା । ତାଙ୍କର ମାତା-ପିତା ତାଙ୍କୁ ଏକ ପ୍ରାଇଭେଟ ମେଡିକାଲ (VGM ହସ୍ପିଟାଲ)କୁ ନେଇଥିଲେ । ସ୍କାନରୁ  ଜଣାପଡିଲା ଯେ ପେଟରେ କିଛି ବଲ୍‌ ଭଳି ଜିନିଷ ପାକସ୍ତଳୀରେ ରହିଛି। ଏଣ୍ଡୋସ୍କୋପି  ମାଧ୍ୟମରେ ଏହାକୁ ପେଟରୁ କାଢ଼ିବାକୁ ଡାକ୍ତରମାନେ କହିଥିଲେ ।

କିନ୍ତୁ ଏଥିରେ ସେମାନେ ଅସଫଳ ହେଲେ । ଆଉ ପରବର୍ତ୍ତୀ ଭାବେ ଅପରେସନ କରି ସେହି ଜିନିଷ ଗୁଡ଼ିକୁ ପେଟରୁ ବାହାର କରାଗଲା । ସଫଳତାର ସହ ସେହି ନାବାଳିକାଙ୍କ ପେଟରୁ କେଶ ଓ ସାମ୍ପୋ ପ୍ୟାକେଟ ବାହାରିଲା । ବର୍ତ୍ତମାନ ସେ ସୁସ୍ଥ ନର୍ମାଲ ଅଛନ୍ତି ।

ଡାକ୍ତରଙ୍କ କହିବାନୁସାରେ ,  ନାବାଳିକାଙ୍କର ଜଣେ ସଂପର୍କୀୟଙ୍କ ମୃତ୍ୟୁରେ ସେ ଗଭୀର ମାନସିକ ଚିନ୍ତାରେ ଥିଲେ । ଆଉ ଯାହା ଫଳରେ ସେ ଏହି ସବୁ ଜିନିଷକୁ ଗର୍ଭସ୍ଥ କରିଥାଇପାରନ୍ତି ।

You might also like