ସୋନୁ ସୁଦ୍ଙ୍କର ଅଜବ୍ ଫ୍ୟାନ୍, ଦେଖା କରିବାକୁ ସାଇକେଲ୍ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୋନୁ ସୁଦ୍ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରି ରାତାରାତି ସୁପର୍ ଷ୍ଟାର ପାଲଟି ଯାଇଥିଲେ। ସେହି ସମୟରେ ସେ ଲୋକଙ୍କ ଦ୍ୱାରା ଏତେ ଆଦୃତ ହୋଇଯାଇଥିଲେ ଯେ ତାଙ୍କର ଫିଲ୍ମ କ୍ୟାରିୟରେ ସେତିକି ହୋଇ ନ ଥିଲେ।
ସୋନୁଙ୍କ ପାଇଁ ତାଙ୍କ ଫ୍ୟାନ୍ସମାନେ ଯେମିତି ପାଗଳ ହୋଇ ଯାଇଛନ୍ତି! ସୋନୁଙ୍କର ଏମିତି କିଛି ଫ୍ୟାନ୍ ଅଛନ୍ତି ଯେଉଁମାନେ ତାଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ଏମିତି ଜଣେ ଫ୍ୟାନ ଅଛନ୍ତି ବିହାରରେ। ସୋନୁଙ୍କର ଏହି ଫ୍ୟାନ୍ ଏବେ ସୋଶିଆଲ୍ ମିଡିଆରେ ଛାଇ ଯାଇଛନ୍ତି। ସେ ନିଜକୁ ସୋନୁ ସୁଦ୍ଙ୍କର ଜଣେ ବଡ଼ ଫ୍ୟାନ୍ ବୋଲି କହିବା ସହ ତାଙ୍କ ପାଇଁ ଏକ ବଡ ଚାଲେଞ୍ଜ ନେଇଛନ୍ତି।
ଏକ ନ୍ୟୁଜ୍ ପୋର୍ଟାଲ୍ ମଧ୍ୟମରେ ସେ ସେନୁଙ୍କ ପାଇଁ କିଛି ବି କରିପାରନ୍ତି ବୋଲି କହିଛନ୍ତି। ବର୍ତ୍ତମାନ ସେ ସୋନୁ ସୁଦ୍ଙ୍କୁ ଭେଟିବାକୁ ବିହାରରୁ ମୁମ୍ୱାଇ ଯାତ୍ରା କରିବାର ପ୍ରସ୍ତୁତି କରୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ସେ ୧୭ ଶହ ୯୩ କିଲୋମିଟରର ଯାତ୍ରା ସାଇକେଲ୍ରେ କରିବେ।
बिहारी बाबू आप हमारे मेहमान रहेंगे।
साइकल से क्यों फ़्लाइट से बुलाते हैं आपको।
वापिस अपनी साइकल के साथ फ़्लाइट में जाएँगे। https://t.co/nEGI8V4YAd— sonu sood (@SonuSood) November 22, 2020
ଯୁବକଙ୍କ କହିବାନୁଯାୟୀ ସୋନୁ କରୋନା ସମୟରେ ବିହାରର ଲୋକଙ୍କୁ ବହୁତ ସାହଯ୍ୟ କରିଛନ୍ତି। ଏହା ସହ ତାଙ୍କ ପାଇଁ ଅନେକ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରି ପାରିଛନ୍ତି। ଏଥିପାଇଁ ସେ ନିଜେ ତାଙ୍କୁ ଭେଟିବାକୁ ମୁମ୍ୱାଇ ବାହାରିଛନ୍ତି।
ଏ ଖବର ପାଇବା ପରେ ସୋନୁ ବହୁତ ଖୁସି ହୋଇଯାଇଛନ୍ତି। ସେ ଏହି ଯୁବକଙ୍କୁ ସାଇକେଲ୍ରେ ନ ଆସିବାକୁ ଅନୁରୋଧ କରିଛନ୍ତି ଏବଂ ତାଙ୍କ ପାଇଁ ଫ୍ଲାଇଟ୍ର ବ୍ୟବସ୍ଥା କରିଦେବେ ବୋଲି କହିଛନ୍ତି।
ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ବିହାରୀ ବାବୁ ଆପଣ ଆମର ଅତିଥି। ସାଇକେଲ୍ରେ କାହିଁକି ଆମେ ଆପଣଙ୍କୁ ଫ୍ଲାଇଟ୍ରେ ଆଣିବାକୁ ଚାହୁଁଛୁ। ଏବେ ଆପଣ ସାଇକେଲ ସହ ଫ୍ଲାଇଟ୍ରେ ଯାତ୍ରା କରିବେ।
ଫ୍ୟାନ୍ ମାନଙ୍କ ପ୍ରତି ସୋନୁଙ୍କର ଏଭଳି ଭଲ ପାଇବା ଦେଖି ସମସ୍ତେ ତାଙ୍କୁ ରିଅଲ୍ ହିରୋ ବୋଲି କହିଛନ୍ତି।