ମଧ୍ୟାହ୍ନ ଭୋଜନ ରନ୍ଧା ପାତ୍ରରେ ପଡ଼ିଗଲେ ୩ ବର୍ଷୀୟା ସ୍କୁଲ୍‌ ଛାତ୍ରୀ

ଉତ୍ତର ପ୍ରଦେଶ : ମିର୍ଜାପୁର ଅଂଚଳର ଅଟାରି ପ୍ରାଇମେରୀ ସ୍କୁଲ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୩ ବର୍ଷିୟା ଛାତ୍ରୀ ସ୍କୁଲରେ ରୋଷେଇ ଚାଲିଥିବା ମିଡ୍‌ ଡେ ମିଲ୍‌ ରନ୍ଧା ପାତ୍ରରେ ପଡ଼ିଯିବାରୁ ମୃତ୍ୟୁ ହୋଇଛି। ଉକ୍ତ ଘଟଣାଟି ଗତ ରବିବାର ଦିନ ଘଟିଥିଲା ।

ଗରମ ରନ୍ଧା ଖାଦ୍ୟ ପାତ୍ରରେ ପଡ଼ି ଯିବାରୁ ପିଲାଟି ଶରୀରର ୮୦ ପ୍ରତିଶତ କ୍ଷତ ହୋଇ ଯାଇଥିଲା ଏବଂ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ କୁନି ଛାତ୍ରୀ ଜଣଙ୍କର ଚାଲିଯାଇଥିଲା ଜୀବନ।

ଅତିରିକ୍ତ ବେସିକ୍‌ ଶିକ୍ଷା ଅଧିକାରୀ ରାମିଲାଲ୍ ଯାଦବଙ୍କ ସୂଚନା ମୁତାବକ, ଅଟାରି ପ୍ରାଇମେରୀ ସ୍କୁଲ୍‌ରେ ସବୁଦିନ ଭଳି ସେଦିନ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିଲା । ସେହି ବାଟ ଦେଇ ଯାଉଥିବା ସ୍କୁଲର ଛୋଟ ଝିଅଟି ଏକ କନଷ୍ଟ୍ରକ୍ସନ ଜିନିଷରେ ଝୁଣ୍ଟି ପଡିବାରୁ ପାଖରେ ଥିବା ରୋଷେଇ ପାତ୍ରରେ ପଡିଯାଇଥିଲେ।

ଶିଶୁ କନ୍ୟାଟିର ବାପାଙ୍କ ଅଭିଯୋଗ , ରୋଷେୟା କାନରେ ଇୟର ଫୋନ୍‌ ଲଗାଇ ଗୀତ ଶୁଣୁଥିବାରୁ ଏ ଘଟଣାକୁ ଦେଖିନଥିଲା। ଶିଶୁଟି ଗରମ ପାତ୍ରରେ ପଡ଼ିଯିବାର ସେ ପାଖରେ ଥାଇ ବି  ଦେଖି ପାରିନଥିଲା । ଯେତେବେଳେ ସେ ଏହା ଦେଖିଲା, ସେଠାରୁ ଦୌଡ଼ି ପଳାଇଥିଲା ।

ଏଏନ୍‌ଆଇକୁ ମିର୍ଜାପୁର ଜିଲ୍ଲା ମାଜିଷ୍ଟ୍ରେଟ୍‌ ସୁଶିଲ୍‌ କୁମାର ପଟେଲ୍‌ କହିଛନ୍ତି , ଏହି ସମ୍ବେଦନଶୀଳ ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସଂପୃକ୍ତ ସ୍କୁଲ ହେଡ୍‌ ମାଷ୍ଟରଙ୍କୁ ସସ୍‌ପେଣ୍ଡ ଅର୍ଡର ଦିଆଯାଇଛି । ରୋଷେୟା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବେସିକ୍‌ ଏଜୁକେସନ ଅଫିସରଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

 

ଆହୁରି ପଢ଼ନ୍ତୁ

ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଯାଆଁଳା ଭଉଣୀଙ୍କ ମାଗଣା କୋଭିଡ ହେଲ୍ପଲାଇନ୍‌

‘ପ୍ରିନ୍ସ ଅଫ୍ କୋଲକାତା’ @୪୮

ୱା ଅଫିସର; ମୃତ୍ୟୁ ପୂର୍ବରୁ ଅପରାଧୀକୁ ଧରାଇ ଦେବାକୁ ସୁରାକ ଛାଡ଼ିଗଲେ କନଷ୍ଟେବଲ

୧୧୮ ବର୍ଷ ପରେ ଦେଖାଦେଲା ବିରଳ ପ୍ରଜାତିର ଫୁଲ

ଫେସ୍ ବୁକ୍‌ର ରଙ୍ଗ ନୀଳ କାହିଁକି ଜାଣନ୍ତି ?

ଆସିଲା ଗୁପ୍‌ଚୁପ୍‌ ଏଟିଏମ୍‌ !

ଶାଶୁଘରେ ପହଞ୍ଚିବା ପୂର୍ବରୁ ମେଡିକାଲରେ ଭର୍ତ୍ତି ହେଲେ ନବବଧୂ

ବୟସର ସାୟାହ୍ନରେ ଖଇରୀକୁ ଝୁରୁଛନ୍ତି ନିହାର ନଳିନୀ

କେତେଦିନ ରହିବ ଏ ‘ମାଇବାପ୍‌’ ସରକାର ?

ହାତ ନାହିଁ କିନ୍ତୁ ଗୋଡ଼ରେ ଆଙ୍କୁଛନ୍ତି ଜୀବନ୍ତ ଛବି, ଦେଖନ୍ତୁ ଭିଡିଓ

ଚୀନରୁ ଚିହ୍ନଟ ହେଲା ଆଉ ଏକ ଭୟଙ୍କର ଭୂତାଣୁ: ପୁଣି ଏକ ମହାମାରୀ ଆଶଙ୍କା !

You might also like