ଅସହ୍ୟ ହେଲା ଦୁଷ୍ଟ ମାଙ୍କଡ଼ର ଦୌରାତ୍ମ୍ୟ: ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଗ୍ରାମବାସୀ . . .
ଠିକଣା ମାଗିଲେ ଅଭିନେତା, କହିଲେ . . ଏ କାମ ବି କରିକି ଦେଖିବା . . .
ନୂଆଦିଲ୍ଲୀ: ମାଙ୍କଡ଼ ତଡ଼ିବାରେ ଗ୍ରାମବାସୀଙ୍କୁ ସାହାଯ୍ୟ କରିବେ ଗରିବଙ୍କ ମସିହା। ତାଲାବନ୍ଦ ସମୟରେ ଶ୍ରମିକଙ୍କ ଭଗବାନ୍ ସାଜିଥିବା ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ ଏବେ ମାଙ୍କଡ଼ ତଡ଼ିବେ। କଥାଟି ଟିକିଏ ଅଜବ ଲାଗୁଥିଲେ ବି, ସମ୍ପୂର୍ଣ୍ଣ ସତ। ମହାମାରୀରେ ଜୀବନ ସହ ସଂଗ୍ରାମ କରୁଥିବା ମଣିଷଙ୍କ ମୁହଁରେ ହସ ଫୁଟାଇଥିବା ଦେବଦୂତ ଗ୍ରାମବାସୀଙ୍କୁ ମାଙ୍କଡ଼ ଦୌରାତ୍ମ୍ୟରୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଭିନେତା। ତାଲାବନ୍ଦ ଠାରୁ ସୋନୁ ସୁଦଲୋକଙ୍କ ସେବା ଲାଗି ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଆଉ ଏହାର ସୁଯୋଗ ନେଇ ଲୋକେ ବିଭିନ୍ନ ପ୍ରକାର ଅଜବ ସାହାଯ୍ୟ ମାଗୁଥିବାର ଦେଖିବାକୁ ମିଳୁଛି।
@SonuSood sir 🙏
हमारे गाँव में एक लंगूर बंदर के आतंक के कारण दर्जनो लोग
घायल हो चुके है अतः आपसे निवेदन है की बंदर को हमारे गाँव से कही दूर जंगल में भेजवा दीजिए @GovindAgarwal_ 🙏 pic.twitter.com/pWHcZ9gcTG— Basu Gupta (@BasuGup36643968) February 8, 2021
ମାଙ୍କଡ଼ ଆତଙ୍କରେ ଆତଙ୍କିତ ଏକ ଗାଁର ଲୋକେ ଟ୍ୱିଟ୍ କରି ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଛନ୍ତି। ଜଣେ ୟୁଜର ଟ୍ୱିଟ୍ କରି ସୋନୁଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଆମ ଗାଁରୁ ମାଙ୍କଡ଼ ତଡ଼ିବାରେ ଆମକୁ ସାହାଯ୍ୟ କର। ଦୁଷ୍ଟ ମାଙ୍କଡ଼ ଯୋଗୁଁ ଏବେ ସୁଦ୍ଧା ଗାଁର ପ୍ରାୟ ଡର୍ଜନେରୁ ଅଧିକ ଲୋକେ ଆହତ ହୋଇସାରିଛନ୍ତି। ଦୟାକରି ଆମକୁ ଏ ବିପଦରୁ ରକ୍ଷାକର। ମାଙ୍କଡକୁ ଆମ ଗାଁରୁ କେଉଁ ଦୂର ଜଙ୍ଗଲକୁ ପଠାଇ ଦିଅନ୍ତୁ। ଏହାସହ ୟୁଜର ଜଣକ ଖବରକାଗଜରେ ପ୍ରକାଶିତ ଖବରକୁ ମଧ୍ୟ ପୋଷ୍ଟ କରିଛନ୍ତି। ତେବେ ଲୋକଙ୍କ ଏହି ଅଜବ ଦାବି ଶୁଣି ଉତ୍ତରରେ ସୋନୁ ସୁଦ ଲେଖିଛନ୍ତି, ବାସ ଏଇ ଗୋଟେ କାମ ବାକି ଥିଲା। ଠିକଣା ପଠାଅ, ଏ କାମ ବି କରିବା ବୋଲି କହିଛନ୍ତି। ସୋନୁ ସୁଦଙ୍କ ଏହି ଟୁଇଟ୍ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।
बस अब बंदर पकड़ना हो बाकी रह गया था दोस्त।
पता भेज, यह भी करके देख लेते हैं। 😅 https://t.co/9yPV50AOsl— sonu sood (@SonuSood) February 8, 2021
ସୂଚନାଯୋଗ୍ୟ ଗରିବଙ୍କ ଦେବଦୂତ ସୋନୁ ସୁଦ୍ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ନିଜର ସହୃଦୟତା ପାଇଁ ଲକ୍ଷ ଲକ୍ଷ ଲୋକଙ୍କର ହୃଦୟ ଜିତିଛନ୍ତି। ବିଶେଷକରି ଲକଡାଉନ୍ ସମୟରେ ସୋନୁ ସୁଦ ଲୋକଙ୍କ ପାଇଁ ସାକ୍ଷାତ ଭଗବାନ ପରି ଘରୁ ବାହାରି ସାହାଯ୍ୟର ହାତ ବଢ଼ାଇଥିଲେ। ଶହ ଶହ ପ୍ରବାସୀ ଶ୍ରମିକଙ୍କୁ ନିଜ ଖର୍ଚ୍ଚରେ ଘରେ ପହଞ୍ଚାଇବା ସାହାଯ୍ୟ କରିଥିଲେ। ଅନ୍ୟପଟେ ଲୋକମାନେ ମଧ୍ୟ ସୋନୁ ସୁଦ ସହିତ ସେମାନଙ୍କର ସମସ୍ୟା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା।
ସୋନୁ କେବେବେଳେ ଲୋକଙ୍କ ପାଇଁ ନିଜ ସମ୍ପତ୍ତି ବନ୍ଧକ ରଖି ଅସହାୟଙ୍କୁ କରିଛନ୍ତି ତ ଆଉ କେତେବେଳେ ଗରିବ ଭଉଣୀକୁ ପାଠପଢ଼ାରେ ସାହାଯ୍ୟ କରିଛନ୍ତି। ଆଉ କେତେବେଳେ ପୁଣି ଦିବ୍ୟାଙ୍ଗଙ୍କ ଆଶାବାଡ଼ି ସାଜିଛନ୍ତି। ଅଭିନେତା ଲୋକମାନଙ୍କୁ ପାଠପଢ଼ା, ଚିକିତ୍ସା, ଚାକିରୀ କ୍ଷେତ୍ରରେ ଅନେକ ସାହାଯ୍ୟ କରିଛନ୍ତି। ଆଉ ଏଥିପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିସାରିଛି। କିନ୍ତୁ ଏବେ ଜୀବନ ଲୋକଙ୍କ ଅଜବ ଦାବି ଶୁଣି ସୋନୁ ବି ନିଜର ହସ ରୋକି ପାରୁନଥିବେ।