ଲେଖିଲା ବେଳେ ବଡ଼ ଭୁଲ୍ କରିଦେଲେ ଥରୁର; ଭୟଙ୍କର ଭାବେ ଜବାବ ଦେଲେ ଲୋକେ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ବର୍ତ୍ତମାନ ଥିରୁଭନନ୍ତପୁରମର ସାଂସଦ ଶଶି ଥରୁରୁ ସାରା ଦେଶରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ଜାତୀୟ ଗଣମାଧ୍ୟମରେ ଡିବେଟ୍ ହେଉଁ କିମ୍ବା କୌଣସି ସେମିନାର୍‌, ସେ ସୁବୁଠି ନିଜ ଦଳର ଅଭିମୁଖ୍ୟକୁ ଖୁବ୍‌ ଦୃଢ଼ ଓ ସୁନ୍ଦର ଭାବରେ ଉପସ୍ଥାପନା କରନ୍ତି। ସେ କେବଳ ଜଣେ ନେତା ନୁହନ୍ତି, ଜଣେ ଭଲ ଲେଖକ ଓ ସମାଲୋଚକ ମଧ୍ୟ। ସୋଶାଲ୍‌ ମିଡିଆରେ ଷ୍ଟାର୍‌ ନେତା କୁହାଯାଉଥିବା ଶଶି ଥରୁର ଯେତେବେଳେ ପୋଷ୍ଟ କରନ୍ତି ତାଙ୍କ ପୋଷ୍ଟକୁ ଲୋକେ ଖୁବ୍‌ ପ୍ରଶଂସା କରନ୍ତି। କିନ୍ତୁ ଏଥର ତାଙ୍କ ପୋଷ୍ଟ ପାଇଁ ଭୟଙ୍କର ଭାବେ ଟ୍ରୋଲ୍‌ର ଶିକାର ହେଇଛନ୍ତି ଶଶି।

ଗତକାଲି ଥରୁର ଟ୍ୱିଟ୍‌ କଲାବେଳେ ଏକ ବଡ଼ ଭୁଲ୍‌ କରିଦେଇଛନ୍ତି। ସେ ଟ୍ୱିଟ୍‌ରେ ଇନ୍ଦିରା ଗାନ୍ଧିକୁ ଇଣ୍ଡିଆ ଗାନ୍ଧି ବୋଲି ଲେଖିଦେଇଛନ୍ତି। କେବଳ ସେତିକି ନୁହେଁ ସେ ତାଙ୍କ ଫଲୋର୍ସଙ୍କୁ ଟ୍ୱିଟ୍‌ରେ ଭୁଲ୍ ତଥ୍ୟ ମଧ୍ୟ ଦେଇଛନ୍ତି। ଫଳରେ ଟ୍ୱିଟାଳୀ (ଟ୍ୱିଟର୍‌ ୟୁଜର୍ସ)ମାନେ ତାଙ୍କୁ ମନଇଚ୍ଛା ଟ୍ରୋଲ୍‌ କରିଛନ୍ତି।

ଟ୍ୱିଟ୍‌ରେ ଥରୁର ଏକ ପୁରୁଣା ଫଟୋ ଫୋଷ୍ଟ କରିଛନ୍ତି, ଯେଉଁଥିରେ ନେହରୁ ଓ ଇନ୍ଦିରା ଗାନ୍ଧି ବିଦେଶରେ ଏକ ପବ୍ଲିକ୍‌ ରାଲିକୁ ସମ୍ବୋଧନ କରୁଥିବାର ଦୃଶ୍ୟ ରହିଛି। ଏହି ଫଟୋରେ କ୍ୟାପ୍‌ସନ୍‌ ଦେଇ ଥରୁର ଲେଖିଛନ୍ତି, “ଏହି ଫଟୋଟି ୧୯୫୪ ମସିହାରେ ନେହରୁ ଓ ଇଣ୍ଡିଆ ଗାନ୍ଧି ଆମେରିକାର ଏକ ରାଲିକୁ ସମ୍ବୋଧନ କରୁଥିବା ବେଳର। ଏଥିରେ ବିନା ସ୍ପେଶାଲ୍‌ ପି.ଆର୍‌ କ୍ୟାମ୍ପେନ୍‌, ଏନ୍‌ଆର୍‌ଆଇ କ୍ରାଉଡ୍‌ ମ୍ୟାନେଜ୍‌ମେଣ୍ଟ୍‌ ଓ ମିଡିଆ ପବ୍ଲିସିଟିରେ କେତେ ଲୋକ ନିଜ ଆଗ୍ରହରେ ଆସିଛନ୍ତି ଦେଖନ୍ତୁ ବୋଲି ଟ୍ୱିଟ୍‌ କରିଛନ୍ତି ଥରୁର।

ଏହି ଭୁଲ୍‌କୁ ତୁରନ୍ତ ଧରିଥିଲେ ଆର୍‌ ଜଗନ୍ନାଥନ୍‌ ବୋଲି ଜଣେ ସାମ୍ବାଦିକ। ସେ ଏହାର ଉତ୍ତର ଦେଇ ଲେଖିଥିଲେ ଏହି ଦୃଶ୍ୟ ହେଉଛି ୧୯୫୬ ମସିହା ମୋସ୍କର ସହରର। ଆଉ ଏହା ଏକ ସୁ ବ୍ୟବସ୍ଥିତ ରାଲିର ଫଟୋ।

କିନ୍ତୁ ଜଗନ୍ନାନଙ୍କର ଏହି ଉତ୍ତର ମଧ୍ୟ ଭୁଲ୍ ଥିଲା। ପ୍ରକୃତରେ ଏହି ଫଟୋଟି ହେଲା ରୁଷିଆର ମାଗ୍ନିଟୋଗୋର୍ସର। ସେତେବେଳେ ନେହରୁ ଓ ଇନ୍ଦିରା ଶୋଭିଏତ ୟୁନିୟନ ଭ୍ରମଣରେ ଥିଲେ। ଆଉ ଏହା ହେଉଛି ୧୯୫୫ ମସିହାର କଥା।

ଏହାର ପରେ ସଙ୍ଗେ ସଙ୍ଗେ ଆଉ ଜଣେ ଟ୍ୱିଟାଳୀ ଥରୁରଙ୍କ ଭୁଲ୍‌ ଧରି ଇଣ୍ଡିଆ ଗାନ୍ଧି କିଏ ବୋଲି ପ୍ରଶ୍ନ କରିଥିଲେ। ତା ପରେ ଜଣକ ପରେ ଜଣେ ଶଶି ଥୁରୁର୍‌ଙ୍କ ଭୁଲ୍‌ ଟ୍ୱିଟ୍‌ ପାଇଁ ତାଙ୍କୁ ଟ୍ରୋଲ୍‌ କରିବାକୁ ଲାଗିଲେ। ଆପଣ ନିଜେ ଦେଖନ୍ତୁ ଏଇ ଟ୍ରୋଲ୍ ସବୁକୁ


ଏପରି ଅନେକ ଟ୍ୱିଟାଳୀଥରୁରଙ୍କୁ ତାଙ୍କ ଭୁଲ୍‌ ପାଇଁ ଟ୍ରୋଲ୍‌ କରିଛନ୍ତି।

ରବିବାର ମୋଦି ଆମେରିକାର ହ୍ୟୁଷ୍ଟନ୍ ସହରରେ ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଟାର୍ଗେଟ୍ କରି ଥରୁର ଏହି ଟ୍ୱିଟ୍‌ କରିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like