ଇଛାଶକ୍ତି ଆଗରେ ହାର୍ ମାନିଛି ଶାରୀରିକ ଅକ୍ଷମତା ; ସବୁଥିରେ ସକ୍ଷମ ଜଗନ୍ନାଥ

ଚାନ୍ଦବାଲି (ବାସୁଦେବ ଦାସ) :  ଦୃଢ଼ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ହାର୍‌ମାନେ ସବୁକିଛି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି। ନିଜ ଇଚ୍ଛା ବଳରେ ସବୁକିଛି ସମ୍ଭବ କରି ଦେଖାଇଛନ୍ତି ସେ । ତାଙ୍କୁ କାହାର ସାହାଯ୍ୟ କିମ୍ବା ସହାନୁଭୂତି ଦରକାର ନାହଁ। ଏପରି ଜଣେ ବ୍ୟକ୍ତି ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜନ୍ତୁଆଳି ଗାଁର ଦିବ୍ୟାଙ୍ଗ ଜଗନ୍ନାଥ ସାହୁ।

ଦାନ୍ତ ଘସୁଛନ୍ତି, ଗାଧୋଉଛନ୍ତି, ଖାଦ୍ୟ ବି ଖାଉଛନ୍ତି। କିନ୍ତୁ ହାତରେ ନୁହେଁ, ଗୋଡ଼ରେ। ଜଗନ୍ନାଥ ସାହୁଙ୍କ ପାଇଁ ଗୋଡ଼ ହିଁ ହାତର ବିକଳ୍ପ ପାଲଟିଛି। ଖାଲି ଦାନ୍ତ ଘସା, ଗାଧୁଆ ଭଳି ନିତ୍ୟକର୍ମ ନୁହେଁ, ଗୋଡ଼ରେ ଲେଖିବି ପାରନ୍ତି ସେ। ଏଥିପାଇଁ ନା ଲୋଡ଼ା ପଡ଼େ କାହାର ସାହାଯ୍ୟ, ନା ଅଟକେ ତାଙ୍କର ଦୈନନ୍ଦିନ କାମ ଓ ଲେଖାପଢ଼ା। ନିଜେ ଚାକିରୀ କରି ପରିବାର ପ୍ରତିପୋଷଣ କରିବା ସହ ନିଜ ୪ବର୍ଷର ପୁଅକୁ ମଧ୍ୟ ପଢ଼ାଉଛନ୍ତି।

ଜଗନ୍ନାଥ ଏବେ ଭଦ୍ରକ ଜିଲ୍ଲା ଶ୍ରମ ନିୟୋଜନ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଛନ୍ତି। ଗୋଡ଼ରେ କାର୍ଯ୍ୟକରିବା ପାଇଁ ତାଙ୍କର କିଛି ବି ଅସୁବିଧା ହୁଏନି ବୋଲି ସେ କୁହନ୍ତି।  ପ୍ରତିଦିନ ସେ ଘରୁ ବସ୍‌ରେ ଭଦ୍ରକ ଯା’ଆସ କରନ୍ତି। ତାଛଡା ଜଗନ୍ନାଥ କାହାରି ଦୁଃଖ ଦେଖି ପାରନ୍ତି ନାହିଁ। ଗାଁର କାହାରି ଦୁଃଖ ପଡିଲେ ତୁରନ୍ତ ତାଙ୍କ ପାଖକୁ ଧାଇଁ ଯାଆନ୍ତି,  ଆଉ ବଢ଼ାଇ ଦିଅନ୍ତି ସହାୟତାର ହାତ।

ଦିବ୍ୟାଙ୍ଗ ହୋଇ ବି ନିଜର ଇଚ୍ଛା ଶକ୍ତି ବଳରେ ଆତ୍ମ ନିର୍ଭରଶୀଳ ହେବା ସହ ସୂଚାରୁ ରୂପେ ପରିବାର ପ୍ରତିପୋଷଣ କରିପାରୁଥିବା ଜଗନ୍ନାଥ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ନିଶ୍ଚୟ।

ଦେଖନ୍ତୁ ଭିଡ଼ିଓ –

ଆହୁରି ପଢ଼ନ୍ତୁ

ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

ଭାରତର ଚନ୍ଦ୍ରମିଶନ ଏକ ଗବେଷଣାତ୍ମକ ବିଶ୍ଲେଷଣ

ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

୧୨ ବର୍ଷିୟ ଜଗନ୍ନାଥଙ୍କ ଅପୂର୍ବ ଦକ୍ଷତା ; ପାଟି ସାହାଯ୍ୟରେ ବଜାଉଛନ୍ତି ବାଜା

ଗପ ନୁହେଁ ସତ କାହାଣୀ ; ବିଧବା ବୋହୂର ବାହାଘର କଲେ ଶାଶୂ

ଗୋରା କ୍ରିମ୍‌ର କଳା କାହାଣୀ ; ପ୍ରସାଧନ ନାଁରେ ଔଷଧ ବିକ୍ରି

୮୦ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଇଥିଲେ ଏହି ଯୁବକ, ଧରାପଡିଗଲେ

କିଏ ଏହି ସବୁଜ ଆଖିର ଝିଅ, ଯାହାକୁ ଖୋଜି ପାଇବାକୁ ଲାଗିଲା ୧୭ ବର୍ଷ

ଛୋଟ ପିଲାଙ୍କ ହାତରେ କେଉଁ ନେଲ୍‌ ପଲିସ୍‌ ସୁରକ୍ଷିତ !

ମାଟିରୁ ମହାକାଶ; ଚାଷୀ ପୁଅ ଆଜି ଇସ୍ରୋ ଅଧ୍ୟକ୍ଷ

ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଛି ଚନ୍ଦ୍ରଯାନ-୨: ୧୦ଟି ରୋଚକ ତଥ୍ୟ ଜାଣନ୍ତୁ

ଏଣିକି ଚାରା ରୋପଣ ନୁହେଁ; ସିଡ୍‌ ବଲ୍‌ ଫିଙ୍ଗି ହେବ ବୃକ୍ଷରୋପଣ

You might also like