ଗିଜା ପିରାମିଡ୍‌କୁ ନେଇ କାହିଁକି ଲାଗିରହିଛି ଚର୍ଚ୍ଚା?

ଚର୍ଚ୍ଚାରେ ପିରାମିଡ୍

ନୂଆଦିଲ୍ଲୀ: ଏମିତି ଏକ ସହର ଅଛି ଯିଏ କି ନିଜ ଭିତରେ ଅନେକ ରହସ୍ୟକୁ ଲୁଚାଇ ରଖିଛି। କେତେ ବେଳେ ଗିଜାର ସ୍ପିନଙ୍କ ରହସ୍ୟ ତ ଆଉ କେତେବେଳେ ପୁରା ସହର ହିଁ ଲାଗେ ରହସ୍ୟର ଗନ୍ତାଘର। ସେହିଭଳି ଏକ ଗଭୀର ରହସ୍ୟ ହେଲା ଗିଜା ପିରାମିଡ୍। ଯାହାକୁ ଦ ଗ୍ରେଟ୍ ପିରାମିଡ୍ ବୋଲି ବି କୁହାଯାଇଥାଏ। କିନ୍ତୁ ସମଗ୍ର ବିଶ୍ୱରେ ଶହ ଶହ ସଂଖ୍ୟାରେ ପିରାମିଡ ରହିଛି ଅନେକ କିଛି ତଥ୍ୟ ଲୋକଲୋଚନକୁ ଆସିଛି ସତ। ଏଭଳି ଆହୁରି ଅନେକ ରହସ୍ୟ ରହିଛି ଯାହା ନା ଲୋକଲୋଚନକୁ ଆସିପାରିଛି ନା ଗବେଷକମାନେ ସେଭଳି କିଛି ରହସ୍ୟର ସମାଧାନ କରିପାରିଛନ୍ତି? ଏହି ପିରାମିଡ ଗୁଡିକୁ ନେଇ ଅନେକ ପ୍ରଶ୍ନ ବି ମନକୁ ଆସେ। ତେବେ ଜାଣନ୍ତୁ ସେମିତି କିଛି ରହସ୍ୟମୟ ଘଟଣା ଉପରେ…

ପିରାମିଡର ନାଁ ଶୁଣିବା ମାତ୍ରେ ଆମ ଆଖି ସାମ୍ନାରେ ଗିଜାର ଗ୍ରେଟ୍ ପିରାମିଡର ଚିତ୍ର ଆସିଯାଏ। କିନ୍ତୁ ପିରାମିଡ୍ ସଂଖ୍ୟା ସମଗ୍ର ବିଶ୍ୱରେ ଶହ ଶହ ସଂଖ୍ୟାରେ ରହିଛି। ତେବେ ଏହି ପିରାମିଡକୁ ନେଇ ରହସ୍ୟ ସେତେବେଳେ ଆରମ୍ଭ ହେଲା ଯେତେବେଳେ ଗୋଟେ ପରେ ଗୋଟେ ପିରାମିଡ୍ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଲା। ଗୀଜା ଠାରୁ ଆହୁରି ଅନେକ ପିରାମିଡ୍ ସୁଦାନରେ ଦେଖିବାକୁ ମିଳେ। ଯାହାର ସଂଖ୍ୟା ରହିଛି ୨୫୦ରୁ ଅଧିକ।

ଅନେକ ଲୋକ ଜାଣିଛନ୍ତି ଯେ, ପିରାମିଡର ୪ଟି ପାର୍ଶ୍ୱ ରହିଛି। ହେଲେ ଗିଜାର ଗ୍ରେଟ୍ ପିରାମିଡର ରହିଛି ୮ଟି ପାର୍ଶ୍ୱ। ୧୯୪୦ରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ଏହି ୪ଟି ସାଇଟ୍ ସେତେବେଳେ ଦେଖିବାକୁ ମିଳେ ଯେତେବେଳେ ବସନ୍ତ ଋତୁ ଓ ଶରତ ଋତୁର ସୂର୍ଯ୍ୟ ଅସ୍ତ ହୁଏ। ଅର୍ଥାତ୍ ସେ ସମୟରେ ସଭ୍ୟତା ଅର୍ଥାତ୍ ମିଶ୍ର ବାସୀ ସେ ସମୟରେ ସୂର୍ଯ୍ୟଚକ୍ର ଓ ଆଧୁନିକ ଗଣିତ ବି ଜାଣିଥିଲେ। ହେଲେ ପ୍ରଶ୍ନ ସେମାନଙ୍କୁ ଏହି ଗଣିତ ଶିଖାଇଲା କିଏ? ପିରାମିଡ୍ ନିର୍ମାଣ ସମୟରେ ଯୋଗାଯୋଗ ବା ସଂଚାରର କୌଣସି ମାଧ୍ୟମ ନଥିଲା। ଏପରିକି ଗୋଟେ ଦେଶରୁ ଆଉ ଏକ ଦେଶକୁ ଯିବା ବି କଷ୍ଟକର ବ୍ୟାପାର ଥିଲା। ତଥାପି ସମଗ୍ର ବିଶ୍ୱରେ ପିରାମିଡକୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ କଥା ସାମ୍ନାକୁ ଆସେ।

ସବୁଆଡେ ପିରାମିଡର ଗଠନ ପ୍ରଣାଳୀ, ଆକୃତି ଏ ସବୁରେ ସମାନତା ଦେଖିବାକୁ ମିଳେ। ଇଟାଲୀ, ଗିଜା, ଚାଇନା, ସାଉଥ୍ ଆମେରିକା, ଇଣ୍ଡୋନେସିଆର ପିରାମିଡ୍ ସବୁଠି ସମାନ ଆକୃତିର ପିରାମିଡ୍ ଦେଖିବାକୁ ମିଳେ। ଏହା ବି କୌଣସି ରହସ୍ୟଠାରୁ କମ୍ ନୁହେଁ। ଅନେକ ଲୋକ ଏହାକୁ ଗ୍ଲୋବାଲ୍ କଲେଭ୍ନେସ୍ ବା ସାମୁହିକ ଚେତନା କହିଥାଆନ୍ତି। ଆଉ ଏକ ରହସ୍ୟ ହେଲା ପିରାମିଡ୍ ଏକ ସମାଧିସ୍ଥଳ । ଶୁଣାକଥା ରହିଛି ଯେ, ଲୁଟେରା ତଥା ଆର୍କିଓଲଜିଷ୍ଟ ମାନେ ଏହାକୁ ଲୁଟି ନେଇଛନ୍ତି। କିନ୍ତୁ କବର ଲୁଟିବା କେତେ ଦୂର ଯୁକ୍ତିଯୁକ୍ତ  ହୋଇପାରେ ତାହା ଚିନ୍ତାର ଜାଣିବା କଥା।

ତେଣୁ ପିରାମିଡ୍ ସମାଧି କି ନାହିଁ ତାହା ବି ରହସ୍ୟ ଘେରରେ ଏବେ ବି ରହିଛି। ପିରାମିଡ୍ ଭିତରେ କାନ୍ଥ ଗୁଡିକ ଗ୍ରାନାଇଡ୍ ବ୍ଲକରେ ନିର୍ମିତ ଯାହାର ସଂଖ୍ୟା ୧୩୦ ପାଖାପାଖି। ଯାହା ଗିଜାର ନିକଟବର୍ତ୍ତୀ ଅଞ୍ଚଳରେ ମିଳେ ନାହିଁ। ସେଗୁଡିକୁ ୫୦୦ ମିଲ୍ ଦୂରରୁ ଅଣାଯାଇଥିଲା ବୋଲି ସୂଚନା ରହିଛି। ହେଲେ ଆଜିର ଆଧୁନିକ ସମୟରେ ଏତେ ଭାରି ପଥର ଗୁଡିକୁ ଆଣି ଏଭଳି କୀର୍ତ୍ତିରାଜି ନିର୍ମିତ କରିବା ବେଶ୍ କଷ୍ଟସାଧ୍ୟ। କିନ୍ତୁ ସେ ସମୟରେ ଲୋକମାନଙ୍କର କ୍ଷମତା ଏ ଦିଗରେ ଏକ ରହସ୍ୟ ନୁହେଁ ତ ଆଉ କଣ? ହେଲେ ଏ ରହସ୍ୟ କେବଳ ଏତିକିରେ ସୀମିତ ନାହିଁ ପିରାମିଡ୍ ସଂପର୍କରେ ରହସ୍ୟ ଆହୁରି ଅନେକ ରହିଛି। ଯେପରିକି ପିରାମିଡର ଚାମ୍ବର, ଏହାର ଭିତର ଦେଇ ଯାଇଥିବା ସୁଡଙ୍ଗ ଏହାର ଆକୃତି। ତେବେ ମୋଟ ଉପରେ କହିବାକୁ ଗଲେ ପିରାମିଡକୁ ନେଇ ଏବେ ବି ଜୋରସୋରରେ ଚାଲିଛି ଚର୍ଚ୍ଚା।

You might also like