ଧଡ଼ାଧଡ଼ ଘୁରୁଛି ପୃଥିବୀ ! ପୂର୍ବାପେକ୍ଷା ଅଧିକ ବେଗରେ ଗତି କରୁଛି . . .

କାହିଁକି ଅଧିକ ବେଗରେ ଘୁରୁଛି ପୃଥିବୀ ? ପ୍ରଭାବିତ ହେବ କି ସାଧାରଣ ଜୀବନ ? କାରଣ ଖୋଜି ପାଉନାହାନ୍ତି ବୈଜ୍ଞାନିକ

ପୃଥିବୀ ବିଗତ ୫୦ ବର୍ଷ ତୁଳନାରେ ଦ୍ରୁତ ବେଗରେ ଘୁରୁଛି। ସାଧାରଣ ବେଗ ଠାରୁ ଅଧିକ ବେଗରେ ଗତି କରୁଛି । ତେବେ ହଠାତ୍ ବେଗ ବଢ଼ିବା ଯୋଗୁଁ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନେକ ଅଧ୍ୟୟନ ପରେ ମଧ୍ୟ  ବେଗ ବଢ଼ିବାର କାରଣ ଖୋଜିପାରୁ ନାହାନ୍ତି। ପୂର୍ବରୁ ପୃଥିବୀକୁ ନିଜର କକ୍ଷ ପଥରେ ଘୁରିବାକୁ ୨୪ ଘଣ୍ଟା ସମୟ ଲାଗୁଥିଲା । ତେବେ ବର୍ତ୍ତମାନ ଘଣ୍ଟାକଣ୍ଟାରେ ଚକ ଲାଗିବା ପରି ଆହୁରି ଦ୍ରୁତ ଗତିରେ ଘରୁଛି। ପୃଥିବୀର ଏଭଳି ପରିବର୍ତ୍ତନ ଗତ ବର୍ଷ ମଧ୍ୟ ଭାଗରେ ହୋଇଥିବା ସୂଚନା ମିଳିଛି ।

ସମସ୍ତେ ଜାଣନ୍ତି ପୃଥିବୀ ଗତିଶୀଳ ହେବା ସହ ନିଜ କକ୍ଷପଥରେ ଏକ ପୂର୍ଣ୍ଣ ଆବର୍ତ୍ତନ କରିବାକୁ ୨୪ ଘଣ୍ଟା ( ବାସ୍ତବରେ ୨୩ ଘଣ୍ଟା ୫୬ ମିନିଟ୍ ୪ ସେକେଣ୍ଡ) ସମୟ ଲାଗେ । ପୃଥିବୀ ଅଧିକ ବେଗରେ ଘୁରୁଥିଲେ ମଧ୍ୟ ଆମକୁ ଜଣାପଡ଼େ ନାହିଁ, କାରଣ ପୃଥିବୀର ଆକାର ବେଶ୍ ବଡ଼ । ଆଉ ଏଥିଯୋଗୁଁ ପୃଥିବୀ ପୃଷ୍ଠରେ ଥିବା ସବୁ ଜୀବ, ନିର୍ଜୀବ ମଧ୍ୟ ସମାନ ବେଗରେ ଘୁରୁଥାଆନ୍ତି । ତେବେ ଗତ ବର୍ଷ ଜୁନ୍ ମାସରୁ ଏବେ ସୁଦ୍ଧା ନିଜ କକ୍ଷ ପଥରେ ତୁଳନାତ୍ମକ ଭାବେ ପୃଥିବୀ ଅଧିକ ବେଗରେ ଘୁରୁଛି ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।

ଫଳରେ ପୃଥିବୀରେ ଥିବା ସମସ୍ତ ଦେଶର ସମୟ ମଧ୍ୟ  ବଦଳିଯାଉଛି। ଏଥିଯୋଗୁଁ ବୈଜ୍ଞାନିକଙ୍କୁ ନିଜ ନିଜର ସ୍ଥାନର ଥିବା ଆଟମିକ୍ କ୍ଲକ‌ର ସମୟ ପରିବର୍ତ୍ତନ କରିବାକୁ ପଡ଼ିବ। ଅର୍ଥାତ ବୈଜ୍ଞାନିକଙ୍କୁ ନିଜ ନିଜ ଘଡ଼ିରେ ନେଗେଟିଭ ଲିପ୍ ସେକେଣ୍ଡକୁ  ଯୋଡ଼ିବାକୁ ପଡିବ। ୧୯୭୦ରୁ ଏବେସୁଦ୍ଧା ମୋଟ ୨୭  ଲିପ୍ ସେକେଣ୍ଡ ଯୋଡା ଯାଇସାରିଛି।

ଗତ କିଛି ଦଶକରେ ପୃଥିବୀ ୨୪ ଘଣ୍ଟା  ସମୟ ନେଇ ନିଜର ଅକ୍ଷପଥରେ ଘୁରୁଥିଲା, କିନ୍ତୁ ଗତବର୍ଷ ଜୁନ୍ ମାସ ଠା‌ରୁ ନିଜ କକ୍ଷ ପଥରେ ଥରେ ଘୁରିବାକୁ ୨୪ ଘଣ୍ଟାରୁ କମ୍ ସମୟ ନେଉଥିବା ବ୍ରିଟିସ୍ ୱେବସାଇଟ୍ ଡେଲି ମେଲରେ‌ ଖବର ପ୍ରକାଶ କରିଛି । ପୃଥିବୀ ଏବେ ୨୪ ଘଣ୍ଟାରେ ୦.୫ ମିଲି ସେକେଣ୍ଡ କମ୍ ସମୟ ନେଇ ଘୁରୁଛି । ଅର୍ଥ ଆମର ୨୪ ଘଣ୍ଟାରୁ ୦.୫ ମିଲିସେକେଣ୍ଡ କମ୍ ହୋଇସାରିଛି ।

ଆହୁରି ମଧ୍ୟ ପଢନ୍ତୁ :

ମଙ୍ଗଳ ଗ୍ରହରେ ଅଛନ୍ତି ଏଲିଏନ୍ସ ! ଯୋଗାଯୋଗରେ ଅଛନ୍ତି ଏଇ ଦୁଇ ଦେଶ

୨୦୨୦ ପୂର୍ବରୁ ୨୦୦୫ରେ ଥିଲା ସବୁଠାରୁ ଛୋଟଦିନ। କିନ୍ତୁ ଗତ ୧୨ ମାସରେ ଏହି ରେକର୍ଡ ୨୮ ଥର ଭାଙ୍ଗିଛି। ତେବେ ସମୟ କମିବା ଯୋଗୁଁ ପୃଥିବୀ ପୃଷ୍ଠରେ ଅନେକ ଅସୁବିଧାର ଆଶଙ୍କା କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିଯୋଗୁଁ ସଞ୍ଚାର ଜଗତରେ ସମସ୍ୟା ସୃଷ୍ଟି ହେବାର ଅଧିକ ସମ୍ଭାବନା ରହିଛି। କାରଣ ସୋଲାର ଟାଇମ୍ ଅନୁସାରେ ହିଁ ସାଟେଲାଇଟ୍ ଓ ସଞ୍ଚାର ଯନ୍ତ୍ର ସେଟ୍ କରାଯାଇଥାଏ।  ତାରା, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥାନ ଅନୁସାରେ ଟାଇମ୍ ସେଟ୍ କରାଯାଇଥାଏ।

ବର୍ତ୍ତମାନ ପୃଥିବୀ ନିର୍ଦ୍ଧାରିତ ସମୟଠାରୁ କମ୍ ସମୟ ମଧ୍ୟରେ କକ୍ଷପଥରେ ଘୁରୁଥିବା ଯୋଗୁଁ ଏଠାରେ ବାସ କରୁଥିବା ଲୋକଙ୍କୁ ସମୟ ସହିତ ଚାଲିବା ପାଇଁ ନେଗେଟିଭ ଲିପ୍ ସେକେଣ୍ଡ ଯୋଡିବାକୁ ପଡିବ ବୋଲି କହିଛନ୍ତି ନ୍ୟାସନାଲ୍ ଫିଜିକାଲ୍ ଲାବୋରେଟୋରୀର ସିନିୟର ବୈଜ୍ଞାନିକ ପିଟର ହ୍ୱିବର୍ଲି ।

You might also like