ଗରୀବଙ୍କୁ ସାହାଯ୍ୟ କରିବାକୁ ନିଜର ୧୦ କୋଟି ଟଙ୍କାର ସମ୍ପତ୍ତି ବନ୍ଧକ ରଖିଲେ ସୋନୁ ସୁଦ୍…

ଅନ୍ୟକୁ ସାହାଯ୍ୟ କରିବାକୁ ନିଜ ସମ୍ପତ୍ତି ବନ୍ଧକ ରଖିଲେ ଅଭନେତା ସୋନୁ ସୁଦ୍ । ଲକ୍ଷେ ନୁହେଁ କି ୨ ଲକ୍ଷର ନୁହେଁ ବରଂ ନିଜର ୧୦ କୋଟି ଟଙ୍କାର ସମ୍ପତ୍ତିକୁ ବନ୍ଧକ ରଖିଛନ୍ତି ସୋନୁ । ଜୁହୁରେ ଅବସ୍ଥିତ ନିଜର ସମ୍ପତ୍ତିକୁ ବନ୍ଧକ ରଖିଛନ୍ତି ସୋନୁ । ତେବେ ଏହି ସମ୍ପତ୍ତିରେ ୨ ଟି ଦୋକାନ ଏବଂ ୬ ଟି ଉଚ୍ଚ କୋଟୀର ଫ୍ଲାଟ ରହିଛି ।

ନିଜ ପାଇଁ ନୁହେଁ ସବୁବେଳେ ଅନ୍ୟ ପାଇଁ ଚିନ୍ତା କରନ୍ତି ସୋନୁ । ଅନ୍ୟକୁ ସାହାଯ୍ୟ କରି ଦେଶରେ ଚହଳ ସୃଷ୍ଟି କରିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ,  ମନି କଂଟ୍ରୋଲ ଦ ଆସେସ୍ ହୋଇଥିବା ଡକ୍ୟୁମେଂଟରୁ ଜଣାଯାଇଛି ଯେ, ବନ୍ଧକ ଚୁକ୍ତିନାମା ୧୫ ସେପ୍ଟମ୍ବରରେ ସ୍ୱାକ୍ଷରିତ ହୋଇଥିଲା ଏବଂ ୨୪ ନଭେମ୍ବରରେ ପଞ୍ଜୀକୃତ ହୋଇଥିଲା ।

ସାହାଯ୍ୟ ମନୋବୃତ୍ତିକୁ ଶହେ ସଲାମ

ବନ୍ଧକ ରଖିଲେ ୧୦ କୋଟି ଟଙ୍କାର ସମ୍ପତ୍ତି

ଅନ୍ୟକୁ ସାହାଯ୍ୟ କରିବାକୁ କରିଛନ୍ତି ପଣ

ତେବେ ଏହି ସମ୍ପତ୍ତି ସୋନୁ ଓ ତାଙ୍କ ଧର୍ମପତ୍ନୀଙ୍କ ନାମରେ ରହିଥିଲା । କରୋନା ଆରମ୍ଭ ହେଉ ଦେଶରେ ଲାଗୁ ହୋଇଯାଇଥିଲା ଲକଡାଉନ । ଆଉ ସେହି ଦିନଠାରୁ ହିଁ ଲୋକଙ୍କୁ ସାହାଯ୍ୟ କରିବାକୁ ପଣ କରିଥିଲେ ସୁଦ୍ । କେଉଁଠି ଫସିଥିବା ଲୋକଙ୍କୁ ନିଜ ଘରେ ପହଂଚାଇବାର ବ୍ୟବସ୍ଥା ତ ଆଉ କେଉଁଠି ଭୋକିଲାଙ୍କ ମୁହଁରେ ଯୋଗାଇଥିଲେ ଆହର । ପୁଣି କେଉଁଠି ପାଠ ପଢିପାରୁନଥିବା ପିଲାଙ୍କ ପାଖରେ ବହି ପହଂଚାଇ ତାଙ୍କ ସ୍ୱପ୍ନକୁ କରିଥିଲେ ସାକାର । କେବଳ ଏତିକି ନୁହେଁ ବରଂ ପ୍ରୱାସୀ ଶ୍ରମିକଙ୍କ ଲାଗି ପରିବହନ ବ୍ୟବସ୍ଥା ମଧ୍ୟ କରିଥିଲେ । ଏହାସହ ପିପିଇ କିଟର ମଧ୍ୟ ବ୍ୟବସ୍ଥା କରାଇଥିଲେ ସୋନୁ ।

ସବୁଆଡେ ସୋନୁଙ୍କ ଚର୍ଚ୍ଚା

ସୋନୁଙ୍କ ଏହି ମହାନତା ସୋସିଆଲ ମିଡିଆଠାରୁ ଆରମ୍ଭ କରି ଗଣମାଧ୍ୟମର ସିରୋନାମା ପାଲଟିଥିଲା । ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ଅନେକ ବାର୍ତ୍ତା ମଧ୍ୟ ଦିଆଯାଉଥିଲା । ଫେସବୁକ, ଟ୍ୱିଟର ଓ ଇନଷ୍ଟା ମାଧ୍ୟମରେ ସାହାଯ୍ୟର ଲମ୍ବା ତାଲିକା ଦେଖିବାକୁ ମିଳିଥିଲା । ତେବେ ସମସ୍ତଙ୍କ ପାଖରେ ପହଂଚିବା ତାଙ୍କ ପାଖରେ ଅନେକ ସମୟରେ କଷ୍ଟ ହେଉଥିଲା । ତେଣୁ ଯେଉଁଠୁ ପହଂଚୁ ନଥିଲେ ସେଠି କ୍ଷମା ପ୍ରାର୍ଥନା ବି କରୁଥିଲେ । ଇଜର ସାହାଯ୍ୟ ମନୋବୃତ୍ତି ପାଇଁ ମିଳିତ ଜାତିସଂଘରୁ ପୁରସ୍କୃତ ମଧ୍ୟ ହୋଇଥିଲେ । ସୋନୁଙ୍କ ଏହି ସାହାଯ୍ୟ ମନୋବୃତ୍ତି ଲାଗି ତାଙ୍କୁ ଶତ ଶତ ସଲାମ ।

ବ୍ୟୁରେ ରିପୋର୍ଟ, ଓଟିଭି

 

You might also like