ଚା’ ଦିବସର ଚିନ୍ତନ-‘ଲଭ ଟୁ ସର୍ଭ’

ବିଛଣାରେ ଅଳସ ଭାଙ୍ଗୁଭାଙ୍ଗୁ ମୋବାଇଲ ଅନ୍‌ କଲେ ମିସେସ ମିଶ୍ର। ସକାଳୁ ସକାଳୁ International Tea Day ପାଇଁ ଅନେକ ବାର୍ତ୍ତା । ଓହୋ ! କେତେ ଡେରି ହୋଇଗଲା ସତେ ! ସମସ୍ତେ message post କରିସାରିଲେଣି। ବ୍ୟସ୍ତ ହୋଇପଡ଼ିଲେ ମିସେସ୍‌ ମିଶ୍ର।

ଚା’କପ୍‌ର Photo ଟିଏ post କରି ତା’ ଉପରେ ଲେଖିଦେଲେ ‘Love to serve Tea.‘ ମୁହଁ ଧୋଇ ଆସିଲାବେଳକୁ ଅନେକ କମେଣ୍ଟ। ସତେ ଯେମିତି ଫେସ୍‌ବୁକ୍‌ ବନ୍ଧୁମାନେ ଚାହିଁ ବସିଥିଲେ ମିସେସ୍‌ ମିଶ୍ରଙ୍କ postକୁ। କମେଣ୍ଟ ପଢୁ ପଢୁ ତଳକୁ ଓହ୍ଲାଇ ଆସୁଥିଲେ ମିସେସ ମିଶ୍ର।

drawning ରୁମ ବସିଥିଲେ ଶାଶୂ। ଶାଶୂଙ୍କୁ ଦେଖି ତାଙ୍କ ଫରମାଇସ୍‌ ବୁଝିନେଲେ ମିସେସ ମିଶ୍ର। ତେଣୁ ନଜର ଅନ୍ଦାଜ କରି ଯାଉ ଯାଉ ଶାଶୂ କହିଲେ,  ‘ମା’ ରେ, ଚା ଟିକେ ଦେବୁ ?‘

ମିସେସ୍‌ ମହାନ୍ତି ଚା’ ପିଆଇବାକୁ କହିଛନ୍ତି। ତାଙ୍କ କମେଣ୍ଟର ରିପ୍ଲାଏ ଦେଉଥିଲେ ମିସେସ୍‌ ମିଶ୍ର-“yes, you r most welcome.’

ତା ଭିତରେ ଶାଶୂଙ୍କ କଥା ଶୁଣି ଏକ ପ୍ରକାର ଚିତ୍କାର କରିବା ଭଙ୍ଗୀରେ କହିଲେ ‘ଦିନେ ଚା ନ ପିଲେ କଣ ହେବନି .. ରୁହନ୍ତୁ ମୁ ବ୍ୟସ୍ତ ଅଛି।‘

90 ବର୍ଷ ବୟସ୍କ ଶାଶୂ ଅସହାୟ ଦୃଷ୍ଟିରେ ବୋହୂକୁ ଚାହିଁ  ନିଜର ଭୁଲକୁ ମନ ମନେ ଖୋଜି ହେଉଥିଲେ।

ଆଉ ମିସେସ ମିଶ୍ର ଟିକେ ପୂର୍ବରୁ ସୋଶାଲ ମେଡିଆରେ statusରେ ଆସୁଥିବା କମେଣ୍ଟର ଉତ୍ତର ରଖୁଥିଲେ- ‘its my pleasure.’

ଲେଖିକା-ସୌମ୍ୟା ମହାପାତ୍ର

ଆହୁରି ପଢ଼ନ୍ତୁ

ନଦୀରୁ ବାହାରିଲା ପୁଳାପୁଳା ସୁନା!

ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

You might also like