ବାହାଘର ପାଇଁ ପାତ୍ର ଖୋଜୁଛନ୍ତି କି ? ଏମିତି ବାଛନ୍ତୁ ଜୀବନସାଥୀ

ବିବାହ କଥା ଉଠିଲେ ସେ ପୁଅ ହେଉ ବା ଝିଅ ସମସ୍ତେ ଏକ ଭଲ ପାତ୍ର ଖୋଜନ୍ତି। ଯିଏ ମନ ବୁଝୁଥିବ, ସୁଖ-ଦୁଖରେ ସାଥୀ ହେଉଥିବ, ଭାବନା ସହିତ ଜଡ଼ିତ ରହୁଥିବ ଇତ୍ୟାଦି । କିନ୍ତୁ ଅଧିକାଂଶ ନିଜର ଜୀବନସାଥୀ ବାଛିବାରେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଯଦି ଆପଣମାନେ ବି ଏହିଭଳି କିଛି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କୁ କେଉଁଭଳି ଜୀବନସାଥୀ ଦରକାର,  ଆପଣଙ୍କ ରାଶି ଅନୁସାରେ କିପରି ଜୀବନସାଥୀ ବାଛିବେ ଏସବୁ ବିଷୟରେ ଜାଣିବା ପାଇଁ ନିମ୍ନଲିଖିତ କିଛି ତଥ୍ୟ ଉପରେ ନଜର ପକାନ୍ତୁ।

  • ମେଷ: ମେଷ ରାଶିର ପିଲାମାନେ ବେଶ ଜିଦିଖୋର। ଏହା ମଧ୍ୟ ସେମାନଙ୍କ ବୈବାହିକ ଜୀବନରେ ଦେଖାଯାଇଥାଏ। ଯଦି ସେମାନେ ଥରୁଟିଏ କାହାକୁ ଭଲ ପାଇବସନ୍ତି ତେବେ ଜୀବନ ସାରା ହିଁ ଭଲ ପାଆନ୍ତି। ସେମାନେ କିନ୍ତୁ କାହାପ୍ରତି ସେଭଳି ଭାବପ୍ରବଣ ହୁଅନ୍ତି ନାହିଁ।
  • ବୃଷ: ଏମାନେ ସୁନ୍ଦର ଏବଂ ସୁସଜ୍ଜିତ ଘରେ ରହିବାକୁ ପସନ୍ଦ କରିବା ସହ ଏକ ସୁସ୍ଥ ବାତାବରଣରେ ରହିବାକୁ ଇଛା କରନ୍ତି। ଏମାନଙ୍କ ଭିତରେ ଶାରୀରିକ ସମ୍ପର୍କ ଅତି ଉତ୍ତମ ରହିଥାଏ।
  • ମିଥୁନ: ଏମାନେ ସହଜରେ ପ୍ରଭାବିତ ହୋଇଯାଆନ୍ତି। ଗପୁଡା ସ୍ୱଭାବର ହେବା ସହ ଉଚ୍ଚାଭିଳାଷୀ ଓ ସାମାଜିକ ଧର୍ମୀ ହୋଇଥାନ୍ତି।ୟ
  • କର୍କଟ: କର୍କଟ ରାଶିର ପିଲାମାନେ ବହୁତ ଭାବନାତ୍ମକ ହୋଇଥାନ୍ତି। ସେମାନେ ନିଜ ଜୀବନସାଥୀଙ୍କୁ ବହୁତ ଭଲପାଆନ୍ତି। ସେମାନେ ସବୁବେଳେ ନିଜ ପତ୍ନୀଙ୍କୁ ସୁଖୀଭାବେ ଦେଖିବାକୁ ଚାହାନ୍ତି।
  • ସିଂହ: ସିଂହ ରାଶିର ପିଲା ସର୍ବଦା ନିଜ ଜୀବନସାଥୀର ରକ୍ଷାକବଚ ସାଜିଥାନ୍ତି। ଏମାନେ ଥରେ ଭଲପାଇବା ଆରମ୍ଭ କଲା ମାନେ ସାରା ଜୀବନ ଭଲ ପାଆନ୍ତି।
  • କନ୍ୟା: ଏମାନେ ନିଜ ଜୀବନସାଥୀର ବହୁତ ଯତ୍ନ ନେଇଥାନ୍ତି। ଏହି ରାଶିର ପିଲା ଯାହାକୁ ଭଲ ପାଆନ୍ତି ତାଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି।
  • ତୁଳା: ଏହି ରାଶିର ପିଲା ପ୍ରେମ ଗ୍ରହ ଦ୍ୱାରା ପରିଚାଳିତ। ଏମାନେ ସୌନ୍ଦର୍ଯ୍ୟ, ଶାନ୍ତ ଆଦିକୁ ପ୍ରଶଂସା କରନ୍ତି।
  • ବିଛା: ବିଛା ରାଶିର ପିଲା ବହୁତ ନିଷ୍ଠାବାନ ହେବା ସହ ସାଙ୍ଘାତିକଭାବେ ପ୍ରେମ କରିଥାନ୍ତି, କିନ୍ତୁ ସେମାନେ ତାଙ୍କ ପ୍ରେମକୁ ବାହାରେ ଦେଖେଇ ହୁଅନ୍ତି ନାହିଁ।
  • ଧନୁ: ଏମାନେ ଦୁଃସାହସୀ ଜୀବନସାଥୀ ହୋଇଥାଆନ୍ତି। ଏମାନେ ଥରେ ଠିକ୍ ଜୀବନସାଥୀ ବାଛିନେଲେ, ଆଉ ଫେରିଚାହାନ୍ତି ନାହିଁ।
  • ମକର: ଏହି ରାଶିର ପିଲା ନିଜ ଜୀବନସାଥୀ ପ୍ରତି ବହୁତ ଦାୟିତ୍ଵବାନ ହୋଇଯାଆନ୍ତି। ଏମାନେ ସବୁବେଳେ ନିଜ କେରିଅର୍ ପ୍ରତି ଯତ୍ନବାନ ହେବା ସହ ଭବିଷ୍ୟତ ଚିନ୍ତା ଓ ବାସ୍ତବବାଦୀ ହୋଇଥାନ୍ତି।
  • କୁମ୍ଭ: କୁମ୍ଭ ରାଶିର ପିଲାମାନେ ସାଧାରଣତଃ କାହା ଉପରେ ନିର୍ଭରଶୀଳ ନୁହନ୍ତି। ସେମାନଙ୍କର ନିଜ ଉପରେ ଅଦମ୍ୟ ବିଶ୍ୱାସ ରହିଥାଏ। ଏହି ରାଶିର ପିଲାମାନେ ସମ୍ପର୍କକୁ ସନ୍ତୁଳନ କରିବାରେ ବେଶ ପାରଙ୍ଗମ।
  • ମୀନ: ଏହି ରାଶିର ପିଲା ଅଧିକ କାମୁକ ହୋଇଥାନ୍ତି। ଏମାନେ ଭାବପ୍ରବଣ ହେବା ସହ ନିଷ୍ଠାବାନ ହୋଇଥାନ୍ତି। ଏମାନେ ରୋମାଣ୍ଟିକ୍ ଲାଇଫ୍ କୁ ବେଶ ପସନ୍ଦ କରନ୍ତି।
You might also like