ମାସ୍କ ପିନ୍ଧିବା ନେଇ କଣ କହୁଛି ସର୍ଭେ ରିପୋର୍ଟ

ଏପ୍ରିଲ ୯ ତାରିଖ ସକାଳ ପରଠାରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ

ଭୁବନେଶ୍ୱର: କରୋନା ଭାଇରସ୍ ଆରମ୍ଭରୁ ମାସ୍କ ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ ଆସୁସ୍ଥ ଲୋକମାନେ କିମ୍ବା କରୋନା ଲକ୍ଷଣ ଥିବା ଲୋକ ବା ତାଙ୍କ ଚିକିତ୍ସା ତାଙ୍କ ଦେଖାରେଖା କରୁଥିବା ଲୋକମାନେ ହିଁ ମାସ୍କ ପିନ୍ଧିବା ଦରକାର। କିନ୍ତୁ ବର୍ତ୍ତମାନ ମାସ୍କ ପିନ୍ଧିବାକୁ ନେଇ କଥା ଏବେ ବଦଳି ଯାଇଛି। ଆମେରିକାରେ ହୋଇଥିବା ଏକ ସର୍ଭେରେ ଜଣାପଡ଼ିଛି ଯେ କୋଭିଡ୍ ଭାଇରସ୍ ଛିଙ୍କିବା ଦ୍ୱାରା ୬ରୁ ୮ ମିଟର ଦୂର ପର୍ଯ୍ୟନ୍ତ ଯାଇପାରେ। ତେବେ ଏଭଳି ସ୍ଥିତିରେ ସମସ୍ତେ ମାସ୍କ ପିନ୍ଧିବାକୁ ନେଇ ଏକ ପ୍ରଶ୍ନ ଛିଡ଼ା ହୋଇଛି।

ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇ ନିର୍ଦ୍ଦେଶ ଅନୁସାରେ, କାଶୁଥିବା କିମ୍ବା ଛିଙ୍କୁଥିବା ବ୍ୟକ୍ତିଙ୍କ ଠାରୁ ୧ ମିଟିର ଦୂରତ୍ୱ ରଖିବା ଦରକାର। ସଂକ୍ରମିତ ବ୍ୟକ୍ତି କିମ୍ବା ତାଙ୍କ ଦେଖାରେଖା କରୁଥିବା ବ୍ୟକ୍ତି ମାସ୍କ ପିନ୍ଧିବେ। ମାସ୍କକୁ ଅଳ୍ପ ସମୟରେ ମଧ୍ୟରେ ବଦଲାଇ ପିନ୍ଧିବା ଦରକାର। ଏବଂ ବାରମ୍ବାର ହାତ ଧୋଇବା ଉପରେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗନ ଗୁରୁତ୍ୱ ଦେଉଛି। ଡ୍ରପ୍‌ଲେଟ୍‌ ଦ୍ୱାରା ବ୍ୟାପୁଥିବା ସର୍ଭେ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏପରି ନିର୍ଦ୍ଦେଶ ଦେଇଥିଲା।

ଏବେ ଆସିଥିବା ନୂଆ ସର୍ଭେ ଅନୁସାରେ ମାସ୍କ ପିନ୍ଧିବା ନେଇ କଟକଣା ବଦଳିଯାଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରାୟ ସମସ୍ତଙ୍କ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇପାରେ।

ତେବେ ଏହି ନୂଆ ଗବେଷଣା କରିଛନ୍ତି କ୍ୟାମ୍ବ୍ରିଜ ଏମ୍‌ଆଇଟ୍‌ ଗବେଷକମାନେ।  କାଶିବା ଓ ଛିଙ୍କିବା ଦ୍ୱାରା କୋଭିଡ୍‌ କେମିତି ବ୍ୟାପେ ତାହା ଜାଣିବା ପାଇଁ ଏମାନେ ଏକ ଗବେଷଣା କରିଥିଲେ। ଏଥିରେ ଜଣାପଡ଼ିଥିଲା ଯେ କାଶିବା ଦ୍ୱାରା ଗ୍ୟାସ୍‌ର ଏକ ଧୂଆ ସୃଷ୍ଟି ହୁଏ। ଯାହାର ଗତୀ ଖୁବ୍‌ ପ୍ରଖର ଥାଏ। ଏହି ଗ୍ୟାସ୍‌ରେ ବିଭିନ୍ନ ଆକାରର ଅନେକ ଛୋଟ ଛୋଟ ବୁନ୍ଦା ଥାଏ। ସବୁଠାରୁ ଛୋଟ ବୁନ୍ଦା ଅଧିକ ଦୂର ପର୍ଯ୍ୟନ୍ତ ଯାଇପାରେ। ଏମିତି ୬ରୁ ୮ ମିଟର ପର୍ଯ୍ୟନ୍ତ ଯାଇପାରେ।

ଏହି ସର୍ଭେର ନେତୃତ୍ୱ ନେଉଥିବା ପ୍ରଫେସର ଲିଡିଆ ବରୋଇବାଙ୍କ କହିବା ଅନୁସାରେ, ଆମେ କାଶିବା ଓ ଛିଙ୍କିବା ଦ୍ୱାରା ଭୂତାଣୁ ପୂରା ରୁମ୍‌ରେ ବ୍ୟାପିପାରେ। ତେବେ ୨ ମିଟର ଦୂରରେ ଛିଡ଼ା ହୋଇ ଭାବିବା ଯେ ଭୂତାଣୁ ତଳେ ପଡ଼ି ଆପେ ଆପେ ମରିଯିବ ସେ ନେଇ ମଧ୍ୟ କୌଣସି ସୂଚନା ନାହିଁ। ତେବେ ମାସ୍କ ପିନ୍ଧିବା ଦ୍ୱାରା ଭାଇରସ୍‌ର ଗତିକୁ କିଛି ମାତ୍ରାରେ ରୋକାଯାଇ ପାରିବ ବୋଲି ଲିଡିଆ କହିଛନ୍ତି।

ଏହି ରିସର୍ଚ୍ଚ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତର୍ଜମା କରୁଛି। ଯଦି ଏହା ସତ ହୁଏ ତେବେ ମାସ୍କ ପିନ୍ଧିବା ଦିଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ବଦଳିଯାଇପାରେ।

ତେବେ ଆଣ ରାଜ୍ୟରେ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୁଳକ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍‌ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୯ ତାରିଖ ସକାଳ ପରଠାରୁ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ ବୋଲି କୋଭିଡ୍-୧୯ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ଘରୁ ବାହାରକୁ ବାହାରୁଥିବା ଲୋକମାନେ ମାସ୍କ ପିନ୍ଧି ଘରୁ ବାହାରିବେ ବୋଲି କହିଛନ୍ତି ବାଗ୍‌ଚୀ।

 

 

You might also like