ସାମାଜିକ ଦୂରତା ରଖି ପାଳନ ହେଲା ହଳଦି ଲଗା ଉତ୍ସବ, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସରିଯାଇଛି। ଏବେ ଅନଲକ୍‌-୫ ଆରମ୍ଭ ହୋଇଯାଇଛି। ଦେଶରେ କରୋନା କଟକଣାକୁ ଟିକେ କୋହଳ କରି ବ୍ୟବସାୟ ଏବଂ ଅନ୍ୟାନ୍ୟ ବୃତ୍ତିଗତ କାମ ମଧ୍ୟ ଆରମ୍ଭ ହୋଇଯାଇଛି। ତଥାପି ଲୋକଙ୍କ ମନରୁ କରୋନା ପ୍ରତି ଥିବା ଭୟ ଦୂର ହୋଇପାରିନି। ଯାହାର ଉଦାହରଣ ଏକ ଭାଇରାଲ୍‌ ଭିଡ଼ିଓରୁ ଦେଖିବାକୁ ମିଳିଛି।

ନିକଟରେ ସୋଶାଲ୍‌ ମିଡିଆରେ ଏକ ଭିଡ଼ଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ଜଣେ ଯୁବତୀଙ୍କୁ ଦୂରରେ ଥାଇ ପେଣ୍ଟ ରୋଲର୍ ବ୍ରଶ୍ ସାହାଯ୍ୟରେ ପରିବାର ଲୋକେ ହଳଦି ଲଗାଉଥିବା ଦେଖିବାକୁ ମିଳିଛି। ଭିଡ଼ିଓଟିକୁ ଟ୍ୱିଟରରେ ହର୍ଜିନ୍ଦେର ସିଂହ କୁକ୍ରେଜା ନାମକ ଜଣେ ବ୍ୟକ୍ତି ଶେଆର କରିଛନ୍ତି।

ଭିଡ଼ିଓ ଶେଆର କରି ସେ ଲେଖିଛନ୍ତି, ସାମାଜିକ ଦୂରତା ରଖି ନିଆରା ଢଙ୍ଗରେ ହଳଦି ଲଗା ଉତ୍ସବ ପାଳନ କରାଯାଉଛି। ଏହି ହଳଦି ଲଗା ଉତ୍ସବ ବିବାହ ପୂର୍ବରୁ ବର ଏବଂ କନ୍ୟାକୁ ଲଗାଯାଇଥାଏ। ଏହି ଉତ୍ସବ ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ମିଳେ ବୋଲି ବିଶ୍ୱାସ ରହିଛି।


ତେବେ ଏହି ମଜାଦାର ଭିଡ଼ିଓ ଦେଖି ସୋଶାଲ୍‌ ମିଡିଆରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଏହି ଭିଡ଼ିଓ ବେଶ୍‌ ମଜାଦାର ଥିବା କହିଥିବା ବେଳେ। କିଛି ଲୋକ  ସେମାନେ ମଧ୍ୟ ତାଙ୍କ ପିରବାରରେ ହେବାକୁ ଥିବା ବିବାହରେ ଏହି ପଦ୍ଧତି ସାମିଲ୍‌ କରିବେ ବୋଲି କମେଣ୍ଟରେ ଲେଖିଛନ୍ତି।

 

 

ଆହୁରି ପଢ଼ନ୍ତୁ

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ରାସ୍ତା କଡର ମଣିଷଙ୍କୁ ଖିଅର କରୁଛନ୍ତି, ଗାଧୋଇ ଦେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

ଆଇସ୍‌କ୍ରିମ୍‌ କାଠିରେ ତିଆରି ହେଇଛି ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ପାନ ଦୋକାନୀଙ୍କ ପୁଅ ହେବେ ବୈଜ୍ଞାନିକ

ଉତ୍ତର କୋରିଆ ଜେଲ୍‌ରେ ଏମିତି ଦଣ୍ଡ ପାଆନ୍ତି କଏଦି

ଦିଆସିଲି କାଠିରେ ଯୁବକ ତିଆରି କଲେ କାଳିଆ ମୂର୍ତ୍ତି

You might also like