ESA ଏବଂ NASAର ଐତିହାସିକ ମିଶନ; ଖୁବ୍‌ ଶୀଘ୍ର ଆସିବ ସୂର୍ଯ୍ୟର ଫଟୋ

ୱାଶିଂଟନ୍‌:ୟୁରୋପିଆନ ସ୍ପେଶ୍‌ ଏଜେନ୍ସି (ESA) ଏବଂ ଆମେରିକା ସ୍ପେଶ୍‌ ଏଜେନ୍ସି (NASA)ର ସୋଲାର ଅର୍ବିଟର ସ୍ପେଶକ୍ରାପ୍ଟ  ତାର ଐତିହାସିକ ଯାତ୍ରା ଆରମ୍ଭ କରିଛି । ସୋମବାର ଏହି ସୋଲାର ଅର୍ବିଟର ସ୍ପେଶକ୍ରାପ୍ଟ ଅନ୍ତରୀକ୍ଷରେ ପ୍ରବେଶ କରିଛି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ଅତି ନିକଟରୁ ସୂର୍ଯ୍ୟ ଓ ଏହାର ବିଭିନ୍ନ ପୋଲର ଫଟୋ ସଂଗ୍ରହ କରିବା ।

ନାସା ଏକ ବୟାନ ଜାରି କରି କହିଛି, ୧.୫ ଅରବ ଡଳାର ବ୍ୟୟରେ ହୋଇଥିବା ଏହି ସ୍ପେଶ୍‌କ୍ରାଫ୍ଟକୁ ଫ୍ଲୋରିଡ଼ାର କେପ୍‌ କେନଭରଲ ଏୟାର ଫୋର୍ସ ଷ୍ଟେଶନରୁ  ଲଞ୍ଚ କରାଯାଇଥିଲା। ସ୍ଥାନୀୟ ସମୟ ଅନୁସାରେ ସୋଲାର ଅର୍ବିଟର ରବିବାର ଲଞ୍ଚ କରାଯାଇଛି। ୭ ବର୍ଷରେ ଏହା ପ୍ରାୟ ୪ କୋଟ ୧୮ ଲକ୍ଷ କିଲୋମିଟର ଦୂର ଯାଇପାରିବ ବୋଲି ମହାକାଶ ଗବେଷକମାନେ ଅନୁମାନ ଲଗାଇଛନ୍ତି। ନାସା ପକ୍ଷରୁ ଏକ ବୟାନରେ କୁହାଯାଇଛି, ସୋମବାର ସକାଳେ ଜର୍ମାନୀ ସ୍ଥିତ ୟୁରୋପିଆନ ସ୍ପେଶ ଅପରେଶନ ସେଣ୍ଟରକୁ ସ୍ପେଶକ୍ରାଫ୍ଟର ସିଗ୍‌ନାଲ ମିଳିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ସେଥିରେ ଲାଗିଥିବ ସୋଲାର ପାନେଲ ସଫଳତାର ପୂର୍ବକ ସେଠାରେ ସ୍ଥାନିତ ହୋଇଛି। ଲଞ୍ଚ ହେବା ପରେ ପ୍ରଥମ ଦୁଇ ଦିନ ସୋଲାର ଅର୍ବିଟର ତା’ର ସମସ୍ତ ଉପକରଣ ଏବଂ ଆଣ୍ଟିନାକୁ ସ୍ଥାନିତ କରିବ ଯାହା ପୃଥିବୀକୁ ସୂଚନା ପଠାଇବ।

ସୂଚନା ଥାଉ କି, ESA ଏବଂ NASA ୧୯୯୦ରେ ୟୁଲିସେସ୍‌ ମିଶନ ଲଞ୍ଚ କରିଥିଲେ। ଏହି ମିଶନ ବୈଜ୍ଞାନିକମାନଙ୍କୁ ସୂର୍ଯ୍ୟଙ୍କ ଚାରି ପାଖର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ପ୍ରଥମ ଥର ପାଇଁ ମାପିବାରେ ସାହାଯ୍ୟ କରିଥିଲା। ତେବେ ୟୁଲିସାସ୍ ସହ କ୍ୟାମେରା ଯାଇ ନଥିଲା। କିନ୍ତୁ ସୋଲାର ଅର୍ବିଟରରେ ସୋଲାର ଲାଗିଥିଲା। ଏହାର ସୂର୍ଯ୍ୟର ପୋଲର ଫଟୋ ପ୍ରଥମ ଥର ପାଇଁ ପଠାଇଥିଲା। ତେବେ ଏଥର ମିଶନ ଆହୁରି ଗୁରୁତ୍ୱପୂର୍ଣ୍ଣ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହି ସ୍ପେଶକ୍ରାଫ୍ଟ ଦ୍ୱାରା ସୂର୍ଯ୍ୟଙ୍କ ଚୁମ୍ବକୀୟ କ୍ଷେତ୍ର ବିଷୟରେ ଅନେକ ତଥ୍ୟ ଜାଣିହେବ ବୋଲି ନାସା ମହାକାଶ ଗବେଷକମାନେ ସୂଚନା ଦେଇଛନ୍ତି।

You might also like