ଝିଅକୁ ଚେନ୍‌ରେ ବାନ୍ଧି ରଖୁଥିଲେ ବାପା; ପୁଷ୍ଟିହୀନତାର ଶିକାର ହୋଇ ଚାଲିଗଲା ଜୀବନ

ଦମିଶ୍କ : ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା, ଯାହାକୁ ଶୁଣିବା ମାତ୍ରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଏହି ଘଟଣାଟି ଘିଟିଛି ସିରିଆର ଏକ ଶରଣାର୍ଥୀ ଶିବିରରେ। ବାପାର ପିଲା ପ୍ରତି ଅବହେଳା ଓ ଅକଥନୀୟ ନିର୍ଯାତନା ଯୋଗୁଁ ଏକ ୬ ବର୍ଷ ଝିଅର ପ୍ରାଣ ଚାଲିଯାଇଛି। ଏହି ୬ ବର୍ଷ ଝିଅର ଫଟୋ କିଛି ମାସ ପୂର୍ବରୁ ଭାଇରାଲ ହୋଇଥିଲା। ଏହି ଝିଅର ନାମ ହେଉଛି ନହଲା ଅଲ ଓଥମାନ। ସେ ହେଉଛନ୍ତି ସିରିଆର। ସିରିଆରେ ଲାଗି ରହିଥିବା ଯୁଦ୍ଧ ହେତୁ ଏହି ଝିଅଟି ତାଙ୍କ ପିତାଙ୍କ ସହିତ ଶରଣାର୍ଥୀ ଶିବିରରେ ରହୁଥିଲା। କିନ୍ତୁ ଦୁଃଖର କଥା ଯେ ନହଲା ଆଉ ଏହି ଦୁନିଆରେ ନାହିଁ । ସେ ପୁଷ୍ଟିହୀନତାର ଶିକାର ହୋଇଥିଲେ। ଶିବିରର ରହୁଥିବା ଲୋକମାନଙ୍କ କହିବା କଥା ଯେ ନହଲାଙ୍କ ପିତା ଠିକରେ ତାଙ୍କ ଯତ୍ନ ନେଉ ନ ଥିଲେ। କୁହାଯାଉଛି ଯେ ଅନାହାର ହେତୁ ତାଙ୍କୁ ହେପାଟାଇଟିସ୍ ବି ଏବଂ ଅନ୍ୟାନ୍ୟ ରୋଗ ହୋଇ ଯାଇଥିଲା। ପରେ ଏହି  ଝିଅଟିର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।

 

ସିରିଆର ଶରଣାର୍ଥୀ ଶିବିରରେ ତାଙ୍କ ପିତା ତାଙ୍କୁ ଦିନରେ ଚେନରେ ବାନ୍ଧି ରଖୁଥିଲେ। ଯାହାଫଳରେ ସେ ଅନ୍ୟମାନଙ୍କ ସହିତ ଆରାମରେ ଖେଳି ପାରିବେ ନାହିଁ। କୁହାଯାଉଛି ଯେ ତାଙ୍କ ପିତା ତାଙ୍କୁ ବହୁତ ଯନ୍ତ୍ରଣା ମଧ୍ୟ ଦେଉଥିଲେ। ନହାଲାଙ୍କୁ ମାସରେ ଥରେ ଗାଧୋଇବାକୁ ଅନୁମତି ଦିଆଯାଇଥିଲା। ସେ ତାଙ୍କୁ ଉପଯୁକ୍ତ ଖାଦ୍ୟ ମଧ୍ୟ ଦେଉ ନ ଥିଲେ। ଏହା ବ୍ୟତୀତ ପିଲାଟିକୁ ମଧ୍ୟ ମା’ ଠାରୁ ଅଲଗା କରିଦିଆ ଯାଇଥିଲା। କିଛି ଲୋକ ଏହା ମଧ୍ୟ କହୁଛନ୍ତି ଯେ ଜଲ୍‌ଦି ଜଲ୍‌ଦି ଖାଇବା ସମୟରେ ତାଙ୍କ ଗଳା ଚୋକ୍‌ ହୋଇଯାଇଥିଲା। ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଛି।

Source : SBS

ଶିବିର ସୁପରଭାଇଜରଙ୍କ କହିବାନୁସାରେ, ସେ ବାରମ୍ବାର ଝିଅର ବାପାଙ୍କୁ ତାଙ୍କୁ ଶିକୁଳିରୁ ମୁକ୍ତ କରିବାକୁ କହୁଥିଲେ। ଏହା ସହିତ ତାଙ୍କୁ ଯନ୍ତା ଭିତରେ ନ ରଖିବାକୁ ମଧ୍ୟ ଅନୁରୋଧ କହିଥିଲେ। କିନ୍ତୁ ଝିଅର ବାପା ସର୍ବଦା ମନା କରୁଥିଲେ। ଚେନ୍‌ରେ ବନ୍ଧା ହୋଇଥିବା ନହଲାଙ୍କ ଫଟୋ ଭାଇରାଲ ହେବା ପରେ ସାଧାରଣରେ ଉତ୍ତେଜନା ଦେଖାଦେଇଥିଲା। ଏହି ଫଟୋ ଜରିଆରେ ଲୋକମାନେ ଦେଖିବାକୁ ପାଇଥିଲେ ଯେ ସିରିଆର ଉତ୍ତରରେ ଅବସ୍ଥିତ ଏହି କ୍ୟାମ୍ପରେ ରହୁଥିବା ଲକ୍ଷ ଲକ୍ଷ ଲୋକ କିପରି କଷ୍ଟକର ଜୀବନ ବିତାଉଥିଲେ। ଏହା ପରେ ତାଙ୍କ ପିତାଙ୍କୁ କିଛି ସମୟ ପାଇଁ ଗିରଫ କରାଯାଇଥିଲା। ନହଲା ତାଙ୍କ ପରିବାର ସହିତ ଉତ୍ତର-ପଶ୍ଚିମ ସିରିଆର ବିଦ୍ରୋହୀମାନଙ୍କ ଅଧୀନରେ ଥିବା ଫରଜଲ୍ଲାହ ଶିବିରରେ ରହୁଥିଲେ।

You might also like