ଇଚ୍ଛାଶକ୍ତି ପାଖରେ ଏମିତି ହାର ମାନିପାରେ ବୟସ ! ଦେଖନ୍ତୁ ଭିଡିଓ

ପୁଣେ: ଆଗ୍ରହ, ଆନ୍ତରିକ ଉଦ୍ୟମ ଆଉ ନିଷ୍ଠା ପାଖରେ ସବୁ ପ୍ରତିବନ୍ଧକ ହାର ମାନିଥାଏ। କରୋନା ଲକଡାଉନ ସମୟରେ ଅନେକ ଲୋକ ସେମାନଙ୍କର ଜୀବନ ଜୀବିକା ହରାଇଛନ୍ତି। ଦୁଇ ଓଳା ଦୁଇ ମୁଠା ଖାଦ୍ୟ ପେଟକୁ ଯୋଗାଡ କରିବା କଷ୍ଟ ହୋଇ ପଡ଼ିଛି। ଲାଗୁଛି, କରୋନା ଯେମିତି ଆମ ଜୀବନର ସବୁ ହସ, ଖୁସି, ସୁଖଶାନ୍ତି ଛଡ଼ାଇ ନେଇଛି। ହେଲେ ଦେଖନ୍ତୁ ଏଇ ୮୫ ବର୍ଷ ବୟସ୍କ ମହିଳାଙ୍କୁ। କାମ କରୁଛନ୍ତି, ପେଟକୁ ଦାନା ଯୋଗାଡ କରିପାରୁଛନ୍ତି। ତା ସହିତ କେମିତି ନିଜର ଖେଳ କୌଶଳ ଦେଖାଇ ଲୋକଙ୍କ ମନକୁ କିଣି ନେଉଛନ୍ତି ଯାହା ଯୁବବର୍ଗ ବି କରିପାରୁ ନାହାନ୍ତି। ଏମିତି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ଜଣେ ୮୫ ବର୍ଷ ବୟସ୍କ ବୃଦ୍ଧା ଯାହାଙ୍କ ନାଁ ସାନ୍ତାବାଈ ପବାର ଏକ ଅପୂର୍ବ ଖେଳ କୌଶଳ ଦେଖାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ତାଙ୍କର ଏନର୍ଜି ଦେଖିଲେ ତାଙ୍କ ବୟସ ଆପଣ ଆକଳନ କରିପାରିବେନି । ଭିଡିଓଟି ଏଏନଆଇ (ANI) ତାର ଟ୍ୱିଟର ହାଣ୍ଡେଲରେ ଶେୟାର କରିଛି। ଭିଡିଓରେ ମହିଳା ଜଣକ ଏକ ପିଙ୍କ୍‌ କଲର ଶାଢୀ ପିନ୍ଧିଛନ୍ତି । ଭିଡିଓଟି ପୁଣେର। ପୁଣେର ଏକ ରାସ୍ତା ଉପରେ ଛିଡ଼ା ହୋଇ ଏକ ବାଡିରେ ତାଙ୍କର ଖେଳ କୌଶଳ ଦେଖାଉଛନ୍ତି। ତାଙ୍କର ଏପରି ଏନର୍ଜି , କୌଶଳ ଦେଖି ସେଠାରେ ଛିଡ଼ା ହୋଇଥିବା ଲୋକ ବି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ-‘ ବୟସର ଥକା ପଣ କେମିତି ତାଙ୍କ ଚେହେରାରେ ନାହିଁ ? କେଉଁଠୁ ପାଉଛନ୍ତି ଏତେ ଏନର୍ଜି ?’

ANI ଏହି ଭିଡିଓକୁ ଶେୟାର କରି ଲେଖିଛି, ଦେଖନ୍ତୁ, କିପରି ଏହି ୮୫ ବର୍ଷ ବୟସ୍କ ମହିଳା ତାଙ୍କ ଜୀବନ ଜୀବିକା ପାଇଁ ସଡ଼କ ଉପରେ ଲାଠି-କାଠିର ଅପୂର୍ବ ପ୍ରଦର୍ଶନ କରୁଛନ୍ତି ।’ ମହିଳାଙ୍କୁ ଏ ବିଷୟରେ ପଚରା ଯିବାରୁ ସେ କହୁଛନ୍ତି, ମୋ ବାପା ଆମକୁ ବଡ କରିବା ପାଇଁ ବହୁତ୍‌ ପରିଶ୍ରମ କରୁଥିଲେ। ବାପା ମୋତେ କଷ୍ଟ କରିବା ଶିଖାଇଛନ୍ତି। ମୁଁ ଆଠ ବର୍ଷ ବୟସରୁ ପରିଶ୍ରମ କରି ଆସୁଛି। କରୋନା ଲକ୍‌ ଡାଉନ ପାଇଁ ପ୍ରାୟ ସମସ୍ତେ ନିଜ ନିଜ ଘରେ ରହୁଛନ୍ତି। ଆଜିକାଲି ଅନ୍ୟ ଘରେ ବାସନ ମାଜି କିଛି ରୋଜଗାର କରୁଛି।’

ଏହି ଭିଡିଓକୁ ୟୁଜର୍ସମାନେ ଖୁବ୍‌ ପସନ୍ଦ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୭୨ ହଜାରରୁ ଅଧିକ ଥର ଦେଖାଗଲାଣି। ୧ ହଜାରରୁ ଅଧିକ ରିଟ୍ୱିଟ ଏବଂ ୯ ହଜାରରୁ ଅଧିକ ଲାଇକ୍ସ ଆସିଲାଣି। ସେତିକି ନୁହେଁ, ଭିଡିଓକୁ ନେଇ ଅନେକ ମଜାଦାର କମେଣ୍ଟ ମଧ୍ୟ ମିଳୁଛି।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like